ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚନ୍ଦ ଓ ରାଜୀବ କୁମାର ପରିଡ଼ାଙ୍କୁ ପିସିସି କମିଟିରେ ନୂତନ ନିଯୁକ୍ତି ପାଇଁ ଜଳେଶ୍ୱର କଂଗ୍ରେସର ଅଭିନନ୍ଦନ ଓ ସମ୍ବର୍ଦ୍ଧନା
ଜଳେଶ୍ୱର,୧୪/୯(ମନିସ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂତନ ସାଂଗଠନିକ ଦାୟିତ୍ୱ ପାଇଥିବା ସାଧାରଣ ସମ୍ପାଦକ ଶ୍ରୀ ଦେବୀପ୍ରସନ୍ନ ଚନ୍ଦ ଓ ସମ୍ପାଦକ ଶ୍ରୀ ରାଜୀବ କୁମାର ପରିଡ଼ାଙ୍କୁ ଜଳେଶ୍ୱର କଂଗ୍ରେସ ପରିବାର ପକ୍ଷରୁ ଗତକାଲି ଭଞ୍ଜ ଭବନଠାରେ ଭବ୍ୟ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜଣାଯାଇଛି।ଏହି ଅବସରରେ ଜଳେଶ୍ୱର କଂଗ୍ରେସର ନେତୃବୃନ୍ଦ, ପଦାଧିକାରୀ, ଯୁବ ଓ ମହିଳା ନେତୃତ୍ୱ, କର୍ମକର୍ତ୍ତା ଓ ବହୁ ସଂଖ୍ୟକ କର୍ମୀ ଉପସ୍ଥିତ ରହି ଉଭୟ ନେତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଇଥିଲେ।ଏହି ଆତ୍ମୀୟ ସମ୍ବର୍ଦ୍ଧନା ପାଇଁ ଶ୍ରୀ ଦେବୀପ୍ରସନ୍ନ ଚନ୍ଦ ଓ ଶ୍ରୀ ରାଜୀବ କୁମାର ପରିଡ଼ା ଜଳେଶ୍ୱର କଂଗ୍ରେସର ସମସ୍ତ ନେତୃବୃନ୍ଦ, ପଦାଧିକାରୀ, କର୍ମକର୍ତ୍ତା, ଯୁବ ସାଥୀ, ମହିଳା କର୍ମୀ, କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି।ନୂତନ ଦାୟିତ୍ୱ ପ୍ରଦାନ କରି ଆସ୍ଥା ପ୍ରକାଶ କରିଥିବା କଂଗ୍ରେସର ଜାତୀୟ ଓ ରାଜ୍ୟ ନେତୃତ୍ୱଙ୍କୁ ମଧ୍ୟ ଉଭୟ ନେତା ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି।ସେମାନେ କଂଗ୍ରେସ ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡ଼ଗେ, ଶ୍ରୀ ରାହୁଲ ଗାନ୍ଧୀ, ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଶ୍ରୀ କେ.ସି. ବେଣୁଗୋପାଳ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ଶ୍ରୀ ଦେବାଶିଷ ପଟ୍ଟନାୟକ ଓ ଶ୍ରୀ ନବଜ୍ୟୋତି ପଟ୍ଟନାୟକଙ୍କୁ ବିଶେଷ ଭାବେ କୃତଜ୍ଞତା ଜଣାଇଛନ୍ତି।
ଉଭୟ ନେତା କହିଛନ୍ତି ଯେ, ନେତୃତ୍ୱ ଆମ ଉପରେ ଯେଉଁ ବିଶ୍ୱାସ ଓ ଦାୟିତ୍ୱ ଅର୍ପଣ କରିଛନ୍ତି, ତାହାର ମର୍ଯ୍ୟାଦା ରକ୍ଷା କରିବା ଆମର ପ୍ରଥମ କର୍ତ୍ତବ୍ୟ। ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା, କର୍ମୀମାନଙ୍କୁ ଏକାଠି କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ସେମାନଙ୍କର ପ୍ରାଥମିକତା ରହିବ।ସେମାନେ ଆହୁରି କହିଛନ୍ତି ଯେ, ଜଳେଶ୍ୱର କଂଗ୍ରେସର ପ୍ରତ୍ୟେକ କର୍ମୀ ହେଉଛନ୍ତି ସଂଗଠନର ଶକ୍ତି। ସମସ୍ତଙ୍କ ସହଯୋଗ, ସ୍ନେହ ଓ ବିଶ୍ୱାସକୁ ସାଥୀ କରି ଆଗାମୀ ଦିନରେ କଂଗ୍ରେସ ସଂଗଠନକୁ ଆହୁରି ଶକ୍ତିଶାଳୀ କରାଯିବ।ଏହି ସମ୍ବର୍ଦ୍ଧନା ସଭାରେ ସତ୍ୟସୁନ୍ଦର ଦାସ, ଏସ୍.କେ. ଫରିଦ୍ ଅହମ୍ମଦ,ପର୍ଯ୍ୟବେକ୍ଷକ ମଧୁସୂଦନ ଦାସ, ସପନ ରାଉତ (ଯୁବ କଂଗ୍ରେସ ସଭାପତି, ଜଳେଶ୍ୱର ବ୍ଲକ୍), ଗିରିଜା ଶଙ୍କର ଦାସ, ହରି ଶଙ୍କର ଜେନା, ମଞ୍ଜୁଶ୍ରୀ ପଣ୍ଡା (ମହିଳା ନେତ୍ରୀ), କଳ୍ପନା ରାଉଳ, ରିତାରାଣୀ ରାଉଳ, ଗୌରାଙ୍ଗ ମହାପାତ୍ର, ସତ୍ୟରଞ୍ଜନ ବର୍ଷାଳ, କାର୍ତ୍ତିକ ବାଗ, ରବୀନ୍ଦ୍ର ଜେନା, ବଳରାମ ଘୋଷ, ବଳରାମ ଜେନା, ଭଗବାନ ଜେନା, ସପନ କୁମାର ଜେନା, ନୟନ କୁମାର ପାଠୀ, ସନ୍ଦୀପ କୁମାର ଜେନା, ମଦନ ପାତ୍ର, ହିମାଂଶୁ ରାଉଳ, ଜଗନ୍ନାଥ ରାଉଳ, ମନୋଜ ପରିଡ଼ା, ସୁଜୟ କୁମାର ଦାସ ଓ ଅଙ୍କିତ କୁମାର ପରିଡ଼ାଙ୍କ ସମେତ ବହୁ ସଂଖ୍ୟକ କଂଗ୍ରେସ ନେତା, ପଦାଧିକାରୀ, ଯୁବ ଓ ମହିଳା କର୍ମୀ ଏବଂ ଶୁଭେଚ୍ଛୁ ଉପସ୍ଥିତ ଥିଲେ।
ଶେଷରେ ଶ୍ରୀ ଦେବୀପ୍ରସନ୍ନ ଚନ୍ଦ ଓ ଶ୍ରୀ ରାଜୀବ କୁମାର ପରିଡ଼ା ସମସ୍ତଙ୍କର ସ୍ନେହ, ଆଶୀର୍ବାଦ, ସହଯୋଗ ଓ ବିଶ୍ୱାସ ଆଗାମୀ ଦିନରେ ମଧ୍ୟ ଅତୁଟ ରହୁ ବୋଲି କାମନା କରିବା ସହିତ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ଜଣାଇଥିଲେ।
ସୁକୁମାର ରଣା ଙ୍କ ରିପୋର୍ଟ୍

