ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାର ଅପେକ୍ଷାରେ ପଡୁଚାଷ କରୁଥିବା ଚାଷୀ 

ବର୍ଷାର ଅପେକ୍ଷାରେ ପଡୁଚାଷ କରୁଥିବା ଚାଷୀ 

ବନ୍ଧୁଗାଁ ତା, ୧୮/୬/୨୪, କୋରାପୁଟ ଜିଲ୍ଲାର ୧୪ ଗୋଟି ବ୍ଲକର ଅନେକ ଗ୍ରାମ ଠାରେ ପଡଚାଷ କରୁଥିବା ଆଦିବାସୀ ଓ ଅଣ ଆଦିବାସୀ ଚାଷୀ ମାନେ ବର୍ଷାକୁ ନେଇ ଅପେକ୍ଷାରେ ରହିଥିବାର ଦେଖିବାକୁ ମିଳିଛି I କାରଣ ଜାଗା ଜାଗାରେ କିଛି ସଳ୍ପ ମାତ୍ରାରେ ବର୍ଷା ହୋଉଥିବା ଯୋଗୁଁ ପଡଚାଷ କରୁଥିବା ଚାଷୀ ମାନେ ଜଙ୍ଗଲ ବଣ ପାହାଡର ଜମିକୁ ପଡୁ ଚାଷ କରିବା ପାଇଁ ସଫା କରିଥିବାର ଦେଖିବାକୁ ମିଳୁଛି I ସେଥିରୁ ବାଦ ପଡିନାହିଁ ବନ୍ଧୁଗାଁ ବ୍ଲକର କୋଣେ କୋଣେ ପାହାଡ଼ ଜମିକୁ ସଫା କରୁଥିବାର ଦେଖିବାକୁ ମିଳିଛି I ଦିନେ ଛାଡି ଦିନେ ବର୍ଷା ହୋଉଥିବାର ଦେଖି ଚାଷୀ ମାନେ ସେତିକି ଶୀଘ୍ର ହୋଇ ପାରିବ ନିଜ ନିଜ ଡଙ୍ଗର ଚାଷ ଭୂମିକୁ ସଫା କରି ପାରିବେ ତାକୁ ନେଇ ଚାଷୀ ବ୍ୟସ୍ତ ହୋଇଛନ୍ତି I କାହିଁକି ନାଁ ଆଉ ମାତ୍ରକ ଅଳ୍ପ ଦିନ ପରେ ରଥ ଯାତରା ଅଛି ରଥ ଯାତରା ପରେ ହୀରା ପଞ୍ଚମି ଦିନରେ ହିଁ ଚାଷୀମାନେ ନିଜ ନିଜ ଡଙ୍ଗରରେ ପଡୁଚାଷ ବିହନ ପକାଇଥାନ୍ତି କାରଣ ସେହି ଦିନ ଭଲ ଦିନ ହୋଇଥିବା ଯୋଗୁଁ ଚାଷୀଙ୍କ ବିଶ୍ୱାସ ହେତୁ I କିଛି ଚାଷୀଙ୍କୁ ଚାଷ କରିବା ପାଇଁ ଚାଷଜମି ନ ଥିବା ଯୋଗୁଁ ଗରିବ ପରିବାର ଲୋକେ ଡଙ୍ଗର ଓ ଢୋକୁର ଭୂମିରେ ଚାଷ କରିବା ପାଇଁ କିଛି କିଛି ଜମିକୁ ପରିବାର ପୋଷଣ ପାଇଁ ପରିବାର ଵର୍ଗ ସମସ୍ତେ ମିଶି ପଡୁ ଚାଷ କରିବା ପାଇଁ ସୋଫାକରି ପଡଚାଷ ଉପରେ ନିର୍ଭର କରିଥାନ୍ତି I ଏହି ଚାଷ କାମରେ ପରିବାରର ସମସ୍ତ ସଦସ୍ୟ କାମରେ ନିୟୋଜିତ ହୋଇଥାନ୍ତି I ଜୁଲାଇ ମାସର ହୀରା ପଞ୍ଚମି ଦିନରେ ଜୋନାର ବିହନ ପକାନ୍ତି ଓ ନଭେମ୍ବର ମାସରେ ଚାଷ ଅମଳ କରିବା ପର୍ଯ୍ୟନ୍ତ ଡଙ୍ଗର ପାହାଡରେ ଚାଷ କରୁଥିବା ସ୍ଥାନରେ କୁଡ଼ିଆ ଘର କରି ପାଞ୍ଚ ମାସ ଧରି ପରିବାରର ସମସ୍ତ ସଦସ୍ୟ ବସା ରହି ପଡଚାଷର ଯତ୍ନ ନେଇଥାନ୍ତି I ଏଠି ମଧ୍ୟରେ ଘର ମୁଖିଆ ବା ମୁରବି ଏହି ପାଞ୍ଚ ମାସ ଧରି ପରିବାର ଏକାଟି ରହି ଚଳିବା ପାଇଁ ସ୍ୱାମୀ ଓ ସ୍ତ୍ରୀ ଦୁହେଁ ଦୈନିକ ଜଙ୍ଗଲକୁ ଯାଇ ସହରରେ ବିକ୍ରି ପାଇଁ ଜାଲେଣି କାଠ ବହୁ ମାତ୍ରାରେ ପେଣ୍ଡା ପେଣ୍ଡା ଓ କାଉଡ଼ି କରି ରଖିଥାନ୍ତି ଓ ଜାଲେଣି କାଠକୁ ଜାଳି ସେଥିରୁ ଅଙ୍ଗର କରିଥାନ୍ତି I ସପ୍ତାହ ସୋମବାର ବଜାର ଦିନରେ ଅଙ୍ଗର ଓ ଜାଲେଣି କାଠ ଆଣି ସହରରେ ବିକ୍ରି ଘର ପାଇଁ ଆବଶ୍ୟକ ସୌଦା ପତ୍ର ଓ ଇତ୍ୟାଦି ସାମଗ୍ରୀ କିଣି ନେଇଥାନ୍ତି I ସପ୍ତାହକୁ ଥରେ ହିଁ କେବଳ ଚାଷୀ ସହର ମୁଖା ହୋଇଥାନ୍ତି I ଚାଷ ଶେଷପରେ ଡିସେମ୍ବର ମାସରେ ଅମଳ ପରେ ନିଜ ଗାଁକୁ ଅମଳ ହୋଇଥିବା ସମସ୍ତ ଆମୋଳକୁ ଘରକୁ ନେଇଥାନ୍ତି I ଡିସେମ୍ବର ମାସରେ ପଡୁଛଆସି ପୁରା ଖାଲି ହୋଇଯାଇଥାନ୍ତି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଲାଠିକଟା ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

ବିଜାତଳା ବନ ବିଭାଗ କାର୍ଯ୍ଯାଳଳୟରେ କୃଷକ ଦକ୍ଷତା ବୃଦ୍ଧି ତାଲିମ ଶିବିର

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟରେ କାର୍ ଗିଲ୍ ବିଜୟ ଦିବସ ପାଳନ

masiha

Leave a Comment

error: Content is protected !!