ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରମୁଣ୍ଡା ଶାରଦୀୟ ଦୁର୍ଗାପୂଜା, ସାଂସ୍କୃତିକ ସନ୍ଧ୍ୟା,ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ଓଡ଼ିଶୀ ନୃତ୍ୟ

ବରମୁଣ୍ଡା ଶାରଦୀୟ ଦୁର୍ଗାପୂଜା, ସାଂସ୍କୃତିକ ସନ୍ଧ୍ୟା,ମନ ମୋହିଲା କଳିଙ୍ଗାୟନ ତୌର୍ୟତ୍ରିକମ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନଙ୍କ ଓଡ଼ିଶୀ ନୃତ୍ୟ

ଭୂବନେଶ୍ୱର:- ଶାରଦୀୟ ଦୁର୍ଗାପୂଜା ପାଇଁ କଟକ – ଭୁବନେଶ୍ଵର ହୋଇ ଉଠିଛି ଉତ୍ସବ ମୁଖର।ବିଭିନ୍ନ ସ୍ଥାନରେ ସୁସଜ୍ଜିତ ମେଢରେ ପୂଜା ପାଉଛନ୍ତି ମାଙ୍କ ପ୍ରତିମା। ଗୋଟିଏ ପଟେ ଓଡ଼ିଶା ରେ ଲାଗି ରହିଛି ପ୍ରବଳ ବର୍ଷା ଅନ୍ୟ ପଟେ ବର୍ଷା କୁ ଖାତିର ନକରି ଚାଲିଛି ମା ଦୁର୍ଗା ଙ୍କ ପୂଜା ଅର୍ଚ୍ଚନା। ସନ୍ଧ୍ୟାରେ ଦେଖିବାକୁ ମିଳୁଛି ଅସମ୍ଭବ ଭିଡ଼। ସେହିଭଳି ବିଭିନ୍ନ ଦେବୀ ପୀଠରେ ଦେବୀଙ୍କ ନବରାତ୍ରି ସହ ଦଶହରା ପର୍ବ ରୀତିନୀତି ଅନୁଯାୟୀ ପାଳିତ ହୋଇଛି। ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ।

ଭୁବନେଶ୍ୱର ର ବରମୁଣ୍ଡା ଠାରେ ପ୍ରତି ବର୍ଷ ଭଳି ଆୟୋଜିତ ହୋଇଛି ଦୁର୍ଗାପୂଜା ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉତ୍ସବ ମୁଖର ହୋଇଉଠିଛି ବରମୁଣ୍ଡା ପୂଜା ମଣ୍ଡପ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାକାରମାନେ ସାମିଲ ହୋଇ ନିଜ ନିଜର କଳା ପ୍ରଦର୍ଶନ କରୁଛନ୍ତି। ସେହି ଭଳି କାଲି ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ ଅନୁଷ୍ଠାନ ର ପ୍ରିନ୍ସିପାଲ୍ ଗୁରୁ ମିତା ଦାସ ଙ୍କ ନିର୍ଦ୍ଦେଶନା ରେ କଳିଙ୍ଗାୟନ ତୌର୍ୟତ୍ରିକମ ନୃତ୍ୟ ଅନୁଷ୍ଠାନ ର ନୃତ୍ୟାଙ୍ଗନା ମାନେ “ଗଣେଶ ବନ୍ଦନା, ବର୍ଷା, ନବ ଦୁର୍ଗା, ରାଧା ରାଣୀ, ଯୁଗେ ଯୁଗେ ଜଗନ୍ନାଥ ଏବଂ ସମ୍ବଲପୁରୀ” ନୃତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ମୋହି ଥିଲେ। 

ସତୀଶ କୁମାର ଦାସ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ “ଓଡିଶା ବନାଞ୍ଚଳ ଉନ୍ନୟନ ଦ୍ୱିତୀୟ ପର୍ଯ୍ୟାୟ ” ପ୍ରକଳ୍ପ ବାର୍ଷିକ ସମୀକ୍ଷ୍ୟା ବୈଠକ 2022-23 ଅନୁଷ୍ଠିତ  

Sunil Chandra Nayak

ଓଡିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଘର ଦୁଇ ଦିନିଆ ରାଜ୍ୟ ସମ୍ମିଳନୀ ଉଦଯାପିତ

masiha

ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘ ର ବନ୍ଧୁ ମିଳନ

masiha

Leave a Comment

error: Content is protected !!