ଜୁନାଗଡ଼୬/୪(ମ ନି ସ) :-ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠlରେ ଛlତ୍ର ଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଏକ ସଚେତନତା ଶୋଭାଯାତ୍ରା କରାଯାଇଥିଲା l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରି ସଚେତନତା ର ବାର୍ତା ଦେଇ ସହର ପରିକ୍ରମା କରିଥିଲେ l ଏଥିରେ ବିନା ମୂଲ୍ୟରେ ଓଡିଆ ବିଦ୍ୟାଳୟରେ ନାମ ଲେଖାଇ ପଢିବାର ସୁଯୋଗ ନେବାପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ମଳୟ ମୁଣ୍ଡ, ବିଭୁ ପଣ୍ଡା ଙ୍କ ସମେତ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟ ର ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ l
previous post
next post