ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

କୋଇଡ଼ା ୨୩/୨: -ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଥାନା ଅଧିନସ୍ଥ ବନ୍ଦଲ ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କେନ୍ଦୁଡ଼ିହି ଗ୍ରାମର ବିଦେଶୀ ନାଏକ।

ସୂଚନାନୁସାରେ, ବିଦେଶୀ ନାଏକ ଗତ ୧୫ ନଭେମ୍ବରରେ ତାଙ୍କ ଭଉଣୀଙ୍କ ଘର ବନ୍ଦଲକୁ ଯାଇଥିଲେ। ସେହି ଦିନ ଘରୁ ବାହାରିବା ପରେ ସେ ଆଉ ଫେରି ନଥିଲେ। ପରିବାର ଲୋକ ଚାରିପଟେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ପରେ କୋଇଡ଼ା ଥାନାରେ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା।

ଖୋଜାଖୋଜି ଜାରି ଥିବାବେଳେ ଆଜି ସକାଳେ କିଛି ଗ୍ରାମବାସୀ ଜାଳକାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ସମୟରେ ଗୋଳିତ ମୃତଦେହ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳକୁ ପହଞ୍ଚି ଗୋଳିତ ମୃତଦେହକୁ ଚିହ୍ନଟ କରିଥିଲେ। ଓ କୋଇଡ଼ା ପୋଲିସ ଖବର ଦେଇଥିଲେ ।

ଖବର ପାଇ କୋଇଡ଼ା ପୋଲିସ ଓ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସ୍ଥଳ ପରୀକ୍ଷଣ ସମୟରେ ଉପଡ଼ା ଗଛ ଓ ହାତୀର ପାଦଚିହ୍ନ ମିଳିଥିବାରୁ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

ସୁନ୍ଦରଗଡ଼ କୋଇଡା ରୁ ବନମାଳୀ ବାରିକ 

Related posts

୪୨ ମୌଜାରେ ପ୍ରସ୍ତାବିତ ଦମକଳ କେନ୍ଦ୍ର ଖୋଲାଯିବା ନେଇ ବିଳମ୍ବ 

masiha

ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି  ଉଦଘାଟିତ ହେଲା କଳା, ସଂସ୍କୃତିର ମହାକୁମ୍ଭ 27 ତମ,କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

masiha

ମଳମୁଣ୍ଡା ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ରେ ଆର୍ଥିକ ସହାୟତା ବଣ୍ଟନ ଶିବିର 

masiha

Leave a Comment

error: Content is protected !!