ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କବି ପଲ୍ଲବୀ ଦାସଙ୍କୁ ବ୍ରହ୍ମପୁର ସାହିତ୍ଯ ଉତ୍ସବରେ ଯୁବକବି ସମ୍ମାନ

କବି ପଲ୍ଲବୀ ଦାସଙ୍କୁ ବ୍ରହ୍ମପୁର ସାହିତ୍ଯ ଉତ୍ସବରେ ଯୁବକବି ସମ୍ମାନ

ଜୁନାଗଡ଼,୨୩/୨(ମନୀସ)ବ୍ରହ୍ମପୁର ସାହିତ୍ଯ ପରିଷଦର ବାର୍ଷିକ ଉତ୍ସବରେ ଜୁନାଗଡର କବି ପଲ୍ଲବୀ ଦାସଙ୍କୁ ଯୁବକବି ସମ୍ମାନ ୨୦୨୬ ପ୍ରଦାନ କରାଯାଇଛି । ଗତ ଶନିବାର ସନ୍ଧ୍ୟାରେ ଗୋପାଳପୁର ବେଳାଭୂମିର ହିଲଭ୍ୟୁ କଟେଜ୍ ସଭାଗୃହରେ ଆୟୋଜିତ ଉତ୍ସବରେ ମୁଖ୍ଯ ଅତିଥି ଓଡ଼ିଶା ସାହିତ୍ଯ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଡ. ଅଜୟ ସ୍ବାଇଁ ,ମୁଖ୍ଯବକ୍ତା ଡ. ନାରାୟଣ ପଣ୍ଡା , ସମ୍ମାନିତ ଅତିଥି ଯାମିନୀକାନ୍ତ ଦାଶ , ବିକ୍ଷିପ୍ତା ସାହିତ୍ଯ ସଂସଦର ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶ୍ୟାମାପ୍ରସାଦ ମିଶ୍ର ପ୍ରମୁଖ କବି ପଲ୍ଲବୀ ଦାସଙ୍କୁ ଉପଢୌକନ , ଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ । କବିଙ୍କର କବିତାପୁସ୍ତକ ” ଏବେ ଯିବୁ ଯଦି ଯା” ଓ ଉଚ୍ଚକୋଟିର କବିତା ରଚନା ପାଇଁ ଚଳିତ ବର୍ଷର ଯୁବକବି ସମ୍ମାନ ପାଇବାକୁ ମନୋନୀତ ହୋଇଥିଲେ ।ତାଙ୍କ ଏହି ସମ୍ମାନ ପାଇଁ ଜୁନାଗଡ଼ ର ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍  

Related posts

ଆମ ଓଡିଶା ନବୀନ ଓଡିଶା ପଂଚାୟତ ସ୍ତରୀୟ ସଚେତନ ଶିବିର

masiha

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

masiha

କୋଶଲା ମାଳୀ (ପଟେଲ) ସମାଜ ସାଧାରଣ ବୈଠକ

Leave a Comment

error: Content is protected !!