ପୋଲିସ୍ ଗୁଳିରେ ଜଣେ ପୁରୁଷ ଜଣେ ମହିଳା ଦୁଇ ମାଓବାଦୀ ନିହତ# Ak 47 , SLR ରାଇଫଲ ଉଦ୍ଧାର # ଏ ଡି ଜି ପି ସଞ୍ଜୀବ ପଣ୍ଡା କହିଛନ୍ତି ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବ #
ଫୁଲବାଣୀ ତା ୨୩/୨ – କନ୍ଧମାଳ ଜିଲ୍ଲା ରୁ ମାଓମୂକ୍ତ କରିବା ପାଇଁ ପୋଲିସ୍ ପକ୍ଷରୁ ମାଓ ଦମନ ଜାରି ରହିଛି। କନ୍ଧମାଳ ଜିଲ୍ଲା ର ରାଇକିଆ ଥାନା ଅନ୍ତର୍ଗତ ନନ୍ଦାବାଲି ସଂରକ୍ଷିତ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିବା ଯୋଗୁଁ କନ୍ଧମାଳ ଏସ୍ ପି ହରିଶ୍ ବିଶି ଙ୍କର ନେତୃତ୍ୱରେ ୧୧ ଟି ଏସ୍ ଓ ଜି ,ଗୋଟିଏ ଡି ଭି ଏଫ୍ ଓ ଦୁଇଟି ସି ଆର୍ ପି ଏଫ୍ ପ୍ଲାଟୁନ୍ ଯବାନ ଙ୍କର ମିଳିତ ରେ ସେହି ନନ୍ଦାବାଲି ଜଙ୍ଗଲରେ କମ୍ବିଂ ଅପୋରେଶନ ଆରମ୍ଭ ହୋଇଥିଲା। ତା ୨୨ /୨/ ୨୦୨୬ ରିଖ ଦିନ ୧୧ଟା ସମୟ ରେ ସୁରକ୍ଷା କର୍ମୀ ଯବାନ ଓ ମାଓବାଦୀ ମୁହାମୁହିଁ ହୋଇଥିଲେ। ପୋଲିସ୍ ଓ ମାଓବାଦୀ ଉଭୟ ଙ୍କ ମଧ୍ୟରେ ଦୁଇ ଘଣ୍ଟା କାଳ ଗୁଳି ବିନିମୟ
ହୋଇଥିଲା । ପୋଲିସ୍ ର ଅତର୍କିତ ଗୁଳିଚାଳନା ଚାଳନା ଯୋଗୁଁ ମାଓବାଦୀ ମାନେ ସାମ୍ନା କରି ନ ପାରି ସେଠାରୁ ଛତ୍ର ଭଙ୍ଗ ଦେଇଥିଲେ। ଗୁଳବିନିମୟ ପରେ ପୋଲିସ୍ ସର୍ଚିଂ କଲା ବେଳେ ପୋଲିସ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ। ପୋଲିସ୍ ଦୁଇ ମାଓବାଦୀ ଙ୍କର ମୃତ ଦେହ ଉଦ୍ଧାର କରିବା ସହ ଠାବ କରିଥିବା ଏକ ମାଓକ୍ୟମ୍ପ ରୁ ଗୋଟିଏ Ak 47 ରାଇଫଲ, ଗୋଟିଏ SLR ରାଇଫଲ,୬ ଟି UGBL ଗ୍ରେନେଡ,ଗୁଳି,ମାଗାଜିନ୍ ସହ ମାଓ ସାମଗ୍ରୀ ,ମାଓ ପୁସ୍ତକ ମେଡିସିନ ପୋଲିସ୍ ମାଓ କ୍ୟାମ୍ପ ରୁ ଜବତ କରିଥିଲା। ପୋଲିସ୍ ଗୁଳିରେ ନିହତ ହୋଇଥିବା ଜଣେ ପୁରୁଷ ମାଓବାଦୀ ଓ ଜଣେ ମହିଳା ମାଓବାଦୀ ବୋଲି ଜଣାପଡିଛି। ପୁରୁଷ ମାଓବାଦୀ ଜଗେଶ୍ ସେ ମିଲିଟାରୀ ପ୍ଲାଟୁନ୍ ର ଡେପୁଟି କମାଣ୍ଡର ଥିଲା। ମହିଳା ମାଓବାଦୀ ରତ୍ନା ପାର୍ଟି ମେମ୍ବର ଥିଲା। ଜଗେସ୍ ର ପାଇଁ ଓଡ଼ିଶା ସରକାର ୨୨ ଲକ୍ଷ ପୁରସ୍କାର ଘୋଷଣା କରିଥିବା ବେଳେ ରତ୍ନା ପାଇଁ ୧ ଲକ୍ଷ ୬୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା। ବର୍ତମାନ କନ୍ଧମାଳ ଜିଲ୍ଲାରେ ପ୍ରାୟ ୩୦ ଜଣ ମାଓବାଦୀ ଦାରିଙ୍ଗିବାଡି,ରାଇକିଆ,କୋଟଗଡ଼ ଅଞ୍ଚଳ ରେ ରହିଛନ୍ତି। ନୂଆପଡ଼ା,ନବରଙ୍ଗପୁର, ମାଲକାନଗିରି , କୋରାପୁଟ ଏବଂ ବୌଦ୍ଧ ଏହି ୫ ଟି ଜିଲ୍ଲା ମାଓମୁକ୍ତ ହୋଇ ସାରିଲାଣି। କେକେବିଏନ୍ ଡିଭିଜନ ର ମୁଖ୍ୟା ଷ୍ଟେଟ୍ କମିଟି ମେମ୍ବର ସୁକ୍ରୁ ପୋଲିସ୍ ର ଟାର୍ଗେଟ ରେ ରହିଛି। କନ୍ଧମାଳ ଜିଲ୍ଲା ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ମାଓମୁକ୍ତ ହେବ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଏ ଡି ଜି ପି ସଞ୍ଜୀବ ପଣ୍ଡା ଦୃଢ଼ିକ୍ତି ର ସହ କହିଛନ୍ତି।କନ୍ଧମାଳ ରାୟଗଡ଼ା କଳାହାଣ୍ଡି ସୀମାନ୍ତ ବର୍ତ୍ତି ଜିଲ୍ଲା ରେ ବର୍ତ୍ତମାନ ମାଓବାଦୀ ରହିଥିବା ବେଳେ କିଛି ମାଓବାଦୀ ବଲାଙ୍ଗୀର ଜିଲ୍ଲା ର ସୀମାନ୍ତ ରେ ମାଓବାଦୀ ରହିଥିବା ସାମ୍ବାଦିକ ସମ୍ମିଳନୀ ରେ ପୋଲିସ୍ ଏ ଡି ଜି ପି ଅପରେସନ୍ ସଞ୍ଜୀବ ପଣ୍ଡା କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଫୁଲବାଣୀ ରିଜର୍ଭ ପୋଲିସ୍ ପଡିଆ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ପୋଲିସ୍ ଗୁଳିରେ ମୃତ ଦୁଇ ମାଓବାଦୀ ୨୦୨୧ ମସିହା ରୁ ମାଓ ସଂଗଠନ ସାମିଲ୍ ହୋଇ ମାଓ ହିଂସା ରେ ଜଡ଼ିତ ଥିଲେ। ପୋଲିସ୍ ଗୁଳିରେ ନିହତ ମାଓବାଦୀ କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା , ତୁମୁଡି ବନ୍ଧ ଥାନା ,ରାଇକିଆ ଥାନା ଅନ୍ତର୍ଗତ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ରେ ଘଟିଥିବା ମାଓ ହିଂସା ଘଟଣା ରେ ସଂପୃକ୍ତ ଥିଲେ। ଯେଉଁ ମାଓବାଦୀ ମାନେ ରହିଲେ ସେହି ମାନେ ମାଓ ହିଂସା ତ୍ୟାଗ କରି,ହିଂସା ପଥ ଛାଡ଼ି ପୋଲିସ୍ ନିକଟରେ ଆତ୍ମସମର୍ପଣ କରି ସରକାର ଙ୍କ ର ଆତ୍ମସମର୍ପଣ ଯୋଜନା ରେ ରଥିବା ବହୁତ ଭଲ ସୁବିଧା ସୁଯୋଗ ର ଲାଭ ଉଠାନ୍ତୁ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏ ଡି ଜି ପି ସଞ୍ଜୀବ ପଣ୍ଡା ଗଣମାଧ୍ୟାମ ଦ୍ଵାରା ଅପିଲ କରିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଡି ଆଇ ଜି ଆଖିଲେଶ୍ୱର୍ ସିଂ, ଆଇ ଜି ପି ନୀତି ଶେଖର, ଆଇ ଜି ପି ଦୀପକ କୁମାର,କନ୍ଧମାଳ ଏସ୍ ପି ହରିଶ୍ ବିଶି ଉପସ୍ଥିତ ଥିଲେ।
ବୈଦ୍ୟନାଥ ନାଏକ ଙ୍କ ରିପୋର୍ଟ୍

