ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଆଁରମୁଣ୍ଡା ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

କୁଆଁରମୁଣ୍ଡା ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ରାଉରକେଲା, ୨୩/୨/୨୬: ଆଜି କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। 

     ଆଜି ମୋଟ ୭୪ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l  ସେଥି ମଧ୍ୟରୁ ୧୯ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୫୪ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୭ ଗୋଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା ଏଥି ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଜଣେ ବ୍ୟକ୍ତି କୁ ଆର୍ଥିକ ସହାୟତା ପ୍ରଦାନ କରାଗଲା l ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା,ବ୍ରିଜ ନିର୍ମାଣ, ଆବାସ ସମସ୍ୟା, ରାସନ୍  ସମସ୍ୟା, ପାନୀୟ ଜଳ ସମସ୍ୟା  ଆଦି ପ୍ରମୁଖ ରହିଥିଲା। 

       ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଂଜନ ସାହୁ, ଡିଏଫଓ ଯଶୋବନ୍ତ ସେଠୀ , ଉପ ଜିଲ୍ଲାପାଳ ପାନପୋଷ ବିଜୟ କୁମାର ନାୟକ,ଆଇଏ ଏସ୍ ଶିକ୍ଷାନବୀସ ସୁଶ୍ରୀ ଫାବି ରସିଦ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍  

Related posts

ବିଶ୍ବ ରକ୍ତଦାତା ଦିବସରେ ସ୍ବେଛାକୃତ ରକ୍ତଦାନ ଶିବିର : ଉପଖଣ୍ଡ ଚିକିତ୍ସାଳୟରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ 

Sunil Chandra Nayak

ବାଇକ ଚଲାଇ ଯାଉଥିବା ବେଳେ ଗର୍ତ୍ତ ଭିତରେ ଖସି ପଡ଼ି ୨ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର 

Sunil Chandra Nayak

ଧର୍ମଗଡ ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

masiha

Leave a Comment

error: Content is protected !!