ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାମିନି ଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ

ଭାମିନି ଠାରେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ 

ନବରଙ୍ଗପୁର:(୨୦|୪)(ରବିନାରାୟଣମହାନ୍ତି)ନବରଙ୍ଗପୁର ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଓଡ଼ିଶା ସରକାରଙ୍କ କ୍ରୀଡାମନ୍ତ୍ରୀ ସୂର୍ଯ୍ୟ ବଂଶୀୟ ସୁରଜ୍ ଙ୍କ ଦ୍ଵାରା ଆଭାଶୀ ମାଧ୍ୟମରେ ନବରଙ୍ଗପୁରର ଭାମିନୀ ବିଦ୍ୟାଳୟ ଠାରେ ଇଥେଲେଟିକ କ୍ରୀଡା ନିମନ୍ତେ ଖେଳ ଇଣ୍ଡିଆ ସେଣ୍ଟର୍ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ର ପ୍ରତ୍ୟେକ ସେଣ୍ଟର୍ କୁ ପ୍ରତିବର୍ଷ ସରକାର ୫ଲକ୍ଷ ଟଙ୍କାର ଅନୁଦାନ ରାଶି ଦେବେ ବୋଲି ଘୋଷଣା କରିଥିଲେ। ଉକ୍ତ ଆଭାଶୀ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ (ସାଧାରଣ) ବିଶ୍ୱଜିତ୍ ଚନ୍ଦ୍ର ବର୍ମନ୍ (ରାଜସ୍ବ), ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଯଦୁମଣି ନାୟକ,ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ ଙ୍କ ସମେତ ଭାମୀନି ବିଦ୍ୟାଳୟ ର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡା ଅଧିକାରୀଙ୍କ କର୍ମଚାରୀ ନିରଞ୍ଜନ ନାୟକ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମଞ୍ଚାଗାଁ ଜଳବନ୍ଦୀ ଙ୍କ ସେବାରେ ଲାଗିଥିବା ଲଞ୍ଚ ରେ ଛିଦ୍ର

Sunil Chandra Nayak

ଯାଜପୁର ଡାଇରିଆ ପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ଟିମ ର ଅନୁଧ୍ୟାନ ଓ ସମୀକ୍ଷା

masiha

ବ୍ୟାଙ୍କ ଅଫ ଇଣ୍ଡିଆ ନର୍ଲା ପକ୍ଷରୁ ଜନ ସୁରକ୍ଷା ଯୋଜନ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!