ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଂଶୁଘାତରେ ମହିଳା ମୃତ 

ଅଂଶୁଘାତରେ ମହିଳା ମୃତ 

ମୟୂରଭଞ୍ଜ – ୨୦/୦୪ // ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର କାକୁଡିରାମା ଗ୍ରାମର ଜନୈକ ମହିଳାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଶନିବାର ଦିନ କାକୁଡିରାମା ଗ୍ରାମର ରାମଚନ୍ଦ୍ର କିସ୍ କୁ ଓ ତାଙ୍କ ଦିତୀୟ ପତ୍ନୀ ଲତା ପିଙ୍ଗୁଆ(୨୬) ଗାଁ ପାଖରେ ଆଦିବାସୀଙ୍କ ପାରମ୍ପରିକ କାତିଖେଳ ଦେଖିବାକୁ ଯାଇଥିଲେ । ଅପରାହ୍ନ ରେ ଖେଳ ଦେଖୁଥିବାବେଳେ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଘରକୁ ଅଣା ଯାଇଥିଲା ସେଠାରୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିବାବେଳେ ରାସ୍ତାରେ ପ୍ରାଣବାୟୁ ଉଡି ଯାଇଥିଲା ବୋଲି ସ୍ଵାମୀ ରାମଚନ୍ଦ୍ର କିସ୍ କୁ ସୂଚନା ଦେଇଥିଲେ। ଡ଼ାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗୋରୁମହିଷାଣୀ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୬/୨୫ ରୁଜୁ କରି ରବିବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ବିରୋଧରେ ପଶ୍ଚିମବାର୍ଡ ଗ୍ରାମବାସୀଙ୍କ ଆମରଣ ଅନଶନ ଓ ଗଣଧାରଣା 

Sunil Chandra Nayak

ଆବାକସ୍ ଛାତ୍ର ଛାତ୍ରୀଙ୍କ ସଫଳତା 

ଜିଲ୍ଲାସ୍ତରୀୟ ପlଣି ପଞ୍ଚାୟତ ପକ୍ଷ ୨୦୨୪-୨୫ ସମ୍ମିଳନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!