ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଂଶୁଘାତରେ ମହିଳା ମୃତ 

ଅଂଶୁଘାତରେ ମହିଳା ମୃତ 

ମୟୂରଭଞ୍ଜ – ୨୦/୦୪ // ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର କାକୁଡିରାମା ଗ୍ରାମର ଜନୈକ ମହିଳାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଶନିବାର ଦିନ କାକୁଡିରାମା ଗ୍ରାମର ରାମଚନ୍ଦ୍ର କିସ୍ କୁ ଓ ତାଙ୍କ ଦିତୀୟ ପତ୍ନୀ ଲତା ପିଙ୍ଗୁଆ(୨୬) ଗାଁ ପାଖରେ ଆଦିବାସୀଙ୍କ ପାରମ୍ପରିକ କାତିଖେଳ ଦେଖିବାକୁ ଯାଇଥିଲେ । ଅପରାହ୍ନ ରେ ଖେଳ ଦେଖୁଥିବାବେଳେ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଘରକୁ ଅଣା ଯାଇଥିଲା ସେଠାରୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିବାବେଳେ ରାସ୍ତାରେ ପ୍ରାଣବାୟୁ ଉଡି ଯାଇଥିଲା ବୋଲି ସ୍ଵାମୀ ରାମଚନ୍ଦ୍ର କିସ୍ କୁ ସୂଚନା ଦେଇଥିଲେ। ଡ଼ାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଗୋରୁମହିଷାଣୀ ପୋଲିସ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୬/୨୫ ରୁଜୁ କରି ରବିବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ଵାଳ ମସିହା ନିଉଜ

Related posts

ରବୀନ୍ଦ୍ର ପଧାନ ଙ୍କ ପରଲୋକ, ଶୋକ ର ଛାୟା 

Sunil Chandra Nayak

ଉପଜିଲ୍ଲାପାଳଙ୍କ ଦ୍ୱାରା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ

Sunil Chandra Nayak

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

Sunil Chandra Nayak

Leave a Comment

error: Content is protected !!