ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ସମ୍ବଳ ର ସୁପରିଚାଳନା ନେଇ ତାଲିମ

ପ୍ରାକୃତିକ ସମ୍ବଳ ର ସୁପରିଚାଳନା ନେଇ ତାଲିମ 

ଡାବୁଗାଁ, ୧୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ପ୍ରାକୃତିକ ସମ୍ବଳ ର ସୁପରିଚାଳନା ନେଇ ଏକ ତାଲିମ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାକୃତିକ ସମ୍ବଳ ଗୁଡିକ ଏମଜିଏନଆରଇଜିଏସ ଯୋଜନାରେ ଅନ୍ତର୍ଭୁକ୍ତ କରି କିପରି ଭାବେ ପରିଚାଳନା କରାଯିବ ସେନେଇ ତାଲିମ ଦିଆଯାଇଥିଲା l ଏଥିରେ ପ୍ରଶିକ୍ଷକ ଭାବେ ବିଡ଼ିଓ ଶରତ ମାଝୀ, ଏବିଡ଼ିଓ ପଦ୍ମନାଭ ତ୍ରିପାଠୀ, ବ୍ଳବ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବର୍ଣ୍ଣବାସ ନାୟକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ ଡି ପ୍ରସାଦ ପ୍ରମୁଖ ତାଲିମ ଦେଇଥିଲେ l ଏଥିରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅର୍ଜୁନ ଭତ୍ରା, ଦିବ୍ୟ ଶଙ୍କର ପୂଜାରୀ ଓ କାମିନୀ ହରିଜନ, ସମସ୍ତ ସରପଞ୍ଚ, ଏମବିକେ, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ସମସ୍ତ ଏସିଡ଼ିଓ ଓ ଜିଆରଏସ ମାନେ ତାଲିମ ନେଇଥିଲେ l ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

କୋକସରା କୁ ଏନଏସସି ଘୋଷଣା ଦାବି ରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

Sunil Chandra Nayak

ଝାରକଟା ଉପ୍ରା ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ପାଳିତ 

masiha

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!