ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଚିକା ଓ ସହାୟିକା ସଂଘ ପକ୍ଷରୁ ୧୫ ଦଫା ଦାବିରେ ବିଶାଳ ଶୋଭାଯାତ୍ରା

ପାଚିକା ଓ ସହାୟିକା ସଂଘ ପକ୍ଷରୁ ୧୫ ଦଫା ଦାବିରେ ବିଶାଳ ଶୋଭାଯାତ୍ରା

ଲାଞ୍ଜିଗଡ଼,୧୮/୦୩(ମନିସ)-ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ୧୫ ଦଫା ଦାବି ପୂରଣ ଉଦ୍ଦେଶ୍ୟରେ ଆଜି ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଏକ ବିଶାଳ ଶୋଭାଯାତ୍ରା ସହିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଲ ଇଣ୍ଡିଆ ଟ୍ରେଡ ୟୁନିୟନ କଂଗ୍ରେସ ସହିତ ଅନୁବନ୍ଧିତ ନିଖିଳ ଓଡ଼ିଶା ପାଚିକା ସହାୟିକା ସଂଘର ଡାକରାରେ ଆଜି ବିଶ୍ୱନାଥପୁର ମେଡିକାଲ ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଏକ ସଭା ଆୟୋଜନ ସହିତ ସଂଘର ୧୫ ଦଫା ଦାବିକୁ ନେଇ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ, ଲକ୍ଷ୍ମୀପ୍ରିୟା ମୁଦୁଲି ଉପସ୍ଥିତ ଥିଲେ। ଦାବିଗୁଡିକ ମଧ୍ୟରେ ପାଚିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଓ ମାସିକ ସର୍ବନିମ୍ନ ମଜୁରୀ ପ୍ରଦାନ, ପାଚିକାମାନଙ୍କୁ ୧୦ ମାସର ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ, ୨୦୦୯ ଡିସେମ୍ବରରୁ ୨୦୧୨ ମାର୍ଚ ପର୍ଯ୍ୟନ୍ତ କାମକରିଥିବା ସମସ୍ତ ପାଚିକା ସହାୟିକାଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତି ସହିତ ମୃତକଙ୍କ ଉତ୍ତରାଧୁକାରୀଙ୍କୁ ଓ ଅବସରପ୍ରାପ୍ତ ପାଚିକାଙ୍କୁ ପାରିଶ୍ରମିକ ପ୍ରଦାନ, ସ୍କୁଲ ବନ୍ଦ, ସ୍କୁଲ ମିଶ୍ରଣ ଫଳରେ ବାଦ ପଡିଥିବା ସମସ୍ତ ପାଚିକାଙ୍କୁ ଅନ୍ୟତ୍ର ନିଯୁକ୍ତି,ପିଲାସଂଖ୍ୟା କମ ପାଇଁ ବନ୍ଦ ହୋଇଥିବା ୯୬୬ ଓ ୧୪୩୭୯ ପ୍ରାଥମିକ ବିଦ୍ୟାଳୟକୁ ତୁରନ୍ତ ଖୋଲାଯାଇ ପାଚିକାମାନଙ୍କୁ ନିଯୁକ୍ତି, ଅବସରକାଳୀନ ବୟସସୀମା ୬୫କୁ ବୃଦ୍ଧି କରିବା ସହିତ ୬୦ ବର୍ଷ ପରେ ବାଦ ପଡିଥିବା ପାଚିକାଙ୍କୁ ଅବସର କାଳୀନ ଭତ୍ତା ପ୍ରଦାନ, ପାଚିକାଙ୍କୁ ପ୍ରତିମାସ ପ୍ରଥମ ସପ୍ତାହରେ ପାରିଶ୍ରମିକ ପ୍ରଦାନ, ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ଅନ୍ୟାନ୍ୟ କାମରେ ନିୟୋଜିତ ବନ୍ଦ କରିବା, ପାଚିକାମାନଙ୍କୁ ଛୁଟି ନେବାର ବ୍ୟବସ୍ଥା ସହିତ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ସହିତ ପ୍ରସୂତିକାଳୀନ ଛୁଟିର ବ୍ୟବସ୍ଥା, ମଧ୍ୟାହ୍ନ ଭୋଜନ ଯୋଜନାକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର ବନ୍ଦ କରିବା, ପାଚିକାମାନଙ୍କ ବର୍ଷକୁ ଦୁଇ ହଳ ଶାଢୀ ପ୍ରଦାନ, ସାମାଜିକ ନିରାପତ୍ତା, ବୀମାଭୁକ୍ତ କରିବା ସହିତ ଅବସରକାଳୀନ ସହଯୋଗ ରାଶିକୁ ୫୦ ହଜାର ଟଙ୍କା ପ୍ରଦାନ, ବିଭିନ୍ନ ସ୍କୁଲରେ ନୂତନ ଭାବେ ନିଯୁକ୍ତି ପାଉଥିବା ପାଚିକାଙ୍କୁ ନିଯୁକ୍ତି ଦିନଠାରୁ ପାରିଶ୍ରମିକ ପ୍ରଦାନ, ପାଚିକା ସହାୟିକାଙ୍କ ନିଯୁକ୍ତି ପ୍ରଣାଳୀ ଗୋଷ୍ଠୀ ଶିକ୍ଷା ଅଧୁକାରୀଙ୍କ ଜରିଆରେ କରାଯିବା,ପାଚିକା ସହାୟିକାଙ୍କ ଅବସର ଓ ମୃତ୍ୟୁ ପରେ ନିଜ ଉତ୍ତରାଧିକାରୀଙ୍କୁ ସୁଯୋଗ ଦିଆଯିବା, ପାଚିକା ସହାୟିକାଙ୍କ କାର୍ଯ୍ୟରତ ସମୟରେ ଦୁର୍ଘଟଣା ଘଟିଲେ ତାର ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ଆଦି ଦାବି ରହିଛି। ଆଜିର ଶୋଭାଯାତ୍ରାରେ ସଂଘର ରାଜ୍ୟ ସଭାପତି ଅକ୍ଷୟ କୁମାର ମେହେର, ଲାଞ୍ଜିଗଡ ବ୍ଲକ ସଭାପତି ଅହଲ୍ୟା ପ୍ରଧାନୀ, ଉପସଭାପତି ମଞ୍ଜୁଲତା ଗୁରୁ, ସଂପାଦିକା ଶ୍ରୀମତୀ ପ୍ରଧାନୀ, କୋଷାଧ୍ୟକ୍ଷ ବିରଞ୍ଚି ବିଶି, କାର୍ଯ୍ୟକାରୀ ସଭାପତି ଲତା ଗଉଡ଼, କୋକସରା ବ୍ଲକ ସଭାପତି ରିଖେରାମ ଭାଟି, ଭବାନୀପାଟଣା ବ୍ଲକ ସଭାପତି ଅବନ୍ତୀ ଦଣ୍ଡସେନା, ଲାଞ୍ଜିଗଡ ବ୍ଲକ କାର୍ଯ୍ୟକାରୀ ସଭ୍ୟା ମଞ୍ଜୁଳା ରାଉତ, ଜିଲ୍ଲା କାର୍ଯ୍ୟକାରୀ ସଭ୍ୟା ପୁଷ୍ପାଞ୍ଜଳି ବେହେରା, ଶାନ୍ତିପ୍ରିୟା ତାଣ୍ଡି, ଉର୍ବଶୀ ମାଝୀ, ଲାଞ୍ଜିଗଡ ବ୍ଲକ ସଦସ୍ୟା କଲମୀ ମାଝୀ, ପୁଷ୍ପ ଚଣ୍ଡୀ, ପୂଲସ୍ତୀ ପୁଝାରୀ ପ୍ରମୁଖ ନେତୃତ୍ୱ ନେଇଥିଲେ।ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍କୁଲରୁ ଆସିଥିବା ଦୁଇଶହରୁ ଉର୍ଦ୍ଧ୍ୱ ପାଚିକା ଓ ସହାୟିକା ଏଥିରେ ସାମିଲ ହୋଇଥିଲେ।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ,ସଂଗୀତ ଜୀବନକୁ ପ୍ରାଣବନ୍ତ କରେ…..

Sunil Chandra Nayak

ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ କଲେ ପ୍ରଭାକର

masiha

Leave a Comment

error: Content is protected !!