ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ଛତ୍ରପୁରରେ ପାଳିତ

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ଛତ୍ରପୁରରେ ପାଳିତ 

୫ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସମ୍ବର୍ଦ୍ଧନା  

ଛତ୍ରପୁର, ତା ୩୧/୦୩ ଗଞ୍ଜାମ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ସମାବେଶରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦ ଜଣ ଟ୍ରାନ୍ସଜେଣ୍ଡର ଭାଗ ନେଇଥିଲେ । 

 ଟ୍ରାନ୍ସଜେଣ୍ଡରମାନଙ୍କ ଅଧିକାର ସମ୍ବନ୍ଧୀୟ ଜନ ସଚେତନତା ପାଇଁ ଆଜି ସକାଳେ ଏକ ପଦଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଜିଲ୍ଲା ସଂସ୍କୃତି ଭବନ ପର୍ଯ୍ୟନ୍ତ ଯିବା ସମୟରେ ବିଭିନ୍ନ ପଥପ୍ରାନ୍ତ ନାଟକ ଜରିଆରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ତାପରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ କାର୍ମଶାଳା ଆଯୋଜିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ପୌରହିତ୍ୟ କରି କହିଥିଲେ ଯେ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ମାଧ୍ୟମରେ ଟ୍ରାନ୍ସଜେଣ୍ଡରମାନଙ୍କ ସାମାଜିକ, ଆର୍ଥିକ ବିକାଶ ପାଇଁ ସରକାର ରୀତିମତ ପ୍ରଚେଷ୍ଟା ଚଳାଇ ଆସିଛନ୍ତି ଯାହାଦ୍ବାରା ଟ୍ରାନ୍ସଜେଣ୍ଡରମାନଙ୍କ ପ୍ରତି ଜନ ସାଧାରଣଙ୍କ ମାନସିକତା ବହୁମାତ୍ରାରେ ପରିବର୍ତ୍ତିତ ହେଲାଣି । ସେଥିପାଇଁ ପୂର୍ବରୁ ସେମାନେ ଯେପରି ନିଜର ଶାରୀରିକ ତଥା ମାନସିକ ଅବସ୍ଥା ବ୍ୟକ୍ତ କରିବା ପାଇଁ ଲଜ୍ଜାବୋଧ କରୁଥିଲେ, ସେପରି ପରିସ୍ଥିତି ଆଉ ପ୍ରାୟତଃ ନାହିଁ । 

ଏହି ଅବସରରେ ୫ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରଯାଇଥିଲା । ପୁନଶ୍ଚ ବିଭିନ୍ନ ବ୍ଲକରେ ଜନସଚେତନତା ମୂଳକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିବା ଟ୍ରାନ୍ସଜେଣ୍ଡରମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରଯାଇଥିଲା । 

 କାର୍ଯ୍ୟକ୍ରମରେ ଓଡିଶା ଟ୍ରାନ୍ସଜେଣ୍ଡର ସଂଘର ରାଜ୍ୟ ସଭାପତି ସ୍ଵୀଟି ସାହୁ, ଗଞ୍ଜାମ ଜିଲ୍ଲା ଟ୍ରାନ୍ସଜେଣ୍ଡର ସଂଘ ସମ୍ପାଦକ ମନୋଜ ତରାଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା, ବ୍ରହ୍ମପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ, ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ଵାଇଁ ପ୍ରମୁଖ ଯୋଗ ଦେଇଥିଲେ । ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related posts

ରାଉରକେଲା ମହାନଗର ନିଗମରେ ସ୍ଵାୟତ୍ତ ଶାସନ ଦିବସ ପାଳିତ

Sunil Chandra Nayak

ପଞ୍ଚଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦ ଓ ମଧୁସୂଦନ ପାଠାଗାରର ମିଳିତ ସହଯୋଗରେ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ.

masiha

Leave a Comment

error: Content is protected !!