ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା” ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ

ମା” ଠାକୁରାଣୀ ଙ୍କ କଳସ ଯାତ୍ରା ଶେଷ

ଡାବୁଗାଁ, ୩୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ୯ ଦିନ ବ୍ୟାପୀ ଚାଲିଥିବା ମା” ଠାକୁରାଣୀ ଙ୍କ କଳସ ଯାତ୍ରା ମଙ୍ଗଳବାର ଶେଷ ହୋଇଯାଇଛି | ଆଜି ଦିନ ସାରା ମା ଠାକୁରାଣୀ ଙ୍କ କଳସୀ ମଣ୍ଡପ ଠାରେ ପୂଜାର୍ଚ୍ଚନା ପରେ ଅପରାହ୍ନ ୫ ଘ ସମୟରେ ମା ଠାକୁରାଣୀଙ୍କ ଘଟ ସହ ଲାଠି, କୁର୍ଚ୍ଚି ଆଦି କଳସୀ ମଣ୍ଡପ ଠାରୁ ବହୁ ଆଡମ୍ବରରେ ଶୋଭାଯାତ୍ରା ବାହାରି ବାଜା ବଜାଇ ବାଣ ଫୁଟାଇ ଗ୍ରାମର ସମସ୍ତ ଦେବୀ ମାନଙ୍କୁ ଡାକ ଦେଇ ବାହାରି ପଡିଥିଲେ ମା ଠାକୁରାଣୀ ଙ୍କ ମନ୍ଦିରକୁ | ଏଥିରେ ବହୁ ଭକ୍ତ ଉପସ୍ଥିତ ଥିଲେ | ପ୍ରାୟ ୩୦ ରୁ ଉର୍ଦ୍ଧ ବାଳିକା ଝିଅ ମାନେ ମୁଣ୍ଡରେ କଳସ ବୋହି ମା ଠାକୁରାଣୀ ଙ୍କ ମନ୍ଦିରକୁ ଯାଇ ସେଠାକାର ପୋଖୋରୀରେ ବୁଡ ପକାଇ ଥିଲେ | ପରେ ସମସ୍ତ ଗ୍ରାମବାସୀ ନିଜ ଘରକୁ ଫେରିଥିଲେ | ଏଥିରେ ଡାବୁଗାଁ ଥାନା ଆଇଆଇସି ରଘୁନାଥ ମାଝିଙ୍କ ସମେତ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ | ଏଥିରେ କମିଟି ସଭାପତି ଭାବେ ସତ୍ୟ ରଞ୍ଜନ ପାତ୍ର, ଉପସଭାପତି ପାପନ୍ନା ରେଲି, ବିନୋଦ ସୌରା, କୋଷାଧ୍ୟକ୍ଷ ଭାବେ କୁନୁ ପାତ୍ର ଓ ସୁରେନ୍ଦ୍ର ରେଲି ଙ୍କ ସହ କମିଟି ସଭ୍ୟ ମାନେ ଉପସ୍ଥିତ ଥିବା ବେଳେ ଅନ୍ୟ ମାନେ ମିଶି ଏହି ଯାତ୍ରା କୁ ସୁରୁଖୁରୁ ରେ ପରିଚାଳନା କରିଥିଲେ | ଏହି ଶୋଭାଯାତ୍ରାରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଜେଡି ବରିଷ୍ଠ ନେତା ଏମ. ଆପ୍ପା ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବ୍ଲକ କଂଗ୍ରେସ ସଭାପତି ଜି. ସାଇ ରାଜୁ ଓ ଅନ୍ୟ ମାନେ ସାମିଲ ହୋଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରା: ନଗର ପରିକ୍ରମାର ତୃତୀୟ ଦିନରେ ବ୍ୟାପକ ପଟୁଆର ସହ ଇଲେକ୍ଟ୍ରି ସାହି ପରିଭ୍ରମଣ 

Sunil Chandra Nayak

କୁଟେନ ଗାଁରେ ମହାଭାରତ ମହା ପରାୟଣ 

masiha

ହରପାର୍ବତୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!