ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ରେ ତିନି ଦିନିଆ କର୍ମଶାଳା

ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ରେ ତିନି ଦିନିଆ କର୍ମଶାଳା

ତେନ୍ତୁଳିଖୁଣ୍ଟି ୨୯/୦୧/୨୫ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା କାର୍ଯ୍ୟାଳୟ ପ୍ରଶିକ୍ଷଣ ଭବନ ରେ ତିନି ଦିନିଆ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ୨୭ ତାରିଖ ରୁ ଆରମ୍ଭ ହୋଇ ଥିବା କର୍ମଶାଳା ରେ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ନାୟକ ପ୍ରାରମ୍ଭିକ ଅଭିଭାଷଣ ରେ ଚାଷ କହିଲେ ଧାନ, ମକା କିମ୍ବା ବିରି ମାଣ୍ଡିଆ ବୁଟ ମୁଗ ରେ କେବଳ ସରକାରୀ ପ୍ରୋତ୍ସାହନ ସୀମିତ ନାହିଁ। ଉଦ୍ୟାନ କୃଷି , ମତ୍ସ୍ୟ ଚାଷ ପଶୁ ପାଳନ ଆଦି ଚାଷ ପାଇଁ ସରକାର ବହୁ ସବ୍ସିଡି ଓ ମାଗଣା ବିହନ ଚାରା ଆଦି ଦେଉଛନ୍ତି। ସେସବୁ ର ସୁଯୋଗ ନେବାକୁ ଆହ୍ବାନ କରିଥିଲେ। ଡ୍ରିପ ଇରୀଗେଶନ ପାଇଁ ସତୁରୀ ପ୍ରତିଶତ ସବ୍ସିଡି ଦିଆଯାଉଛି। ଆଳୁ ଚାଷ ପାଇଁ ବିହନ ଦିଆଯାଉଛି, ହଲଦୀ ଚାଷ ପାଇଁ ବିହନ ଦିଆଯାଉଛି ଏସବୁ ଚାଷ ରେ ମଧ୍ୟ ଚାଷୀ ଲାଭ ପାଇ ପାରିବ। ଛତୁ ଚାଷ, ଫୁଲ ଚାଷ , ପନିପରିବା ଚାଷ ଆଦି କରି ଚାଷୀ ଧାନ ଆଦି ଚାଷ ରୁ ଅଧିକ ଅର୍ଥ ପାଇପାରିବ ଏସବୁ ର ସୁଯୋଗ ନେବାକୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ତେଜସ୍ଵୀନି ନାୟକ ଉପସ୍ଥିତ ଚାଷୀ ଙ୍କୁ ବୁଝାଇଥିଲେ। ଏହି କର୍ମଶାଳା ରେ ଉଦ୍ୟାନ କୃଷି କର୍ମଚାରୀ ପ୍ରଜ୍ଞା ସଗରିଆ ମଧ୍ୟ ଉଦ୍ୟାନ କୃଷି ବିଭାଗ ର ଯୋଜନା ସମ୍ପର୍କରେ ଉପସ୍ଥିତ ରହି ବୁଝାଇଥିଲେ। ପଶୁ ଚିକିତ୍ସକ ଡକ୍ଟର ମହେନ୍ଦ୍ର ସମରଥ ସମେତ କୃଷି ଓଭରସୀୟର ମଧୁସ୍ମିତା ପତି,ବନ୍ଦିତା ମହାରଣା ଜିତେନ୍ଦ୍ର ଟାକ୍ରୀ ପ୍ରମୁଖ କର୍ମଶାଳା ରେ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଆଦର୍ଶ ପାଠାଗାରର ମହାବିଷୁବ ମିଳନ ଆସନ୍ତା ୧୪ ରେ ……

Sunil Chandra Nayak

ରାଇରଙ୍ଗପୁର ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଏକ ଦୀବସୀୟ ବ୍ଳକ ସ୍ତରୀୟ ଛତୁ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର

Sunil Chandra Nayak

ତିନି ଦଫା ଦାବୀରେ ସମୂହ ଛୁଟିରେ ଗଲେ ଧର୍ମଗଡର ସମସ୍ତ ପ୍ରାଥମିକ ଶିକ୍ଷକ , ୧୬୩ ସ୍କୁଲ ରେ ପଡ଼ିଲା ତାଲା..

masiha

Leave a Comment

error: Content is protected !!