ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପବନ୍ଧୁ ପାଠାଗାରରେ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ

ରାଉରକେଲା // ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାରରେ ବିଷୁବ ମିଳନ ସହ ଓଡ଼ିଆ ନୂଆବର୍ଷ ମହାସମାରୋହରେ ପାଳିତ ହୋଇଯାଇଛି। ଇଂ. ନବଘନ ସାହୁଙ୍କ ସଭାପତିତ୍ବରେ ଏବଂ ପାଠାଗାର ସଂପାଦକ ଡଃ ଗିରିଜା ଶଙ୍କର ଗୋସ୍ବାମୀଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସାରସ୍ଵତ ସମାରୋହକୁ ମୁଖ୍ୟ ଅତିଥି ମାନନୀୟ ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ‘ସପ୍ତସ୍ବର’ କଳାନିକେତନର ଗୁରୁ ସୁଶାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶନା ଏବଂ ଗୁରୁ ଶରତ କୁମାର ଧଳଙ୍କ ତତ୍ବାବଧାନରେ କଳାକାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ଇନ୍ଦ୍ରାଣୀ ସରକାର, ତନଭି ତନୟା ପାଢ଼ୀ, କଲ୍ୟାଣୀ ତ୍ରିପାଠୀ, ଅନନ୍ୟା ଦାସ ଓ ତନ୍ମୟୀ ସାହୁଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା। ସଭାପତି ଇଂ. ନବଘନ ସାହୁଙ୍କ ସ୍ବାଗତ ଅଭିଭାଷଣ ପରେ ସାଧାରଣ ସମ୍ପାଦକ ହରିହର ଶତପଥୀ ଭିତ୍ତି ଉପସ୍ଥାପନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଚିକିତ୍ସକ ତଥା ସାରସ୍ବତ ସାଧକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଆଜି ଦିନର ମହତ୍ଵ ସମ୍ପର୍କରେ ବିଭିନ୍ନ ପୋଥି ପୁରାଣର ଅବଲମ୍ବନରେ ଆଲୋଚନା କରିଥିଲେ। ଏହି ଅବସରରେ ବିଶିଷ୍ଟ ଯନ୍ତ୍ରୀ ତଥା ସମାଜ ସେବୀ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି ଏବଂ ସମାଜ ସେବୀ ଶ୍ରୀଯୁକ୍ତ ଭୀମ ପ୍ରସାଦଙ୍କୁ ଶ୍ରୀଫଳ, ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କୋଷାଧ୍ୟକ୍ଷ ଲକ୍ଷ୍ମଣ ନାଥ ଦାସ ଏବଂ ଉପସଭାପତି ବିଭୂତି ଭୂଷଣ ଦାସ ମାନପତ୍ର ପାଠ କରିଥିଲେ।  

ପାଠାଗାରର ବରିଷ୍ଠ ସଦସ୍ୟ ହରିହର ନାୟକ, କୈଳାଶ ଚନ୍ଦ୍ର ସାମଲ, ରବୀନ୍ଦ୍ର କୁମାର ସରାଫ, ଝୁଲଣ ଜେନା, ବୈକୁଣ୍ଠ ସାହୁ, ତରୁଣ କୁମାର ପାତ୍ର,ହରିଶ୍ଚନ୍ଦ୍ର ଭୂମିଜ, ଗଦାଧର ରଥ ପ୍ରମୁଖ ସହାୟତା କରିଥିବା ବେଳେ , ଡାକ୍ତର ଗୋକୁଳାନନ୍ଦ ସାହୁ, ଡାକ୍ତର ଗୋଷ୍ଠ ଚନ୍ଦ୍ର ପତ୍ରୀ , ଶଙ୍କର ପ୍ରସାଦ ତ୍ରିପାଠୀ, ସବିତା ସାହୁ, ସୁଶାନ୍ତ କୁମାର ଦାସ, ଡାକ୍ତର ମହେଶ ପ୍ରସାଦ ବେହେରା, ଉମେଶ ଚନ୍ଦ୍ର ଜେନା, ପ୍ରତାପ କୁମାର ରାୟ, ରାଜକୁମାର ମହାନ୍ତି, ସତ୍ୟ ନାରାୟଣ ମିଶ୍ର, ସୁଶାନ୍ତ କୁମାର ନାୟକ, ପ୍ରତିମା ମହାପାତ୍ର ଶକ୍ତି ପ୍ରସାଦ ସାମନ୍ତରାୟ, ଗୋପାଳ ପ୍ରସାଦ ଜେନା, ନିର୍ମଳ କୁମାର ଆଚାର୍ଯ୍ୟ, ଡଃ ମିନତି ପଣ୍ଡା, ଅଜିତ ମୋହନ ପୁଜାରୀ, ବିପିନ ବିହାରୀ ପଟ୍ଟନାୟକ, ସୁପ୍ରୀୟା ମହାନ୍ତି, ଗୀତା ମିଶ୍ର, ଗୀତା ସେନାପତି ପ୍ରମୁଖ ଶତାଧିକ ସଦସ୍ୟ ଏବଂ ସଂସ୍କୃତି ପ୍ରେମୀ ଉପସ୍ଥିତ ଥିଲେ ।

ଶେଷରେ ଗୁରୁ ମୃତ୍ୟୁଞ୍ଜୟ ବାସାଙ୍କ ନିର୍ଦ୍ଦେଶନାରେ ଦେବନୃତ୍ୟମ୍ ଡାନ୍ସ ଷ୍ଟୁଡିଓର ଶିଳ୍ପୀ ଦୀପ୍ତି ପ୍ରିୟା ବିଶ୍ବାଳ, ବୈଦେହୀ ପ୍ରିୟଦର୍ଶିନୀ, ସ୍ନେହାରାଣୀ ପ୍ରଧାନ, ସାଇରା ସୁମନ ଶତପଥୀ ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ବିଭୂତି ଭୂଷଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଅଭିଷେକ ବେହୁରିଆ ହେଲେ ମିଃ ରାଉରକେଲା ୨୦୨୨

Sunil Chandra Nayak

ପବିତ୍ର ଗୁରୁ ପୂର୍ଣ୍ଣିମା ପାଳନ କଲେ ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର.

masiha

Leave a Comment

error: Content is protected !!