ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି ଆର ଆମ୍ବେଦକରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ଫୁଲବାଣୀ ଠାରେ ବହୁ ସମାରୋହରେ ପାଳିତ 

ଅଲ ଇଣ୍ଡିଆ ଏସ ସି ଫେଡ଼ରେସନର ଆନୁକୁଲ୍ୟରେ ଜାଗ୍ରତ୍ କନ୍ଧମାଳର ପ୍ରତିଷ୍ଠାତା ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ବିଶ୍ୱରତ୍ନ ମହା ମାନଵ ଭାରତର ସମ୍ବିଧାନ ପ୍ରଣେତା, ଭୀମରାଓ ବାବା ସାହେବ ଡ଼ଃ ଆମ୍ବେଦକର  ସର୍ବ ଶ୍ରେଷ୍ଠ ଆଇନଜ୍ଞ, ବିଶ୍ୱର ଭାଷା ବିତ ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ସ୍ଥାନୀୟ ଫୁଲବାଣୀ ସାହି ସ୍ଥିତ ଆମ୍ବେଦକର ଛକ ଠାରେ ପାଳିତ ହୋଇଥିଲା l ସର୍ବ ପ୍ରଥମେ ବାବା ସାହେବ ଭିମ ରାଓଙ୍କ ପ୍ରତିମୂର୍ତ୍ତିରେ ଫୁଲବାଣୀ ପୋୖର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଦେବ ବେହେରା ପୁଷ୍ପ ମାଲ୍ୟାର୍ପଣ କରି ଭୀମରାଓ ଡ଼ଃ ବାବା ସାହେବ ଆମ୍ବେଦକରଙ୍କ ଆଦର୍ଶ ଆଚରଣ ଓ ସମ୍ବିଧାନ ପ୍ରଣୟନ ଉପରେ ବକ୍ତବ୍ୟ ରଖିଥିଲେ l ଏହି ଅବସରରେ ବରିଷ୍ଠ ଆଇନଜିବୀ ତଥା ରୋଟାରୀ କ୍ଲବ ସଭାପତି ହରିଶ୍ଚନ୍ଦ୍ର ମହାରଣା,ଏସ ସି ଫେଡରେସନର ସଭାପତି ଡଃ ସୋମନାଥ ବାଗ ଏବଂ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର,ପୂର୍ବତନ ନଗରପାଳ ପ୍ରତାପ ପାତ୍ର,ଆଇନଜୀବୀ ବିଜୟ ମହାନ୍ତି, ପ୍ରେସକ୍ଳବ ସଭାପତି ସୁନିଲ ପଟ୍ଟନାୟକ,ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଘନ କୁମାର ଶବର,ସମାଜସେବୀ ଜଳନ୍ଦର ବେହେରା,ଡେପୁଟି କଲେକ୍ଟର ବିବେକାନନ୍ଦ ସାମଲ, ମେଡ଼ିକାଲ ପବ୍ଲିକ ରିଲେସନ ଅଫିସର ଧର୍ମେନ୍ଦ୍ର ତାଣ୍ଡି, ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ପଟ୍ଟନାୟକ, ଜାଗ୍ରତ କନ୍ଧମାଳ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ,ଫୁଲବାଣୀ ନଗର କଂଗ୍ରସ ସଭାପତି ଶିଵ ଶଙ୍କର ବେହେରା,ଯୁବ କଂଗ୍ରେସ ସଭାପତି ବସନ୍ତ ପାଢ଼ୀ, ସଂସାର ଭୋଇ, ଜାତୀୟ ମାନବିକ ଅଧିକାର ସଭାପତି ଜକୀରୁଲା ଖାଁ, ବାମସେଫ ଜିଲ୍ଲା ଉପସଭାପତି ବିନୋଦ ଚନ୍ଦ୍ର ପ୍ରଧାନ , ଶିକ୍ଷୟତ୍ରୀ ବବିତା ସାହାଣୀ,କନ୍ଧମାଳ ଜିଲ୍ଲା ହରିଜନ କର୍ମଚାରୀ ସଙ୍ଘ ସଭାପତି ବେଣୁଧର ସେଠି,ଓ ବି ସି ସେଲ ର ଜିଲ୍ଲା କର୍ଡ଼ିନେଟର ବିପ୍ରଚରଣ ସ୍ୱାଇଁ ,ଶିକ୍ଷକ ଭିମରାଜ ବଳିଆର ସିଂ, ଗୁପ୍ତେଶ୍ଵର ଦିଗାଲ,ଅଲ ଇଣ୍ଡିଆ ଏସ ସି ଫେଡରେସନ କନ୍ଧମାଳ ଜିଲ୍ଲା ସଭାପତି ସୋମନାଥ ବାଗ,ଉପସଭାପତି ନିରଞ୍ଜନ ବେହେରା, ଯୁଗ୍ମ ସମ୍ପାଦକ ଶିବ ଶଙ୍କର ସାହାଣୀ, କୋଷାଧ୍ୟକ୍ଷ ଦିବାକର ଦିଗାଲ,ବାବା ସାହେବ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟର୍ପଣ କରିଥିଲେ। ଏବଂ ସମସ୍ତ ଦେଶପ୍ରେମୀ ମାନେ ବାବା ସାହେବ ଆମ୍ବେଦକର ଙ୍କର ସ୍ମୃତି ଆଦର୍ଶ କୁ ଚାରଣ କରିଥିଲେ।ଏବଂ ଜୟ ବାବା ସାହେବ ଆମ୍ବେଦକର ,ଜୟ ଭାରତ , କହି ସ୍ଲୋଗାନ ଦେଇ ଥିଲେ। ବାବା ସାହେବ ଆମ୍ବେଦକର ଙ୍କର ନୀତି ଆଦର୍ଶ , କୃତିତ୍ୱ ସମ୍ପର୍କରେ ଜନସାଧାରଣ ସମସ୍ତେ ଜାଣିବା ନିମନ୍ତେ ବାବା ସାହେବ ଭୀମରାଓ ଆମ୍ବେଦକର ଙ୍କର ରଥ ସଭାପତି ସମୋନାଥ ବାଗ ଏବଂ ଅଧ୍ୟାପିକା ଜ୍ୟୋତିର୍ମୟୀ କହଁରଙ୍କ ଦ୍ୱାରା ଶୁଭ ଉଦଘାଟନ କରାଯାଇଥିଲା l ଏହି ରଥ ଫୁଲବାଣୀ ସମେତ ଗ୍ରାମଞ୍ଚଳରେ ଭିମ ରାଓଙ୍କ ବହୁମୁଖୀ ପ୍ରତିଭା ଏବଂ ତାଙ୍କର ଆଦର୍ଶ ଆଚରଣ ବିଧି ଜନ ସାମାଜରେ ଲୋକଙ୍କ ନିକଟରେ ପହଞ୍ଚାଇବା ହେଉଛି ମୂଳ ଉଦେଶ୍ୟ ବୋଲି ସଭାପତି ଶ୍ରୀ ବାଗ ସୂଚନା ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଶିକ୍ଷକ ସୁକାନ୍ତ କୁମାର ବେହେରା ଙ୍କର ନେତୃତ୍ୱରେ ଆମ୍ବେଦକର ଙ୍କର ଜନ୍ମ ଜୟନ୍ତୀ ଅବସରରେ ଜଗନ୍ନାଥ ମନ୍ଦିର ଓ ଏଲ ଆଇ ସି କଲୋନୀ ଛକ ନିକଟରେ ଥିବା ବାବା ସାହେବ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ରେ ସମସ୍ତ ଆମ୍ବେଦକର ପ୍ରେମୀ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହାପରେ ଫୁଲବାଣୀ ପ୍ରେସକ୍ଳବ ଠାରେ ସଭାପତି ସୁନିଲ ପଟ୍ଟନାୟକ ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଆମ୍ବେଦକର ରଥ କୁ ସ୍ୱାଗତ କରିବା ସହ ପ୍ରେସକ୍ଳବ ରେ ସଭାପତି ଶ୍ରୀ ପଟ୍ଟନାୟକ ନେତୃତ୍ୱରେ ଆମ୍ବେଦକର ଙ୍କର ଜୟନ୍ତୀ ପାଳନ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା ମିଡିଆ ଫୋରମ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା,ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ନାୟକ ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଶିଵ ପ୍ରସାଦ ନାୟକ, ସନ୍ତୋଷ କୁମାର ବେହେରା, ରଞ୍ଜିତ ଦିଗାଲ, ସମେତ ବହୁ ସଂଖ୍ୟକ ଆମ୍ବେଦକର ପ୍ରେମୀ,ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା, ସମାଜସେବୀ, ରାଜନେତା,କର୍ମୀ   ,ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ଶେଷରେ ଭୀମରାଓ ଡ଼ଃ ବାବା ସାହେବ ଆମ୍ବେଦକର ରଥ ସମଗ୍ର ଫୁଲବାଣୀ ସହର ପରିକ୍ରମା କରି ସାରିବା ପରେ ପିଅନପଡା ଠାରେ ବରିଷ୍ଠ ଶିକ୍ଷୟତ୍ରୀ ସୁବାସିନୀ ରଣ ଭୁଇଁସା ରଥ ଉଦଯାପନ କରି ଥିଲେ।

ଫୁଲବାଣୀ ରୁ ବୈଦ୍ୟ ନାଥ ନାୟକ ଙ୍କ ରିପୋର୍ଟ 

Related posts

ଜଗମୋହନ ସ୍ଵାସ୍ଥ୍ୟକେନ୍ଦ୍ରରେ କୟାକଳ୍ପ ପୁରସ୍କାର ବିତରଣ

Sunil Chandra Nayak

ଝିଅ ଜନ୍ମ ନେଇ ସ୍ୱାମୀର ଅମାନବୀୟ କାଣ୍ଡ ପତ୍ନୀକୁ ମାଡ଼ ମାରି ୫ ଝିଅ ସହ ଘରୁ ବାହାର କରିଦେଲା ସ୍ୱାମୀ

Sunil Chandra Nayak

ମଘାମରା ରେ ବ୍ଳକ ସ୍ତରୀୟ ଜୈବିକ କପା ଚାଷ ଭିତ୍ତିକ ବୈଷୟିକ ତାଲିମ ଶିବିର 

Sunil Chandra Nayak

Leave a Comment

error: Content is protected !!