ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ

ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ

କୋରାପୁଟ :- ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି କମିଟି ବୈଠକ ଜିଲାପାଳ ଶ୍ରୀ ଭି. କୀର୍ତି ଭାଶନଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ ଘଟିକାରେ ସଦଭାବନା ସଭା – ଗୃହରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ଜିଲାରେ ସମ୍ଭାବ୍ୟ ବନ୍ୟା ବାତ୍ୟା କିମ୍ବା ଅତ୍ୟଧୂକ ବର୍ଷା ହେଲେ ତାର ସଠିକ୍ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ବର୍ଷା, ବନ୍ୟା ପୂର୍ବରୁ ନଦୀବନ୍ଧ ତଥା ସହରାଞ୍ଚଳ ନାଳ ମରାଁମତି, ଜଳ ଅବରୋଧ ସ୍ଥାନ ଚିହ୍ନଟ, ବନ୍ୟାପାଦିତ ଅଞ୍ଚଳରେ ଆବଶ୍ୟକ ଔଷଧ, ସାପ କାମୁଜା ଇଞ୍ଜେକସନ ଓ ଖାଦ୍ୟ ମହଜୁଦ ରଖୁବା, ହଇଜା, ଡେଙ୍ଗୁ, ମ୍ୟାଲେରିଆ ନିରାକରଣ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ, ବିପର୍ଯ୍ୟୟ ପୂର୍ବ ପ୍ରସ୍ତୁତି, ବିପର୍ଯ୍ୟୟ ସମୟ ଓ ବିପର୍ଯ୍ୟୟ ପରବର୍ତ୍ତୀ କାଳରେ କିଭଳି ପଦକ୍ଷେପ ନିଆଯିବ ସେନେଇ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା ବଳା ପରିସ୍ଥିତିରେ ପୀଡ଼ିତଙ୍କୁ ଉଦ୍ଧାର ଓ ଥଇଥାନ ନିମନ୍ତେ ଆଶ୍ରୟସ୍ଥଳୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ପ୍ରସ୍ତୁତ ରଖୁବା ଶୁଖା ଏବଂ ରନ୍ଧା ଖାଦ୍ୟ ବ୍ୟବସ୍ଥା, ଔଷଧ ମଜକୁଦ, ନଦୀବନ୍ଧ ଓ ଘାଇ ମରାମର୍ତ୍ତି, ପାଇପ୍ ଦ୍ବାରା ବିଶୋଧୂତ ଜଳ ଯୋଗାଣ, ନଳକୂପ ବିଶୋଧନ, ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଔଷଧ, ହେଲୋଜନ ବଟିକା, ଓଆରଏସ, ବ୍ଲିଚିଙ୍ଗ ପୱଡର,ପ୍ରାଣୀସମ୍ପଦର ସୁରକ୍ଷା ନିମନ୍ତେ ଟୀକା ଓ ଔଷଧ ସହ ପଦକ୍ଷେପ, ଦୁର୍ଗମ ଅଞ୍ଚଳରେ ଖାଦ୍ୟ ଶସ୍ୟ ମହଜୁଦ ରଖୁବା ଆଦି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ।ବୈଠକରେ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର ଉପଜିଲ୍ଲାପାଳ, କୋରାପୁଟ ଶ୍ରୀ ବେଣୁଧର ଶବର ଓ ବିଭିନ୍ନ ପଂଚାୟତ ସମିତିର ଅଧକ୍ଷଗଣ, କୋରାପୁଟ ପୌରପାଳିକା ଅଧକ୍ଷ ଶ୍ରୀ ଲଲାଟ ରଞ୍ଜନ ସେଠି, ଜିଲ୍ଲା ପୌରପାଳିକା ଗୁଡିକର କାର୍ଯ୍ୟ ନିର୍ବାହୀ ଅଧୂକାରୀ, ଗୋଷ୍ଠୀ ଉନ୍ନୟନ ଅଧୂକାରୀ, ତହସିଲଦାର,, ଜିଲ୍ଲା ଡି.ଆର.ଆର ସି, ଶ୍ରୀ ଅବନୀ କାନୁ ଭୂୟାଁ, ଓ.ଡ୍ରା.ଫ ବାହିନୀ, ସ୍ବେଛାସେବି ସଂଗଠନ, ଆପଦ ମିତ୍ର ସ୍ବେଛାସେବି, ସିଭିଲ ଡେଫେନ୍ସ, ଅଗ୍ନିଶମ ବିଭାଗ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ଅଧୂକାରୀମାନେ ଯୋଗଦାନ କରିଥିଲେ । ଏବଂ ପରିଶେଷରେ ଡେପୁଟି-ଜିଲ୍ଲାପାଳ, ଜିଲ୍ଲା ଜରୁରୀ କାଳୀନ ବିଭାଗ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମହିମା ମନ୍ଦିର ଟ୍ରେଞ୍ଚ ନିର୍ମାଣ କରିବାକୁ କହି ଟଙ୍କା ଆତ୍ମସାତ

masiha

ଅନୁଶାସନ ର  ଅଭାବ ଯୋଗୁଁ ସ୍କୁଲର ଦୁଇ ଜଣ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗଳ , ଜଣେ ଗୁରୁତର

masiha

ରାଇରଙ୍ଗପୁର ମହାବିଦ୍ୟାଳୟରେ ୭୫ ବନମହୋତ୍ସବ 

masiha

Leave a Comment

error: Content is protected !!