ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଏମ କିଷାନ ସମ୍ମାନ ନିଧି ହସ୍ତାନ୍ତର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ 

ପି ଏମ କିଷାନ ସମ୍ମାନ ନିଧି ହସ୍ତାନ୍ତର ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ 

ତେନ୍ତୁଳିଖୁଣ୍ଟି ୧୮/୦୬/୨୪ // ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ସ୍ତରୀୟ ପି ଏମ କିଶାନ ସମ୍ମାନ ନିଧି ଯୋଜନା ର ସତର ତମ କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଅଭାସି ମାଧ୍ୟମ ରେ ଅନୁଷ୍ଠିତ ହୋଇ ଯାଇଛି। ବିଡିଓ ମନୋଜ କୁମାର ପାଣିଗ୍ରାହୀ ଙ୍କ ପୌରୋହିତ୍ୟା ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷା ନିଲେନ୍ଦ୍ରି ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଧାନ ମନ୍ତ୍ରୀ ପି ଏମ କିସା ନ ଯୋଜନାର ସତର ତମ କିସ୍ତି ହସ୍ତାନ୍ତର କାର୍ଯ୍ୟକ୍ରମ ରେ ବୈଠକ ଗୃହରେ ଷାଠିଏ ରୁ ଉର୍ଦ୍ଧ୍ ଚାଷୀ ଉପସ୍ଥିତ ଥିଲେ। ବିଡିଓ ପି ଏମ କିଶା ନ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ଏହାର ଫାଇଦା ଚାଷୀ ପାଈ ଉପକୃତ ହେଉଛନ୍ତି। ସହ କାରି କୃଷି ଅଧିକାରୀ ଏହି ଅବସରରେ କହିଥିଲେ ବ୍ଲକ ରେ କିଛି ଚାଷୀ ଙ୍କ ଫାର୍ମର ଆଇ ଡି ହେଉ ଅବା ବ୍ୟାଙ୍କ୍ ରେ କେ ୱାଈ ସି କରି ନଥିବା ହେଉ ଅବା ଅନ୍ୟ କିଛି କାରଣ ପାଇଁ ବନ୍ଦ ରହିଛି ସେମାନେ କାର୍ଯ୍ୟାଳୟ ଆସି କିମ୍ବା ସି ଏସ ସି ଯାଇ ସମାଧାନ କରି ଫାଇଦା ନେବାକୁ ଆହ୍ବାନ କରିଥିଲେ। 

ପିଏମ୍-କିଷାନ ଯୋଜନା ରେ ବ୍ଲକ ରେ ଛ ହଜାର ରୁ ଊର୍ଦ୍ଧ୍ଵ ଚାଷୀ ପାଉଥିଲେ । ବର୍ତ୍ତମାନ ୪୪୮୫ ଜଣ ପାଇବେ ସତର ତମ କିସ୍ତି। ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଙ୍କ ପ୍ରତିନିଧି ଭାବେ ଚାଷୀ ପ୍ରଶାନ୍ତ ନାୟକ ଯୋଗ ଦେଇଥିଲେ। ଏଏଫ୍ ଓ ଶୁଭେନ୍ଦୁ ଉପସ୍ଥିତ ରହି ଚାଷୀଙ୍କୁ ସମ୍ବୋଧିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ଏ ଟି ଏମ ବାଳ ଗୋବିନ୍ଦ ସାହୁ ଓ ଆଶିଷ ପରିଡ଼ା ସହ ଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୃଷି ଓଭରସୀୟ ର ଧିରେନ ବେନ୍ୟ ଓ ଅନ୍ୟମନେ ଉପସ୍ଥିତ ରହିଥିଲେ। ପି ଏମ କିସାନ୍ ଯୋଜନା ଅର୍ଥ ପାଇବା ପରେ କାଳିଆ ଯୋଜନାରେ ଫାଇଦା ପାଉଥିବା ୮୨୬୪ କ୍ଷୁଦ୍ରଓ ଭାଗ ଚାଷୀ ଅର୍ଥ କେବେ ପାଇବେ ଆଶା ଓ ଆଶଙ୍କାରେ। ନିର୍ବାଚନ ପୂର୍ବରୁ କ୍ଷୁଦ୍ର ଓ ଭାଗଚାଷୀ ସହିତ ଭୂମିହୀନ ୭୮୪୪ କାଳିଆ ଅର୍ଥ ପାଇଥିଲେ। ନୂଆ ସରକାର ସେମାନଙ୍କ ପାଇଁ ନୂଆ ଯୋଜନା କରିବ ନା ସେହି ଯୋଜନା ରେ ହିଁ ଅର୍ଥ ଦେବ ଦେଖିବାକୁ ରହିଲା।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଭାଗରେ ଆର୍ନ୍ତଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

Sunil Chandra Nayak

ସମ୍ବିଧାନ ଦିବସ ୨୦୨୫ ଉପଲକ୍ଷେ ସମ୍ବିଧାନ ର ପ୍ରସ୍ତାବନା ପାଠ

Sunil Chandra Nayak

ପେନସନ ଗ୍ରାହୀ ସଙ୍ଘ ପକ୍ଷରୁ ୫ ଦଫା ଦାବି ପୂରଣ ପାଇଁ ବିଡ଼ିଓଙ୍କ ଜରିଆରେ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!