ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲିମ ଗ୍ରାମ ରେ ପୁଅ ଜିଉଁନ୍ତିଆ ପାଳିତ  

ଆଲିମ ଗ୍ରାମ ରେ ପୁଅ ଜିଉଁନ୍ତିଆ ପାଳିତ  

ପଲମ , ୪,୧୦,୦୨୬ ( ଭିକାରି ଗଉଡ଼) କଳାହାଣ୍ଡି ଜିଲ୍ଲା ନାର୍ଲା ବ୍ଳକ ଅନ୍ତର୍ଗତ ଟକର୍ଲା ପଞ୍ଚାୟତ ସ୍ଥିତ ଆଲିମ ଅନେକ ମହିଳା ମାନେ ଆନନ୍ଦ ଉଲ୍ଲାସର ସହିତ ଦୁତିବାହନ ପୂଜା ପାଳିତ ହୋଇଯାଇଛି । ପାରମ୍ପାରିକ ରିତି ନିତି ଅନୁସାରେ ଶନିବାର ସନ୍ଧ୍ୟାରେ ସମସ୍ତ ମହିଳା ସମ୍ମିଳିତ ଭାବେ ନିକଟସ୍ଥ ଗାଁ ପୋଖରି କୁ ଯାଇ ସେଠାରେ ବାଲି କାଢି ବାଲିପୂଜା କରିଥିଲେ । ସ୍ନାନ ସାରି ନବ ବସ୍ତ୍ର ପରିଧାନ କରି ଜିଉଁନ୍ତିଆ ଖଇ ଯୁଗାର, ଦୁବପତ୍ର, ଫୁଲ ଫଳ ଆଦି ପୂଜା ସାମଗ୍ରି ନେଇ ଗାଁ ମଝି ଦାଣ୍ଡରେ ସମସ୍ତେ ଏକାଠି ହୋଇ ଦୁତିବାହାନ ପୂଜା ସହ ଦୁତିବାହାନ ଓଷା ବ୍ରତ ପୁରାଣ ପୋର ହିତ ଆଣି ପୁରାଣ ପାଠ ସୁଣିଥିଲେ । ରବିବାର ଭୋରରୁ ପୋଖରିରୁ ସ୍ନାନ ସାରି ସେଠାରେ ପୂଜା କରିଥିଲେ । ସେଠାରୁ ଫେରି ଘରେ ପୁଅ ଝିଅ ମାନଙ୍କ ଗଳାରେ ଜିଉନ୍ତିଆ ପିନ୍ଧାଇଥିଲେ । ସମସ୍ତ ମାଁ ମାନେ ଦିନ ସାରା ନିର୍ଜଳ ଉପବାସ ପୂର୍ବକ ନିଜ ପୁଅ ଝିଅ ମାନଙ୍କ ଦୀର୍ଘାୟୁ ମଙ୍ଗଳ ସମୃଦ୍ଧି କାମନା ପୂର୍ବକ ଠାକୁରଙ୍କ ପାଖରେ ପୂଜା ଓ ପ୍ରାର୍ଥନା କରିଥିଲେ । ଏହା ମାଁ ର ବାତ୍ସଲ୍ୟ ପ୍ରେମର ପ୍ରକୃଷ୍ଟ ନିଦର୍ଶନ ଅଟେ। 

  ଭିକାରି ଗଉଡ଼ ଙ୍କ ରିପୋର୍ଟ୍ 

       

Related posts

ବନ୍ଧୁଗାଁରେ ସାଂସଦ ଙ୍କ ପ୍ରଥମ ଗସ୍ତ ସ୍ବାଗତ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ 

masiha

ପର୍ଲା ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!