ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।। “ଶିକ୍ଷାଦାନ କ୍ଷେତ୍ରରେ ଅବସର ନାହିଁ ” 

ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।।

“ଶିକ୍ଷାଦାନ କ୍ଷେତ୍ରରେ ଅବସର ନାହିଁ ” 

 କଟକ : କଟକ ସଦର ବ୍ଲକ ଅନ୍ତର୍ଗତ ସର୍ବପୁରାତନ ଶିକ୍ଷାନୁଷ୍ଠାନ କନ୍ଦରପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କୁ ମହାବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। କଲେଜର ସଭାଗୃହରେ ଅଧ୍ୟକ୍ଷା ପ୍ରଧ୍ୟାପିକା ପ୍ରଣତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ଡ.ଝରଣା ମହାନ୍ତି, ପ୍ରାଧ୍ୟାପିକା ଡ.ସ୍ମିତା ମହାନ୍ତି, ଅଧ୍ୟାପିକା ଡ.ନମିତା ପଟ୍ଟନାୟକ, ଅଧ୍ୟାପକ ସଂଗ୍ରାମ କିଶୋରୀ ଜଗଦ୍ଦେବ ପ୍ରମୁଖ ମଞ୍ଚାସିନ ହୋଇ ଶ୍ରୀମତୀ ରାଉତରାୟଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହ ଶିକ୍ଷାଦାନରେ ଅବସର ନାହିଁ ବୋଲି କହିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ଡ.ଦେବାଶ୍ରିତା ଦାଶ,ଇଶ୍ଵର ଚନ୍ଦ୍ର ପ୍ରଧାନ,ପ୍ରତାପ ଚନ୍ଦ୍ର ଦାସ,ଭବାନୀ ଚରଣ ଜେନା, ଡ.ଅମିୟ ରଞ୍ଜନ ନାୟକ,ସିଦ୍ଧାର୍ଥ ବିଷୋୟୀ, ରାଜେସ୍ୱରୀ ସେଠୀ, ବିଶ୍ଵ କଲ୍ୟାଣୀ ବେହେରା,ଲକ୍ଷ୍ମୀପ୍ରିୟା ବେଉରିଆ, ମାମିନା ପ୍ରଧାନ, ପ୍ରିୟଙ୍କା ମହାନ୍ତି ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ସେମାନଙ୍କର ବକ୍ତବ୍ୟ ରଖିଥିଲେ। ପ୍ରାଧ୍ୟାପିକା ଶ୍ରୀମତୀ ରାଉତରାୟ ତାଙ୍କ ବିଦାୟକାଳୀନ ସମ୍ଭାଷଣରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ସମସ୍ତଙ୍କୁ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ କଲେଜରେ ଶିକ୍ଷାଦାନ କ୍ଷେତ୍ରରେ ଯତ୍ନବାନ ହେବାକୁ କହିଥିଲେ। ପ୍ରଦୀପ୍ତ କୁମାର ବିଶ୍ବାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାକୁ ଅଦ୍ଵୈତ କୁମାର ସ୍ବାଇଁ,ମନୋଜ ସାହୁ, ଜିତେନ୍ଦ୍ର ସାହୁ,ଦିବ୍ୟଜ୍ୟୋତି ସାହୁ,ପୂର୍ଣ୍ଣଚନ୍ଦ୍ର ସାହୁ,ଶ୍ରୀକାନ୍ତ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ଶ୍ରୀମତୀ ରାଉତରାୟଙ୍କ ମା ଶାନ୍ତିଲତା ରାଉତରାୟ, ଭାଇ ସାମ୍ବାଦିକ ତାପସ ରାଉତରାୟ,ଦୁଇ ଝିଅ ୟୁସି ପ୍ରତୀକ୍ଷା ଓ ଶ୍ରଦ୍ଧା ଆକାଂକ୍ଷା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ କନ୍ଦରପୁର କଲେଜର ଅନ୍ୟତମ ପ୍ରତିଷ୍ଠାତା ସ୍ବର୍ଗତ ଜଗନ୍ନାଥ ରାଉତରାୟଙ୍କ ନାତୁଣୀ ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟ ଏହି କଲେଜରେ ଶିକ୍ଷାଲାଭ କରିବା ପରେ ଏହି ଠାରେ ଅଧ୍ୟାପିକା ଭାବେ କର୍ମମୟ ଜୀବନ ଆରମ୍ଭ କରି ଦୀର୍ଘ ୩୬ ବର୍ଷ ଶିକ୍ଷାଦାନ କରିବା ପରେ ଅବସର ଗ୍ରହଣ କରୁଥିବାରୁ ଏକ ଭାବ ବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଥିଲା।

କତକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ସ୍ବତନ୍ତ୍ର ସଘନ ସଂଶୋଧନ (SIR) କାଯ୍ୟକ୍ରମରେ ଉପୁଜିଥିବା ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ସ୍ମାରକପତ୍ର

Sunil Chandra Nayak

ବିରୁଡି (ମହୁମାଛି )ଆତଙ୍କ, ବନ୍ଧକନା ସାପ୍ତାହିକ ବଜାରରେ ଲୋକେ ଛିନ୍ନଛତ୍ର,୧୩ରୁ ଅଧିକଙ୍କୁ ଆକ୍ରାନ୍ତ କଲା ବିରୁଡି,୪କଲମପୁର ଓ ୧୦ବନ୍ଧକନା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

masiha

ଶେଷରେ ମୁକୁଳିଲା ବନ୍ଧା ପଡ଼ିଥିବା ସାର୍ଟିଫିକେଟ୍

Sunil Chandra Nayak

Leave a Comment

error: Content is protected !!