ଡାବୁଗାଁରେ ପୃଥକ ଦୁର୍ଘଟଣାରେ ୫ ଗୁରୁତ୍ତର
ଡାବୁଗାଁ, ୨୬/୧୦ (ମ.ନି.ସ.)- ଗୁରୁବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ୩ ଟି ସ୍ଥାନରେ ଦୁର୍ଘଟଣା ଘଟି ୫ ଜଣ ଗୁରୁତ୍ତର ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଡାବୁଗାଁ – ଘୋଡାଖୁଣ୍ଟା ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ଯୋଗେ ଚେରଚେଟିଆଗୁଡା ଗ୍ରାମର କମଳଲୋଚନ ଲହରା (୪୦), ଚିକିଲି ଗ୍ରାମର କେଶବ ବିନ୍ଧାଣି (୫୦) ଓ ଡାବୁଗାଁ ଗ୍ରାମର ଭଗବାନ ବିନ୍ଧାଣି (୪୦) ପ୍ରମୁଖ ଡାବୁଗାଁ ଆଡକୁ ଆସୁଥିବ ବେଳେ ମୁଣ୍ଡୀଗୁଡା ଗ୍ରାମ ଛକ ନିକଟରେ ମୋଟର ସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିଲା | ପରେ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ସେହିପରି ଡାବୁଗାଁ – ମେଦନା ମୁଖ୍ୟ ରାସ୍ତାରେ ଝରିଗାଁ ବ୍ଲକ ଅଧୀନ ପୁପୁଗାଁ ଗ୍ରାମର ଚିତ୍ରସେନ ହରିଜନ (୩୦) ଡାବୁଗାଁ ରୁ ନିଜ ଗ୍ରାମକୁ ମୋଟରସାଇକେଲ ଯୋଗେ ଫେରୁଥିବା ବେଳେ ଚିକିଲି ଛକ ନିକଟରେ ଭାରସାମ୍ୟ ହରାଇ ପଡିଯାଇଥିଲେ | ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ପରେ ଡାବୁଗାଁ – ଉମରକୋଟ ମୁଖ୍ୟ ରାସ୍ତାରେ ଡଙ୍ଗରୀଗୁଡା ଗ୍ରାମର ବିଶ୍ଵନାଥ ମାଝି (୫୪) ଉମରକୋଟ ଆଡୁ ନିଜ ଘରକୁ ଫେରୁଥିବା ବେଳେ ଦଶମୁଣ୍ଡିଆ ମନ୍ଦିର ନିକଟରେ ସେ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡି ଆହତ ହୋଇଥିଲେ | ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସମସ୍ତଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ଘଟଣା ସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ଦଦନ୍ତ କରୁଛି |