ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ: ଦ୍ୱିତୀୟ ସ୍ଥାନରେ ଯୋରାଡବରା ହାଇସ୍କୁଲ
କର୍ଲାମୁଣ୍ଡା, ୨୫/୯ (ସୁଶାନ୍ତ ରଣା): କଳାହାଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ଭବାନୀପାଟଣା ଠାରେ ନାଟକ ପ୍ରତିଯୋଗିତା ୨୦୨୬-୨୭ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବ୍ଲକ ରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ଡ୍ୟାନ୍ସ ଏବଂ ଡ୍ରାମା ଅଭିନୟ କରିଥିଲେ। ପାଞ୍ଚ ଗୋଟି ହାଇସ୍କୁଲ ଡ୍ରାମା ଅଭିନୟରେ ପ୍ରତିଯୋଗିତା କରୁଥିବା ବେଳେ କର୍ଲାମୁଣ୍ଡା ବ୍ଲକରୁ ମିଳିତ ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଯୋରାଡବରା ହାଇସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଜଗନ୍ନାଥ ସାହୁ, ଭବ୍ୟରଞ୍ଜନ ସାହୁ, ସଞ୍ଜୟ ରଣା, ପ୍ରମୋଦ ସାହୁ, ଦେବସ୍ମିତା ନାଗ, ଶୀତଳ ନାଗ, ଲିଜା ନାଗ, ସୁଶ୍ରୀ ସାହୁଙ୍କ ସମେତ ଛାତ୍ରଛାତ୍ରୀ ମାନେ ଡ୍ରାମା ଅଭିନୟ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ଏହା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କଳାହାଣ୍ଡି ପକ୍ଷରୁ ହୋଇଥିଲା। ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଭୁବନେଶ୍ୱର ପକ୍ଷ ରୁ ସହଯୋଗ କରାଯାଇଥିଲା। ଡ୍ରାମା ର ଡାଇରେକ୍ଟର ସଂଗ୍ରାମ ପ୍ରଧାନ ଏବଂ ବ୍ୟାସଦେବ ମାଝୀ ରହିଥିଲେ।

