ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟକଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ର ଶୁଭାରମ୍ଭ

ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦର୍ ଗ୍ରାମ ପଂଚାୟତରେ ପଞ୍ଚାୟତ ସ୍ତରୀୟ ଉତ୍ସବ ଉଦଘାଟନ 

ଭବାନୀପାଟଣା ତା ୨୩.୧୨.୨୦୨୨: ଆଜି ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତସ୍ତରୀୟ କଳାକଳାହାଣ୍ଡି ଉତ୍ସବ ଘୁମୁରା ର ଶୁଭାରମ୍ଭ ହୋଇଯାଇଛି।ଏହି ଅବସରରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗ ଦେଇଥିଲେ।ପ୍ରଥମେ ମଶାଲ କୁ ଧାରଣ ପୂର୍ବକ ଅତିଥି ମାନେ ସଭାସ୍ଥଳକୁ ଆସିଥିଲେ । ମଞ୍ଚରେ ମା ମାଣିକେଶ୍ଵରୀ ତଥା ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ଅତିଥିମାନଙ୍କ ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ ସି ଆର୍ ସି ସି ଶ୍ରୀ ତପନ କୁମାର ଭୋଇ ।ମଞ୍ଚରେ ଅତିଥି ମାନଙ୍କମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା, ଡି ଇ ଓ ସୁଶାନ୍ତ ଚୋପଦାର , ଡି ଆଇ ପି ଆର୍ ଓ ମନୋଜ ବେହେରା, ବି ଡି ଓ ଶ୍ରୀ ଜିତେନ୍ଦ୍ର ମିଶ୍ର,ବ୍ଲକ ଅଧ୍ୟକ୍ଷା କମଳା ପାତ୍ର,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପରୀକ୍ଷିତ ନାୟକ,ସରପଞ୍ଚ ଶ୍ରୀ ଦର୍ଶନ ମାଝୀ,ସମିତି ସଭ୍ୟ ରୁପେନ୍ଦ୍ର କୁମାର ଛତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ସଭା ପୂର୍ବରୁ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅନ୍ୟ ଅତିଥି ମାନଙ୍କ ଗ୍ରହଣରେ କଳାହାଣ୍ଡି ଉତ୍ସବର ଲୋଗୋ ଓ ବ୍ୟାନର ରୂପରେଖର ଉନ୍ମୋଚନ କରିଥିଲେ ।ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହ ଦେଓ ନିଜ ବକ୍ତବ୍ୟରେ ଜିଲ୍ଲାର ସଂସ୍କୃତି, ଐତିହ ଓ କଳାର ଉତକ୍ରୁଷ୍ଟତା କୁ ବଜାୟ ରଖିବା ,ଆଗେଇ ନେବା ତଥା ସର୍ବୋପରି ଜିଲ୍ଲା ବିକାଶରେ ନିଜ ର ସହଭାଗିତା କୁ ପ୍ରାଧାନ୍ୟ ଦେଇଥିଲେ ।ଏହି ଅବସରରେ ଉତ୍ସବ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଲ୍ୟ ବିବାହ ନିରୋଧ କ୍ଷୁଦ୍ର ନାଟକ,ମନରେଗା ସଚେତନତା ନାଟକ,ଘୁମୁରା, ଧାପ, ଦେଶାତ୍ମବୋଧକ ସଙ୍ଗୀତ, ବେନ୍ ଗାଁ ଡ଼ାନସ୍ ଗ୍ରୁପ୍ ପରିବେଷଣ ହୋଇଥିଲା।ମୁଖ୍ୟ ଅତିଥିଗଣ ଗ୍ରାମପଞ୍ଚାୟତ ପରିସରରେ ବ୍ଲକ ତରଫରୁ ବିଭିନ୍ନ ଯୋଜନା ସମ୍ମିଳିତ ମିଶନ ଶକ୍ତି,କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର,ମିଶନ ସୂର୍ଯ୍ୟୋଦୟ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପରେ ଲାଗିଥିବା ଷ୍ଟଲ ପରିଦର୍ଶନ କରିଥିଲେ। ସଭାରେ କଳାହାଣ୍ଡି ଉତ୍ସବ ପ୍ରଚାର ଓ ବିଜ୍ଞପ୍ତି ଉପକମିଟି ଅଧ୍ୟକ୍ଷ, ଉପାଧ୍ୟକ୍ଷ,ସଭ୍ୟ,ଗଣମାଧ୍ୟମ ପ୍ରତିନିଧି,ପଞ୍ଚାୟତ ଗ୍ରାମବାସୀ, ଭଟାଂପଦର୍ ସ୍କୁଲ୍ ର ଛାତ୍ର, ଛାତ୍ରୀ,ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ,ପଞ୍ଚାୟତ ସମିତି ସଭ୍ୟ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବଡ ଖବର.. ଟାଟା ଷ୍ଟିଲରେ ବଡ ଦୁର୍ଘଟଣା

Sunil Chandra Nayak

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ା ତରଫରୁ ଜାତୀୟ ବିଜ୍ଞାନ ଦିବସ ପାଳିତ

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ,ଗୋବିନ୍ଦପୁରରେ ଗୁରୁଦିବସ ପାଳନ ସହ ସର୍ବପଲ୍ଲୀ ଗୁରୁଗୌରବ ସମ୍ମାନ-୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!