ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବାହିତା ମହିଳା ଙ୍କୁ ଧର୍ଷଣ ନେଇ ଥାନାରେ ଏତଲା 

ବିବାହିତା ମହିଳା ଙ୍କୁ ଧର୍ଷଣ ନେଇ ଥାନାରେ ଏତଲା 

ଡାବୁଗାଁ, ୧୫/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନାରେ ଜଣେ ବିବାହିତ ମହିଳା ଧର୍ଷଣ ର ଶିକାର ହୋଇଥିବା ନେଇ ବୁଧବାର ରାତିରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନାର ଶିଂସାରୀ ଫାଣ୍ଡି ଅଞ୍ଚଳରେ ୩୦.୪.୨୫ ଦିନ ଜଣେ ୩୩ ବର୍ଷୀୟ ବିବାହିତ ମହିଳା ନିଜ ଘରେ ଥିଲେ ଓ ତାଙ୍କ ସ୍ଵାମୀ ଘରେ ନଥିଲେ | ଏହାର ସୁଯୋଗ ନେଇ ସେହି ଗ୍ରାମ ଅର୍ଜୁନ ଗଣ୍ଡ (୩୫) ମହିଳାଙ୍କ ଘରକୁ ଆସି କବାଟ ବାଡେଇ ମହିଳାଙ୍କୁ ଡ଼ାକିଥିଲା | ମହିଳା ଜଣଙ୍କ ଉତ୍ତର ଦେଇଥିଲେ ମୋ ସ୍ଵାମୀ ଘରେ ନାହାଁନ୍ତି କାଲି ସକାଳ କୁ ଆସ କହି ଘର କବାଟ ଖୋଲି ନଥିଲେ | ୧.୫.୨୫ ଦିନ ରାତ୍ର ୯ ଘ. ସମୟରେ ମହିଳା ଜଣଙ୍କ ପରିସ୍ରା କରିବାକୁ ବାହାରକୁ ଆସିଥିଲେ | ସେହି ସମୟରେ ଗ୍ରାମ ର ଅର୍ଜୁନ ଗଣ୍ଡ ମହିଳାଙ୍କ ପାଟିରେ ହାତ ଦେଇ ବକକୁ ଜାବୁଡି ଧରି ଘର ପାଖରେ ଜୋର ଜବରଦସ୍ତ ମହିଳାଙ୍କୁ ଧର୍ଷଣ କରିଥିଲେ | ଏକଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ | ୨.୫.୨୫ ଦିନ ମହିଳା ଙ୍କ ସ୍ଵାମୀ ଘରକୁ ଫେରିବା ପରେ ମହିଳା ଜଣଙ୍କ ସ୍ଵାମୀକୁ ସବୁ କଥା କହିଥିଲେ | ପରେ ସ୍ଵାମୀ ଗ୍ରାମର ଗଣ୍ଡ ସମାଜର ଭଦ୍ର ବ୍ୟକ୍ତି ମାନଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ | ଏହାପରେ ଗ୍ରାମରେ ବୈଠକ ବସିଥିଲା କିନ୍ତୁ ଅର୍ଜୁନ ଗଣ୍ଡ ଉକ୍ତ ବଇଠାକୁ ଆସିନଥିଲେ | ଶେଷରେ ନ୍ୟାୟ ପାଇଁ ମହିଳା ଜଣଙ୍କ ୧୪.୫.୨୫ ଦିନ ରାତିରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୯୯/୨୫ ରେ ଏକ ମାମଲା ରୁଜୁ କରାଯାଇଛି | ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାର ତଦନ୍ତ କରୁଛନ୍ତି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୧-ଆଲମଣ୍ଡା ରେ ପାଳିଲେ ଦି ବାର୍ଷିକ ବିଶ୍ୱ ଆଦିବାସି ଦିନସା ପାଳନ , ୨- ନାବାଳିକାର ମୃତ ଦେହ ଉଦ୍ଧାର

Sunil Chandra Nayak

ବିଶନପୁର ପଞ୍ଚାୟତରେ ଜନଅଭିଯୋଗ ଶିବିର, ପଦାରେ ପଡିଲା ବ୍ଲକ ଦୁର୍ନୀତି

Sunil Chandra Nayak

ଶତାୟୁ,ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳର ସହକାରୀ ଶିକ୍ଷକ କିରଣ କଣ୍ଟା,ଭୂପେନ୍ଦ୍ର ସିଂହ ମାଝୀଙ୍କର ସ୍ଥାନାନ୍ତର ଓ ଜ୍ୟୋତି ରଞ୍ଜନ ନାୟକ,ନଳିନୀ ବେହେରା ଓ କାର୍ଯ୍ୟାଳୟ ସହକାରୀ ଅଜିତ କୁମାର ବାରିକଙ୍କ ଯୋଗଦାନ ଉପଲକ୍ଷେ ବିଦାୟକାଳୀନ ଓ ସ୍ଵାଗତ ସମ୍ୱର୍ଦ୍ଧନା ସଭା -୨୦୨୫ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!