ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ

ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ 

 ନବରଙ୍ଗପୁର/କୋରାପୁଟ( ୧୫/୦୫)(ରବି ନାରାୟଣ ମହାନ୍ତି)ଆଜି ମାନ୍ୟବର ରାଜସ୍ଵ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଙ୍କ କୋରାପୁଟ ସରକାରୀ ଗସ୍ତ ସମୟରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମାନ୍ୟବର ସାଂସଦ ଲୋକସଭା ନବରଙ୍ଗପୁର ବଳଭଦ୍ର ମାଝୀ ଙ୍କ ଉପସ୍ଥିତିରେ ମାନ୍ୟବର ମନ୍ତ୍ରୀ ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ l ସାକ୍ଷାତ ସମୟରେ ସଙ୍ଘ ର ବିଭିନ୍ନ ସମସ୍ୟା ଓ ଦାବି ବିଷୟରେ ଆଲୋଚନା ଓ ଅବଗତ କରାଇଥିଲେ l ବିଶେଷ କରି ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ଙ୍କ ପଦବୀ ପୁନର୍ଗଠନ ଏବଂ ଦରମା ବୃଦ୍ଧି କରିବାକୁ ମାନ୍ୟବର ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ l ଏହି ସାକ୍ଷାତ ସମୟରେ ରାଜ୍ୟ କାର୍ଯ୍ୟକାରିଣୀ କମିଟି ର ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ, କୋରାପୁଟ ଜିଲ୍ଲା ସଭାପତି ନିତ୍ୟାନନ୍ଦ ଭତ୍ରା, ଉପ ସଭାପତି ଶ୍ରୀ ଅମିତ କୁମାର ସୁବୁଦ୍ଧି, ଶ୍ରୀ କେ.ଚନ୍ଦ୍ର ଶେଖର, ଶ୍ରୀ ସମରେନ୍ଦ୍ର ବେହେରା, ଶ୍ରୀ ମୁନ୍ନା କଣ୍ଡାଗିରୀ ପ୍ରମୁଖ ଉପସ୍ଥିତ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଟ୍ରାଫିକ ସମସ୍ୟା ତଦାରଖ କଲେ ନୂତନ ଏସ୍ପି

Sunil Chandra Nayak

୮୦ ତମ ସ୍ଵାଧୀନତା ଦିବସ ଅବସରରେ ବନ ବିଭାଗର ଚାରା ରୋପଣ କାର୍ଯ୍ୟକ୍ରମ 

Sunil Chandra Nayak

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିନ ନିମନ୍ତେ ଶପଥ 

Sunil Chandra Nayak

Leave a Comment

error: Content is protected !!