ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ସଶସ୍ତ୍ର ସେନା ବାହିନୀର ସମ୍ମାନରେ ଆୟୋଜିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା

ଭାରତୀୟ ସଶସ୍ତ୍ର ସେନା ବାହିନୀର ସମ୍ମାନରେ ଆୟୋଜିତ ହେଲା ତ୍ରିରଙ୍ଗା ଶୋଭାଯାତ୍ରା

ସୁନ୍ଦରଗଡ଼, ୧୫/୦୫/୨୫: ଅପ୍ରେଲ ୨୨ ତାରିଖ ଦିନ ଜମ୍ମୁ ସ୍ଥିତ ପହଲଗାମ୍‌ଠାରେ ଆତଙ୍କବାଦ ହମଲା ବିରୁଦ୍ଧରେ ମଇ ୭ ତାରିଖ ଦିନ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ ହୋଇଥିଲା । ଭାରତୀୟ ସଶସ୍ତ୍ର ସେନାବାହିନୀର ଅଭୂତପୂର୍ବ ସାହସ, ପରାକାଷ୍ଠା ଯୋଗୁଁ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ ପାଇବା ସହ ବହୁ ଆତଙ୍କବାଦୀ ମୃତାହତ ହୋଇଥିଲେ ।

  ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମ ଯୋଗୁଁ ଆଜି ଦେଶବାସୀ ଗର୍ବିତ । ଭାରତର ସାର୍ବଭୌମତ୍ୱ ଓ ଭାରତୀୟଙ୍କ ସୁରକ୍ଷା ପାଇଁ ସେନାବାହିନୀର ଏହି ଦେଶଭକ୍ତି ଓ ବୀରତ୍ୱକୁ ସମ୍ମାନ ଜଣାଇ ଆଜି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତ୍ରିରଙ୍ଗା ରାଲି ” ପରାକ୍ରମ ଶୋଭାଯାତ୍ରା” ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସଶସ୍ତ୍ର ସେନା ବାହିନୀ ର ସମ୍ମାନରେ ଆୟୋଜିତ ଏହି ପରାକ୍ରମ ଶୋଭାଯାତ୍ରାକୁ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନସଭା ର ଉପ ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କ୍ରୀଷ୍ଣା କୁମାରୀ ନନ୍ଦ, ନିର୍ବାହୀ ଅଧିକାରୀ ଶ୍ରୀ ବିକାଶ ମୁଣ୍ଡାରୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ , ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ,ଜନ ପ୍ରତିନିଧି, ବିଭିନ୍ନ ସଂଘ, ବହୁ ସଂଖ୍ୟାରେ ଜନସାଧାରଣ, ସ୍ଵଂୟ ସହାୟକ ଗୋଷ୍ଠୀ ସଦସ୍ୟ,କ୍ରୀଡ଼ା ଅନୁଷ୍ଠାନ, ବିଭିନ୍ନ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନମାନେ ଯୋଗଦେଇଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ମେଡ଼ିକାଲ ଛକ, ଶଙ୍କରା , ପାରିଜାତ ପାର୍କ ଛକ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରୁ ପୁନର୍ବାର ଫେରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା l 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆରଏସପି ଅଧିନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ମଜୁରୀ ବୃଦ୍ଧି ପାଇଁ ଜୋରଦାର ଆନ୍ଦୋଳନ ପାଇଁ ସିଆଇଟିୟୁ ର ଆହ୍ୱାନ

Sunil Chandra Nayak

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!