ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ 

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ 

ଧର୍ମଗଡ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ) ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି । ମହାବିଦ୍ୟାଳୟ ସ୍ଥାପନ ୧୯୯୨ ମସିହା ରେ ସ୍ଥାପନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୩ ବର୍ଷ ଧରି ସେ ଅଧ୍ୟକ୍ଷା ଭାବେ ନିଜ ଦାୟିତ୍ଵ ସୁଚାରୁ ରୁପେ ତୁଲାଇ ଥିଲେ । ଏହି ପରିପେକ୍ଷୀ ରେ ଆଜି ମହାବିଦ୍ୟାଳୟ ପରିସର ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଥିଲା । ବରିଷ୍ଠ ଅଧ୍ୟାପିକା ସବିତା ପାଇକରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ରେ ପୂର୍ବତନ ଅଧ୍ୟାପିକା ସୁମିତା ମିଶ୍ର, ଯୁକ୍ତ ତିନି ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା, ଅଧ୍ୟାପିକା ମମତା ତ୍ରିପାଠୀ, ସୁଜାତା ମହାନ୍ତି, ଜୟନ୍ତୀ ମୁଦୁଲି ଓ ବିଦାୟୀ ଅଧ୍ୟକ୍ଷା ଶ୍ରୀମତୀ ଚାନ୍ଦ ମଞ୍ଚାସିନ ଥିଲେ । ସଂଜୀବ ମୁଣ୍ଡ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ଥିବା ବେଳେ ବଙ୍କିମ ମୁଣ୍ଡ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଜଣେ ଉତ୍ତମ ବିଦ୍ୟାଳୟ ପ୍ରଶାସକ, ଛାତ୍ରୀ ବତ୍ସଳ ଶିକ୍ଷୟତ୍ରୀ ଭାବେ ସେ ପରିଚିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅହୋରାତ୍ର ଧାରଣାକୁ ଦୁଇବର୍ଷ ; ଗାଁରେ ପହଞ୍ଚିଲା ପ୍ରଶାସନ 

ଜାତୀୟ ଦାବୀ ଦିବସ ଅବସରରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ରଙ୍ଗେଈଲୁଣ୍ଡା ଶାଖା ତରଫରୁ ବିକ୍ଷୋଭ ପ୍ରଦର୍ଶନ 

Sunil Chandra Nayak

କ୍ଷତ୍ରୀୟ ପାଇକ ସମାଜ ମହାସଭା ପାଇଁ ପ୍ରସ୍ତୁତି : ଲାଞ୍ଜିଗଡ ପଲ୍ଲୀ ଓ ଉପମଣ୍ଡଳର ନୂତନ କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!