ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ 

ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ଙ୍କ ଅବସର ଗ୍ରହଣ 

ଧର୍ମଗଡ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ) ର ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି । ମହାବିଦ୍ୟାଳୟ ସ୍ଥାପନ ୧୯୯୨ ମସିହା ରେ ସ୍ଥାପନ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩୩ ବର୍ଷ ଧରି ସେ ଅଧ୍ୟକ୍ଷା ଭାବେ ନିଜ ଦାୟିତ୍ଵ ସୁଚାରୁ ରୁପେ ତୁଲାଇ ଥିଲେ । ଏହି ପରିପେକ୍ଷୀ ରେ ଆଜି ମହାବିଦ୍ୟାଳୟ ପରିସର ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଥିଲା । ବରିଷ୍ଠ ଅଧ୍ୟାପିକା ସବିତା ପାଇକରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭା ରେ ପୂର୍ବତନ ଅଧ୍ୟାପିକା ସୁମିତା ମିଶ୍ର, ଯୁକ୍ତ ତିନି ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜରୀ ପଣ୍ଡା, ଅଧ୍ୟାପିକା ମମତା ତ୍ରିପାଠୀ, ସୁଜାତା ମହାନ୍ତି, ଜୟନ୍ତୀ ମୁଦୁଲି ଓ ବିଦାୟୀ ଅଧ୍ୟକ୍ଷା ଶ୍ରୀମତୀ ଚାନ୍ଦ ମଞ୍ଚାସିନ ଥିଲେ । ସଂଜୀବ ମୁଣ୍ଡ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ଥିବା ବେଳେ ବଙ୍କିମ ମୁଣ୍ଡ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଜଣେ ଉତ୍ତମ ବିଦ୍ୟାଳୟ ପ୍ରଶାସକ, ଛାତ୍ରୀ ବତ୍ସଳ ଶିକ୍ଷୟତ୍ରୀ ଭାବେ ସେ ପରିଚିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ବିଭାଗ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

140th FOUNDER’S DAY CELEBRATED IN JK PAPER MILL RAYAGADA

masiha

Fatal Road Accident in Bandhugaun Block

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନୂତନ ବି ଡି ଓ ଙ୍କ ଯୋଗଦାନ  

Leave a Comment

error: Content is protected !!