ରାଉରକେଲା/ ରାଉରକେଲା ର ଦୁଇ ଅଗ୍ରଣୀ ଅନୁଷ୍ଠାନ ୟୁଥ ମୁଭମେଣ୍ଟ ଫେଡରେସନ ଅଫ ଇଣ୍ଡିଆ ଓ ଆସ୍ଥା ର ମିଳିତ ସହଯୋଗ ରେ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳନ ହୋଇ ଯାଇଛି । ଉକ୍ତ ସମାରୋହ ରେ ରିମ୍ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ମୁଖ୍ୟ ଅତିଥି, ପ୍ରଫେସର ଡଃ ସରିତା ମଲ୍ଲ ମୁଖ୍ୟବକ୍ତା,ସମାଜସେବୀ ଅନିତା ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏଥି ସହିତ ସମାଜସେବୀ କମଳ ଅଗ୍ରୱାଲ , ଚ୍ୟାମ୍ବର ଅଫ୍ କମର୍ସର ସଂପାଦକ ସୁନୀଲ କୟାଲ, ଦୈନିକ ଉତ୍କଳମେଲ ର ମୁଖ୍ୟ ସଂପାଦକ ଡଃ ପୀତବାସ ମିଶ୍ର, ଆସ୍ଥା ର ସଭାପତି ବିଷ୍ଣୁ ମୋହନ ମିଶ୍ର ପ୍ରମୁଖ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଥିଲେ । ପ୍ରାରମ୍ଭ ରେ ୟୁଥ ମୁଭମେଣ୍ଟ ଫେଡରେଶନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସ୍ଵାଗତ ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରଥିଲେ l ଅନୁଷ୍ଠାନ ର ସାଂସ୍କୃତିକ ସମ୍ପାଦିକା କଳ୍ପନା ଶତପଥି ଅନୁଷ୍ଠାନ ର ସାଂସ୍କୃତିକ କାର୍ଯ୍ୟ ସ୍ଵର୍ଗତl ମୀନାକ୍ଷୀ ଧର ଙ୍କ ଠାରୁ ଆରମ୍ଭ ହୋଇଥିଲା କହି ତାଙ୍କ ସହ ଥିବା ବନ୍ଧୁତ୍ବ ଭାବକୁ ପ୍ରକଟ କରିଥିଲେ । ଆସ୍ଥା ର ସାଧାରଣ ସମ୍ପାଦକ ଆଲୋକ ଜେନା ସ୍ବର୍ଗତା ଧର ଙ୍କ ସ୍ମୃତି ଚାରଣ କରି ମହିଳା ଦିବସ ଏକ ନିଆରା ଢଙ୍ଗ ରେ ସେ ଆରମ୍ଭ କରିଥିଲେ ବୋଲି କହିଥିଲେ।
ଏହି ଅବସରରେ ଡଃ ମଲ୍ଲ ଓ ଶ୍ରୀମତୀ ଅଗ୍ରୱାଲଙ୍କୁ ଷ୍ଟାର ଓମେନ ଆୱାର୍ଡ ରେ ସମ୍ବର୍ଦ୍ଧତ କରାଯାଇଥିବା ବେଳେ ସୁମିତ୍ରା ସ୍ଵାଇଁ , ଶୁଭଦ୍ରା ପ୍ରଧାନ ଓ ସୁଶ୍ରୀ ଡି ପୂଜା ଙ୍କୁ ବିଶେଷ ପ୍ରତିଭା ଅଧିକାରୀ ରୂପେ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ଆରମ୍ଭରେ ଆସ୍ଥା ସଦସ୍ୟ ମାନେ ଉତ୍କଳ ଜାତୀୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ l ସଙ୍ଗୀତ, ନୃତ୍ୟ ଓ ମଡେଲ ମାନଙ୍କ ରlମ୍ପ ୱାକ ପରିବେଷଣ ଏକ ନୂତନ ଅନୁଭୂତି ସୃଷ୍ଟି କରିଥିଲା । ଏହି ଅବସରରେ ମହିଳା ମାନଙ୍କ ଦ୍ଵାରା କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ଯଥା – ସୂର୍ଯ୍ୟ ନନ୍ଦିନୀ , ଗରିମା, ମା ମଙ୍ଗଳା, ଶ୍ରୀ ଔରୋ, ଏକତା, ସ୍ଵରାଗିଣୀ, ଲେଡି ଲାୟନ, ସୁରଭି ଓ ସ୍ମାର୍ଟ ଲେଡିଜ ପରି ନଅ ଗୋଟି ଅନୁଷ୍ଠାନ କୁ ପୁଷ୍ପ ଗୁଚ୍ଛ ସହ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କାର୍ଯ୍ୟକ୍ରମର ସଞ୍ଚାଳିକl ଭାବେ ଜ୍ୟୋତ୍ସ୍ନା ସାହୁ ଓ ମୋନାଲିସା ସାହୁ କାର୍ଯ୍ୟ ତୁଲାଇ ଥିଲେ l କାର୍ଯ୍ୟକ୍ରମ ପରିଚାଳନାରେ ମୀରା, ଅଶୋକ, ଅଶ୍ଵିନୀ, ପରଶୁରମ, ଶୁଭଲକ୍ଷ୍ମୀ, ବୈଜୟନ୍ତୀ, ପୁର୍ଣିମା, ବିପ୍ଳବୀନି, ରେଣୁ ପ୍ରଭା, ମଧୁମିତା, ତପସ୍ଵିନୀ, ଅମୃତା, ନମିତା, ମିନତୀ, କୁନୁ ରାଣୀ ଙ୍କ ସହ ପ୍ରିୟାଙ୍କା ଓ ରଶ୍ମିତା ସହଯୋଗ କରିଥିଲେ । ଆସ୍ଥା ର ଉପସଭାପତି ରାଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l