ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ 

ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ 

ରାୟଗଡା ତା ୭-୩‐୨୦୨୫ //       ରାୟଗଡା ସଦର ବ୍ଳକ ସଦ୍ଭାବନା ସଭାଗୃହରେ ଶୁକ୍ରବାର ଗ୍ରାମ୍ୟ ଜଳ ଓ ପରିମଳ କମିଟି ପରିଚାଳନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ରାୟଗଡା ସୌଜନ୍ୟରୁ ଆୟୋଜିତ ଏହି ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସହକାରୀ ଯନ୍ତ୍ରୀ ଦିପ୍ତୀ ବଟ୍ଲାଭଦ୍ରା, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ, ଜିଲ୍ଲା ପରିମଳ ସଂଯୋଜକ ଲକ୍ଷ୍ମୀ ନାରାୟଣ ଦୋରା ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବ୍ଳକ ଅଞ୍ଚଳରେ ଜଳକଷ୍ଟ ଦୂରୀକରଣ ନିମନ୍ତେ ନଳକୂପ,ସୌରଚାଳିତ ଜଳଯୋଗାଣ, ମେଗା ଜଳଯୋଗାଣ ପ୍ରକଳ୍ପ ଆଦିର ପରିଚାଳନା ନିମନ୍ତେ ଗ୍ରାମ୍ଯ କମିଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ। 

 ବିଷୁଦ୍ଧ ଓ ନିରାପଦ ଜଳ ଏବଂ ଦୂଷିତ ଜଳର ଚିହ୍ନଟ ପ୍ରକ୍ରିୟା, ଦୁଷିତ ଉତ୍ସର ପରିଚାଳନା ଆଦି କୌଶଳ ବିଷୟରେ ଆଲୋଚନା ହୋଇଥିଲା । ଜଳଉତ୍ସର ପରିମଳ ବଜାୟ ରଖିବା ନିମନ୍ତେ ବ୍ୟବସ୍ଥାର ଆବଶ୍ୟକତା ରହିଛି । ପ୍ରତି ଗ୍ରାମରେ ଜଳଉତ୍ସର ଆବଶ୍ୟକତା, ଥିବା ଉତ୍ସ ଗୁଡିକର ଉତ୍ତମ ପରିଚାଳନା, ଜଳର ମାନ ପରୀକ୍ଷା, ଏଚ ଟୁ ଏଚ କିଟ୍ ର ବ୍ୟବହାର, ଯନ୍ତ୍ରାଂଶର ମରାମତି ଆଦି କ୍ଷେତ୍ରରେ ଗ୍ରାମ୍ଯ ଜଳ ଓ ପରିମଳ କମିଟିର ଭୂମିକା ବିଷୟରେ ଆଲୋଚିତ ହୋଇଥିଲା । ବିଷୁଦ୍ଧ ଜଳ ଅଭାବରେ ବିଭିନ୍ନ ଜଳବାହିତ ରୋଗ ଦାଉରୁ ପରିବାର ଓ ଗ୍ରାମବାସୀଙ୍କୁ ରକ୍ଷାକରିବାରେ କମିଟିର ସଦସ୍ଯଙ୍କ କାର୍ଯ୍ଯ ବିଷୟରେ ଅବଗତ କରାଯାଇଥିଲା । ଅନବରତ ଉତ୍ସ ଚାରିପାଖ ଓ ପାଇପ ଗୁଡିକର ଯାଞ୍ଚ କରିବା ଫଳରେ ଦୂଷିତ ପାଣି ନଳ ମଧ୍ୟକୁ ପ୍ରବେଶ କରିନଥାଏ । ଶୌଚାଳୟର ବ୍ୟବହାର ଦ୍ବାରା ଗ୍ରାମର ପରିମଳ ସ୍ବଚ୍ଛ ହୋଇଥାଏ। ସେହିପରି ବାହ୍ଯ ମଳମୁକ୍ତ ଗ୍ରାମ ସ୍ଥାପନାରେ ନିୟମିତ ଏହି କମିଟି ବୈଠକର ଆବଶ୍ୟକତା ରହିଛି ବୋଲି ଅଂଶଗ୍ରହଣକାରୀ ପ୍ରକାଶ କରିଥିଲେ।  

   ଏଥିରେ ନିର୍ବାହୀ ଅଧିକାରୀ, ଏମ ବି କେ, ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକ ତଥା ଜଳ ଓ ପରିମଳ ବିଭାଗ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ ।ଆଗାମୀ ଗ୍ରୀଷ୍ମ ଋତୁରେ ଜଳକଷ୍ଟର ମୁକାବିଲା ନିମେନ୍ତ ଗ୍ରାମ ପଞ୍ଚାୟତ ତରଫରୁ ଜଳଛତ୍ରମାନ ଖୋଲାଯିବା ସହ ଜଳକଷ୍ଟ ଗ୍ରାମର ଚିହ୍ନଟ ଓ ବିହିତ ପଦକ୍ଷେପ ନିମନ୍ତେ ସମସ୍ତ ବିଡିଓ ଓ ଗ୍ରାମ ପଞ୍ଚାୟତ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ଯ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ପ୍ରକାଶ କରିଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା-୨୦୨୬’ ଏବଂ ‘ବନ୍ଦେ ମାତରମ୍‌ର ୧୫୦ ବର୍ଷ ପୂର୍ତ୍ତି’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଦିନ ନୂଆପଡ଼ା ଜିଲ୍ଲାପାଳଙ୍କ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ସ୍ଵୀକୃତ 

masiha

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ରଥକାଠ ଅନୁକୂଳ

Sunil Chandra Nayak

Leave a Comment

error: Content is protected !!