ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଗମ ଅଂଚଳର ହାତପହାନ୍ତିରେ ସରକାରୀ ଯୋଜନା  “ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ବ୍ୟାପକ ସଚେତନତା ଅଭିଯାନ” 

ଦୁର୍ଗମ ଅଂଚଳର ହାତପହାନ୍ତିରେ ସରକାରୀ ଯୋଜନା 

“ପ୍ରଧାନମନ୍ତ୍ରୀ ଜନମନ ପରିଯୋଜନାରେ ବ୍ୟାପକ ସଚେତନତା ଅଭିଯାନ” 

ରାୟଗଡ:- ଯେଉଁଠି ଦିନେ ସରକାରୀ ସୁବିଧା ପାଇଁ ବହୁତ ଦୂର ଦୁର୍ଗମ ପଥ ଯିବାକୁ ପଡୁଥିଲା l ଆଜି ସେଠି ଘନ ଘନ ଅଧିକାରୀ ନୀତି ଲୋକଙ୍କ ପାଖରେ ପହଞ୍ଚି ସରକlରଙ୍କ ବିଭିନ୍ନ ଯୋଜନା ବିଷୟରେ ବୁଝାଉଛନ୍ତି l ଜିଲ୍ଲାର ଵିଷମ କଟକ, ମୁନିଗୁଡା, କଲ୍ୟାଣସିଂପୁର ଓ ଗୁଣୁପୁର ବ୍ଲକରେ ବସବାସ କରୁଥିବା ବିଶେଷ ଭାବେ ଅନୁନ୍ନତ ଡ଼ଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରl ଜନଜାତିଙ୍କ ନିକଟକୁ ଯାଇ ବିକାଶର ବାର୍ତ୍ତା ପହଞ୍ଚାଉଛନ୍ତି l

ପିଏମ୍-ଜନମନ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ପୁଟାସିଂ କୁଲୁସିଂ ଗ୍ରାମ ପଞ୍ଚାୟତର ଦେଙ୍ଗିନିଗାରଜାଙ୍ଗରେ ଗ୍ରାମରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୁଲୁସିଂ, ବୁନ୍ଡିଂ, ବୁଆଲକୁଇ, ବାସିଦା, ଦେଙ୍ଗିନିଗାରଜାଙ୍ଗ, ଟିକିରସିଂ, କାଡୁତାଙ୍ଗ, କିନ୍ତେଦା, ଟାଣ୍ଡରାଙ୍ଗ, ଗାଇଲୁଙ୍ଗ, ଟାବରସିଂ, ଅବାସିଂ, ରାଡାପଟଲର ୨୬୨ ଲୋକ ଉପସ୍ଥିତ ଥିଲେ। ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା, ପୁଟ୍ଟାସିଂର ସ୍ୱତନ୍ତ୍ର ଅଧିକାରୀ ଶ୍ରୀମତୀ ଅସୀମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ରାଜସ୍ବ ବିଭାଗ ପକ୍ଷରୁ ଜାତି ପ୍ରମାଣ ପତ୍ର ପାଇଁ ୦୮ ଟି ଆବେଦନ ପତ୍ର ସଂଗୃହିତ ହୋଇଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫ଜଣଙ୍କର ରକ୍ତ ଶିକୁଳି ରୋଗ ପରୀକ୍ଷା ଏବଂ ୦୯ଗୋଟି ଜନ୍ମ ପ୍ରମାଣ ପତ୍ର ବଣ୍ଟନ କରାଯାଇବା ସହ, ସେହିପରି ୧୪ ଜଣଙ୍କ ଆଧାର ପଞ୍ଜିକରଣ କରାଯାଇଥିଲା । ଏଥିସହିତ, ସୁଭଦ୍ରା ଯୋଜନାର ୭୪୮ଟି ଆବେଦନ ଫର୍ମ ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ଏବଂ ଗ୍ରାମ ତରଙ୍ଗ ପକ୍ଷରୁ ୩ଟି ଆବେଦନ ଗ୍ରହଣ କରାଯାଇଥିଲା ।

      ସେହିପରି ବିଷମକଟକ ବ୍ଲକ ଅନ୍ତର୍ଗତ ରାଣୀବନ୍ଦ ଠାରେ ଡଙ୍ଗରିଆ କନ୍ଧ ହିତାଧିକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମ ଶିବିର ଅନୁଷ୍ଠିତ ହୋଇଥିଲା । ରାଣୀବନ୍ଧ, ଶଗଡି, ଲହୁନିଖୁଣ୍ଟି, ହିଂଙ୍ଗାବାଡ଼ି, କାଚଲା, ପରମଗୁଡା ଅଦିଗ୍ରାମରୁ ପ୍ରାୟ ୨୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି ଶିବିରରେ ଜାତିଗତ ପ୍ରମାଣ ପତ୍ର ପାଇଁ ୧୭୯ଟି ଆବେଦନ, ଜବ କାର୍ଡ ନିମନ୍ତେ ୪୨ଟି ଆବେଦନ ପତ୍ର ଦାଖଲ କରିଥିଲେ । ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥାର ମଙ୍ଗଳ ଅଧିକାରୀ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ସଚେତନତା କରିଥିଲେ । ମୁନିଗୁଡା ବ୍ଲକ ଅଧିନ ଡେଙ୍ଗୁଣି ଗ୍ରାମରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁନିଗୁଡା ତହସିଲଦାର ଓ କର୍ମଚାରୀଙ୍କ ସମେତ ଡ଼ଙ୍ଗରିଆ ଉନ୍ନୟନ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ସୁବିଧା କିପରି ପାଇପାରିବେ ସେଥିପାଇଁ ସଚେତନତା କରିଥିଲେ ।ଜାତିଗତ ପ୍ରମାଣପତ୍ର ନିମନ୍ତେ୮୨, ରେସିଡେଣ୍ଟ ପ୍ରମାଣପତ୍ର ନିମନ୍ତେ୮୨, ଆୟ ପ୍ରମାଣପତ୍ର ନିମନ୍ତେ ୪୨, ଜଙ୍ଗଲ ଜମି ନିମନ୍ତେ ୩୫,ଗୋଷ୍ଠୀ ଜଙ୍ଗଲ ଜମି ନିମନ୍ତେ ଗୋଟିଏ ଦରଖାସ୍ତ ସଂଗ୍ରହ କରାଯାଇଥିଲା

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତେଲେଙ୍ଗାନା ଇଟା ଭାଟିରେ ବନ୍ଧା ପଡିଛନ୍ତି ୪୦ ଦାଦନ ଶ୍ରମିକ 

Sunil Chandra Nayak

ୟୁଏସ୍ଆଇ ସଂଗଠନ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା, ଦହି ସରବତ ପିଆଇ ଉଦ୍ଘାଟନ

Sunil Chandra Nayak

ଵହଳଦା ନିର୍ବାଚନ ମଣ୍ଡଳୀ ପୁନଃ ଘୋଷଣା ଏବଂ ନୂତନ ଵହଳଦା ଏନଏସି ଘୋଷଣା ଦାବିରେ ବିଜେପି ତରଫରୁ ୧୨ ଘଣ୍ଟିଆ ବନ୍ଦ ସଂପୂର୍ଣ୍ଣ ସଫଳ

masiha

Leave a Comment

error: Content is protected !!