ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲା ଶୌଣ୍ଡିକ ସମାଜ ର କାର୍ଯ୍ୟକାରିଣୀ ବୈଠକ 

ନବରଙ୍ଗପୁର ଜିଲା ଶୌଣ୍ଡିକ ସମାଜ ର କାର୍ଯ୍ୟକାରିଣୀ ବୈଠକ 

ଜାନୁୟାରୀ ୨୮ରେ ଜିଲ୍ଲା ସମ୍ମିଳନୀ 

ନବରଙ୍ଗପୁର:(୨୮।୧୦ )(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଶୌଣ୍ଡିକ ସମାଜ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ନବରଙ୍ଗପୁର ନୀଳକଣ୍ଠଗୁଡାସ୍ଥିତ ଶୌଣ୍ଡିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି ବାଙ୍କ ବିହାରୀ ବିଷୋୟୀ ସଭାପତିତ୍ବ କରି ସମସ୍ତ ଙ୍କୁ ସ୍ୱାଗତ କରିଥିଲେ ।ସାଧାରଣ ସମ୍ପାଦକ ହରେକୃଷ୍ଣ ବିଷୋୟୀ ପରିଚାଳନା କରିଥିଲେ l ସମାଜ କୁ ମଜଭୁତ କରି ବ୍ଲକ ସ୍ତରରେ ବ୍ଲକ କମିଟି ଗଠନ କରିବା ଯୁବକ ମାନଙ୍କୁ ସମାଜ କାର୍ଯ୍ୟ ରେ ଆକୃଷ୍ଟ କରି ଆଗକୁ ନେବା, ମହିଳା ମାନଙ୍କୁ ସମାଜ କାର୍ଯ୍ୟରେ ସାମିଲ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା l ସମାଜ ରେ ହୋଇଥିବା ଆଦାୟ ଓ ଖର୍ଚ୍ଚ ର ବିବରଣୀ ପାଠ କରାଯାଇଥିଲା l ରାଜ୍ୟ ଶୌଣ୍ଡିକ ସମାଜ ର ଭୁବନେଶ୍ୱର ଠାରେ ରାଜ୍ୟ ଶୁଣ୍ଢି ଭବନ କିଣିବା ପାଇଁ ନିଜ ସକ୍ଷମ ଅନୁସାରେ ଦାନ କରିବା ରାଜ୍ୟ ସଭାପତି ବିକ୍ରମ ସାହୁ ଫୋନ ଯୋଗେ ଅନୁରୋଧ କରିଥିଲେ l ଜିଲ୍ଲା ଉପଦେଷ୍ଠା ପରମେଶ୍ଵର ବିଷୋୟୀ ଆୟବ୍ୟୟର ହିସାବ ଦେଇଥିଲେ । ଜିଲ୍ଲା ରେ ମହିଳା ଓ ଯୁବସଙ୍ଗଠନକୁ ଅଧିକ ସୁଦୃତ କରିବାକୁ ଆଲୋଚନା ହୋଇଥିଲା ।ଏଥିରେ ସମସ୍ତେ ସହଯୋଗ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ l ଆସନ୍ତା ଜାନୁୟାରୀ ୨୮ ତାରିଖ ରେ ଜିଲ୍ଲା ସମ୍ମିଳନୀ କରିବାପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏହି ସମ୍ମିଳନୀରେ ଜିଲ୍ଲାର ମନ୍ତ୍ରୀ , ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରିତ କରାଯିବାକୁ ସ୍ଥିର କରାଯାଇଛି ।ଏଥିରେ ଜିଲ୍ଲାର ସମସ୍ତ ବ୍ଳକରୁ ଏକ ହଜାରରୁ ଉର୍ଦ୍ଧ୍ଵ ଲୋକ ସାମିଲ ରହିବେବୋଲି ନିଷ୍ପତ୍ତି ନିଆଯାଇଥିଲା ।ଏଥିରେ ଜିଲ୍ଲା କମିଟି ର ସମସ୍ତ କର୍ମ କର୍ତ୍ତା ଓ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ସମ୍ବିଧାନ ଦିବସ         

masiha

ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ନିର୍ମାଣ ସରିନି ଉଠି ଯାଉଛି ଗୋଡ଼ି ଓ ରାସ୍ତା ଉପର ପାଣି ଡ୍ରେନେଜ ପାଇଁ ନାହିଁ ବ୍ୟବସ୍ଥା: ଅନୁସରଣ ହେଉନି ବୈଷୟିକ ମାପଦଣ୍ଡ

Sunil Chandra Nayak

କଳାହାଣ୍ଡି ଜିଲ୍ଲାରୁ ଭୁବନେଶ୍ୱର ଉଡ଼ିବ ବିମାନ, ଉତ୍କେଲା ବିମାନବନ୍ଦରକୁ ଲାଇସେନ୍ସ ଦେଲା ଡିଜିସିଏ

Sunil Chandra Nayak

Leave a Comment

error: Content is protected !!