ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଉପସ୍ଥିତିରେ 4 ମାସର ଚାଉଳ ପାଇଲେ ହିତାଧିକାରୀ

ପାପଡାହାଣ୍ଡି,29/12, ମିନିସ — ପଂଚାୟତ ତରଫରୁ ଚାଉଳ ବଣ୍ଟନ ଲାଗି ଦାବି କରିଥିଲେ ତିନି ଗ୍ରାମବାସୀ | ସ୍ୱୟଂ ସହାୟକ ମହିଳା ଙ୍କ ଦ୍ୱାରା ଚାଉଳ ବଣ୍ଟନକୁ ପ୍ରତିବାଦ କରି ରାସ୍ତା ରୋକ ମଧ୍ୟ କଲେ | ଶେଷରେ ବିଧାୟକଙ୍କ ଉପସ୍ଥିତିରେ 4 ମାସର ଚାଉଳ ପାଇଲେ ହିତାଧିକାରୀ | ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତରେ ଗୁରୁବାର ଡାବୁଗାଁ ବିଧାୟକ ମନହୋର ରନ୍ଧାରୀଙ୍କ ଉପସ୍ଥିତି ରେ ତୁମ୍ବର୍ଲା, ରୋଜାମାଟୁ ଓ ଧନସୁଲୀ ଗ୍ରାମର 170ଜଣ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା | ଏହି ତିନୋଟି ଗ୍ରାମକୁ ପୂର୍ବରୁ ସ୍ୱୟଂ ସହାୟକ ମହିଳା ଗୋଷ୍ଠି ବଣ୍ଟନ କରୁଥିଲେ | ଏହାକୁ ପଂଚାୟତବାସି ସହ ଏହି ଗ୍ରାମର ଲୋକ ମାନେ ବିରୋଧ କରିଥିଲେ | ବିଡ଼ିଓଙ୍କୁ ଲିଖିତ ଆକାରେ ଆସି ଜଣାଇଲେ ଶେଷରେ କେହି କିଛି ନ କରିବାରୁ ତୁମ୍ବର୍ଲା ଛକରେ ରାସ୍ତା ରୋକ କରିଥିଲେ | 4 ମାସର ଚାଉଳ ହିତାଧିକାରୀ ନ ପାଇ ହନ୍ତଶନ୍ତ ହେଉଥିଲେ | ବିଧାୟକ ମନହୋର ରନ୍ଧାରି, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଏମଆଇ ରାଜେଶ ଶବର, ସରପଞ୍ଚ ମୁରଲୀ ନାୟକ , ପଂଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଙ୍କ ଉପସ୍ଥିତିରେ 170ଜଣଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା | ଗ୍ରାମବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ପାପଡାହାଣ୍ଡି ରୁ ସ୍ୱପଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୁଲ୍ୟ ରେ ୧୩ ତମ ପ୍ରତିଷ୍ଠା ଉତ୍ସବ ପାଳନ

masiha

୧- ପ୍ରଧାନ ଶିକ୍ଷକଙ୍କ ଅବସର ଗ୍ରହଣ ସମ୍ବର୍ଦ୍ଧନା,୨- ଅବସର ପାପ୍ତ ଥାନା ଅଧିକାରୀ ଙ୍କ ପରଲୋକ 

Sunil Chandra Nayak

ଜୁନାଗଡ଼ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!