ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଉପସ୍ଥିତିରେ 4 ମାସର ଚାଉଳ ପାଇଲେ ହିତାଧିକାରୀ

ପାପଡାହାଣ୍ଡି,29/12, ମିନିସ — ପଂଚାୟତ ତରଫରୁ ଚାଉଳ ବଣ୍ଟନ ଲାଗି ଦାବି କରିଥିଲେ ତିନି ଗ୍ରାମବାସୀ | ସ୍ୱୟଂ ସହାୟକ ମହିଳା ଙ୍କ ଦ୍ୱାରା ଚାଉଳ ବଣ୍ଟନକୁ ପ୍ରତିବାଦ କରି ରାସ୍ତା ରୋକ ମଧ୍ୟ କଲେ | ଶେଷରେ ବିଧାୟକଙ୍କ ଉପସ୍ଥିତିରେ 4 ମାସର ଚାଉଳ ପାଇଲେ ହିତାଧିକାରୀ | ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଂଚାୟତରେ ଗୁରୁବାର ଡାବୁଗାଁ ବିଧାୟକ ମନହୋର ରନ୍ଧାରୀଙ୍କ ଉପସ୍ଥିତି ରେ ତୁମ୍ବର୍ଲା, ରୋଜାମାଟୁ ଓ ଧନସୁଲୀ ଗ୍ରାମର 170ଜଣ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା | ଏହି ତିନୋଟି ଗ୍ରାମକୁ ପୂର୍ବରୁ ସ୍ୱୟଂ ସହାୟକ ମହିଳା ଗୋଷ୍ଠି ବଣ୍ଟନ କରୁଥିଲେ | ଏହାକୁ ପଂଚାୟତବାସି ସହ ଏହି ଗ୍ରାମର ଲୋକ ମାନେ ବିରୋଧ କରିଥିଲେ | ବିଡ଼ିଓଙ୍କୁ ଲିଖିତ ଆକାରେ ଆସି ଜଣାଇଲେ ଶେଷରେ କେହି କିଛି ନ କରିବାରୁ ତୁମ୍ବର୍ଲା ଛକରେ ରାସ୍ତା ରୋକ କରିଥିଲେ | 4 ମାସର ଚାଉଳ ହିତାଧିକାରୀ ନ ପାଇ ହନ୍ତଶନ୍ତ ହେଉଥିଲେ | ବିଧାୟକ ମନହୋର ରନ୍ଧାରି, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଏମଆଇ ରାଜେଶ ଶବର, ସରପଞ୍ଚ ମୁରଲୀ ନାୟକ , ପଂଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଙ୍କ ଉପସ୍ଥିତିରେ 170ଜଣଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା | ଗ୍ରାମବାସୀ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ପାପଡାହାଣ୍ଡି ରୁ ସ୍ୱପଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ବାଦ୍ୟଯନ୍ତ୍ର ଡୁଙ୍ଗଡୁଙ୍ଗାରେ ଜାତୀୟ ସଂଗୀତ ଧୁନ୍

Sunil Chandra Nayak

କର୍ଲାମୁଣ୍ଡାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

masiha

ବସ୍ତାରୁ ହରିଣ ଉଦ୍ଧାର ବନବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ

masiha

Leave a Comment

error: Content is protected !!