ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରିୟ ଭାରତ୍ତଳନ କ୍ରୀଡା କାର୍ଯ୍ୟକ୍ରମ ହୋଇଯାଇଛି

ଜିଲ୍ଲା ସ୍ତରିୟ ଭାରତ୍ତଳନ କ୍ରୀଡା କାର୍ଯ୍ୟକ୍ରମ ହୋଇଯାଇଛି 

ବନ୍ଧୁଗାଁ ତା, ୨୨/୭/୨୪,ରାୟଗଡ଼ା ଜିଲ୍ଲା ସ୍ତରୀୟ ଭାରତ୍ତଳନ କ୍ରୀଡା ସମାପ୍ତ ହୋଇସାରିଛି । ଏଥିରେ  ରାୟଗଡା ଜିଲ୍ଲାର ଚାରିଗୋଟି ବ୍ଲକ ରେ ରହିଥିବା ସୌନ୍ଦର୍ଯ୍ୟ କରନି ସ୍ୱାସ୍ଥ୍ୟ କ୍ଳବରୁ ଯଥା ରାୟଗଡା, ଗୁଣୁପୁର, ଗୁଡାରୀ,ଓ କାସୀପୁର ରୁ ପ୍ରାୟ ୫୦ ରୁ ୬୦ ଜଣ ଯୁବକ ଓ ଯୁବତୀ ଭାଗନେଇଥିଲେ I ଏଥିରେ ମୁଖ୍ୟ ଅତିଥି ଭାବରେ ରାୟଗଡା ଜିଲ୍ଲା କ୍ରୀଡା ଅଧିକାରୀ( DSO) ଯୋଗଦେଇଥିଲେ । ଏହି ଖେଳକୁ ଜିଲ୍ଲାର ଭାରତ୍ତଳନ ସଂଙ୍ଗ ଦ୍ଵାରା ଆୟୋଜିତ କରାଯାଇଥିଲା । ଏହି ଖେଳରେ ଉପକୃତ ହେବା ଯୁବକ ଯୁବତୀଙ୍କୁ ଅସନ୍ତା ମାସ ଅଗଷ୍ଟ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ  ଭାରତ୍ତଳନ କ୍ରୀଡା ୩ ଦିନ ଧରି ଚାଲିବା ପାଇଁ ତାରିଖ ଧାର୍ଯ୍ୟ ହୋଇଅଛି । ଏଥିରୁ ରାୟଗଡା ଜିଲ୍ଲାରୁ ୩ ଜଣ ଯୁବକ ଓ ୩ ଜଣ ଯୁବତୀ ରାୟଗଡା ଜିଲ୍ଲା ପାଇଁ ଚଳିତ ବର୍ଷ ର ଭାରତ୍ତଳନ ରେ ଚୟନ ହୋଇଥିବା ୬ ଜଣଙ୍କୁ ପ୍ରମାଣ ପତ୍ର ପ୍ରଦାନ କୋରାଯାଇଥିଲା I ରାଜ୍ୟ ସ୍ତରୀୟ ଭାରତ୍ତଳନ ଭୁବନେଶ୍ୱର ଠାରେ ଆୟୋଜନ ହୋଇଥିବା ଭାରତ୍ତଳନ ପାଇଁ ରାୟଗଡା ଜିଲ୍ଲାରୁ ୬ ଜଣ ଯୋଗଦେଇ ନିଜର ଓଜନ ଅନୁଯାଇ ଭାରତ୍ତଳନ କ୍ରୀଡାରେ ନିଜର ଶକ୍ତି ପ୍ରଦର୍ଶନ କରିବେ ବଲି ରାୟଗଡା ଜିଲ୍ଲା ଭାରତ୍ତଳନ ସଂଙ୍ଗର ସଭାପତି ଦୋରା କଣ୍ଡାଗରୀ କହିଛନ୍ତି । ଏଥିରେ ଖେଳର ମୂଖ୍ୟ ବିଚାରକ ୧. ରମେଶ ବିଡିକା, ୨.ସହଯୋଗୀ ବିଚାରକ ବି.ଟି.ବି. ରାମାଣାମୂର୍ତ୍ତି, ୩.ସହଯୋଗୀ ବିଚାରକ ଜି. ଚିନା,ଖେଳ ପରିଚାଳନ କରିଥିଲେ ।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆସା ପକ୍ଷରୁ ବିଭିନ୍ନ ଦାବିରେ ରେଳରୋକ ଆନ୍ଦୋଳନ

Sunil Chandra Nayak

ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ 

masiha

ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଉତ୍କଳ ଦିବସ ପାଳନ

masiha

Leave a Comment

error: Content is protected !!