ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟର ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ  ସୁଧୀର ପଣ୍ଡା ପାଇଲେ ରାଜ୍ୟପାଳ ପୁରସ୍କାର

ରାଜ୍ୟର ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ  ସୁଧୀର ପଣ୍ଡା ପାଇଲେ ରାଜ୍ୟପାଳ ପୁରସ୍କାର

ରୁପ୍ରା, ୭/୩ (ଅଜୟ ସେନାପତି ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନ  ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାର ଇତିହାସ  ଅଧ୍ୟାପକ ତଥା ଯୁବ ରେଡକ୍ରସ୍ ପରାମର୍ଶଦାତା ସୁଧୀର ପଣ୍ଡା ରାଜ୍ୟର ଶ୍ରେଷ୍ଠ  ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ ଶୁକ୍ରବାର ପୁରସ୍କୃତ ହୋଇଛନ୍ତି। ଭୁବନେଶ୍ଵର ରାଜ ଭବନର ନୂଆ ଅଭିଷେକ ପ୍ରେକ୍ଷାଳୟରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ରେଡକ୍ରସ୍ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀଯୁକ୍ତ ପଣ୍ଡାଙ୍କୁ ୨୦୨୩-୨୪ବର୍ଷ ପାଇଁ ଶ୍ରେଷ୍ଠ ଯୁବ ରେଡକ୍ରସ୍ ପରାମର୍ଶଦାତା ଭାବେ ପୁରସ୍କାର ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି। ସେହିପରି ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍  ବି ଏସ୍ ରାଜପୁତ ଓ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର ପ୍ରମୁଖ  ମଞ୍ଚାସୀନ ଥିଲେ। ଯୁବ ରେଡକ୍ରସ୍ ଅଧିକାରୀ ଡ଼. ରମେଶ ଚନ୍ଦ୍ର ବେହେରା ଓ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଉଲ୍ଲେଖଯୋଗ୍ୟ ଶ୍ରୀ ପଣ୍ଡା ଜଣେ ନିୟମିତ ରକ୍ତଦାତା ତଥା ପ୍ରୋତ୍ସାହକ  ଭାବେ ଜିଲ୍ଲାରେ ସୁପରିଚିତ ଥିବାବେଳେ  ରକ୍ତଦାନ ବ୍ୟତୀତ ଯୁବ ରେଡକ୍ରସ୍ ଓ ରେଡ ରିବନ୍ କ୍ଲବ୍ ସମ୍ବନ୍ଧିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ ସମେତ  ସଡ଼କ ସୁରକ୍ଷା, ବୃକ୍ଷ ରୋପଣ , ବିପର୍ଯ୍ୟୟ ପରିଚାଳନା  ପରି ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟପାଳ ପୁରସ୍କାର ପାଇଁ ତାଙ୍କୁ ମନୋନୀତ କରାଯାଇଥିଲା । ଗତ ଜାନୁଆରୀ ମାସ ୩୧ ତାରିଖରେ ଆୟୋଜିତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାପାଳଙ୍କ ଠାରୁ ଶ୍ରୀ ପଣ୍ଡା    ଉତ୍ତମ ସମରିଟାନ୍ ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କର ଏହି ସଫଳତାରେ  ଜିଲ୍ଲା ସଂଯୋଜଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜୀବ ସାହୁ, ଜିଲ୍ଲା ସଂଯୋଜକ ଶାନ୍ତନୁ ପରିଡ଼ା, ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ପରାମର୍ଶଦାତା, ମିଳିତ ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ତପନ ଦାସଙ୍କ ସମେତ ସମସ୍ତ କର୍ମଚାରୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

( ମ ନି ସ ) 

Related posts

ଶିକ୍ଷୟତ୍ରୀଙ୍କ ବଦଳି ଓ ମଧ୍ୟାନ୍ନ ଭୋଜନରେ ଅନିୟମିତତା ହେଉଥିବା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

masiha

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!