ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ;୨୦୨୫ ଷ୍ଟୁଡେଣ୍ଟ୍ ଅଫ୍ ଦ୍ୟା ଇଅର,୨୦୨୫ ର ଅନନ୍ୟା ଚୟନ

ଜାମଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ;୨୦୨୫ ଷ୍ଟୁଡେଣ୍ଟ୍ ଅଫ୍ ଦ୍ୟା ଇଅର,୨୦୨୫ ର ଅନନ୍ୟା ଚୟନ

ମୟୂରଭଞ୍ଜ;ତା/୦୭/୦୩/୨୦୨୫ // ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ଜାମଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(କେଜିବିଭି)ଠାରେ ୧୫ତମ ବାର୍ଷିକ ଉତ୍ସବ ଜାମଦା ଏବିଇଓ ପ୍ରତାପ ନାଏକଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଜାମଦା ବିଇଓ ସୁରେଶ ଚନ୍ଦ୍ର ମୁଣ୍ଡା ଉପସ୍ଥିତ ରହି ବିଦ୍ୟାଳୟର ସଫଳତା ବିଷୟରେ ପ୍ରଶଂସା କରିବା ସହିତ ଶୃଙ୍ଖଳା ଛାତ୍ରଛାତ୍ରୀ ମାନଙ୍କୁ ଭଲ ମଣିଷ କରି ଗଢ଼ିତୋଳେ ବୋଲି ମାର୍ଗଦର୍ଶନ କରିଥିଲେ |ମୁଖ୍ୟବକ୍ତା କାହ୍ନୁଚରଣ ଗିରି(ପୂର୍ବତନ ଛାତ୍ର) ଶିଷ୍ଟାଚାର,ସଂସ୍କାର ଉପରେ ଗୁରୁତ୍ବାରୋପ କରିବା ସହ ଉତ୍ତମ ଛାତ୍ର ଓ ଛାତ୍ରୀ ହୋଇ ବିଦ୍ୟାଳୟର ମାନ ବୃଦ୍ଧି କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ | ‘ଜ’ ର ୫ଟି ଶବ୍ଦ ଜନନୀ,ଜନ୍ମଭୂମି,ଜାହ୍ନଭି,ଜନକ, ଜନାର୍ଦ୍ଦନ ଉପରେ,’ଭ’ ର ୬ଟି ଶବ୍ଦ ଭାଷା,ଭୂଷା,ଭଜନ,ଭ୍ରମଣ, ଭବନ,ଭୋଜନ ଉପରେ, ‘ପ’ ର ୧୦ଟି ଶବ୍ଦ ପତି,ପତ୍ନୀ,ପୁତ୍ର ,ପୁତ୍ରୀ,ପରିବାର,ପ୍ରେମ, ପ୍ରତିଷ୍ଠା, ପ୍ରଶଂସା, ପରୀକ୍ଷା,ପଇସା ଏବଂ ପଞ୍ଚମୁଖା ଅଚ୍ୟୁତ,ଅନନ୍ତ, ଯଶୋବନ୍ତ,ଜଗନ୍ନାଥ, ବଳରାମ ବିଶଷୟରେ ବହୁମୂଲ୍ୟ କଥା ବିଶ୍ଳେଷଣ କରି ପ୍ରାଞ୍ଜଳ ଭାବରେ ଆଲୋକପାତ କରିଥିଲେ ତତ୍ ସହ ବିଦ୍ୟାଳୟର ପାଚେରୀ ଫାଟକ ଭଗ୍ନ ଅବସ୍ଥାରେ ଥିବା ଯୋଗୁ ଦୁଃଖ ପ୍ରକାଶ କରିଥିଲେ |ପ୍ରଶାସନ ତୁରନ୍ତ ବିଦ୍ୟାଳୟର ବକେୟା କାମ,ଫାଟକ କାମ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ବିନମ୍ର ଅନୁରୋଧ କରିଥିଲେ ବକ୍ତବ୍ୟ ମାଧ୍ୟମରେ |ସମ୍ମାନୀୟ ଅତିଥୀ ସୁରେନ୍ଦ୍ର ନାୟକ ବାର୍ଷିକ ଉତ୍ସବର ଲକ୍ଷ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସହ ବହୁମୂଲ୍ୟ ଉପଦେଶଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ |ବରିଷ୍ଠ ନାଗରିକ ଲକ୍ଷ୍ମୀଧର କବାଟ ସାର,ମାନସ ରଂଜନ ମୁହାକୁଡ,ଦେବକିଶୋର କାଳନ୍ଦୀ,ପ୍ରମନ ଶତପଥୀ,,ୟୁଏସ୍ଆଇ ସଂଗଠନର ରାଜ୍ୟ ସମ୍ପାଦକ ପ୍ରଶ୍ନ କୁମାର ଶତପଥୀ ,ଦେଉକୁଣ୍ଡି ସିଆରସିସି ନିରଞ୍ଜନ ଗୋପ ଉପସ୍ଥିତ ଥିଲାବେଳେ ପ୍ରଧାନଶିକ୍ଷୟତ୍ରୀ ଗୀତାରାଣୀ ମହାନ୍ତ ୨୦୨୪-୨୫ ବାର୍ଷିକ ବିବରଣୀ ପଠନ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ପିଲାମାନଙ୍କ ନିମନ୍ତେ ଖେଳ ପଡ଼ିଆ ନ ଥିବାରୁ ଖେଳପଡ଼ିଆ ଆବଶ୍ୟକ ବୋଲି ବିବରଣୀ ପଠନ ରେ ଅବଗତ କରିଥିଲେ |ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ସତନ୍ତ୍ରତା ଏବଂ ମୂଲ୍ୟବୋଧ ଓ ଗୁଣାତ୍ମକ ଶିକ୍ଷା ଉପରେ ପ୍ରତିଷ୍ଠିତ ଅଟେ, ଭବିଷ୍ୟତର ମାନବ ସମ୍ବଳ ହେଉଛନ୍ତି ଏହି ଛାତ୍ର ଛାତ୍ରୀ ମାନେ l ଶିକ୍ଷା ହେଲେ ବ୍ୟକ୍ତି ର ସାମାଜିକ, ମାନସିକ, ବୈଧିକ ତଥା ସାମଗ୍ରିକ ବିକାଶ କୁ ବୁଝାଇ ଥାଏ l ଆମେ ନିଜେ ସମୟାନୁବର୍ତ୍ତି ହେଲେ ଛାତ୍ରଛାତ୍ରୀ ମାନେ ମଧ୍ୟ ସମୟାନୁବର୍ତ୍ତି ହେବେ। ସମୟାନୁବର୍ତ୍ତି କହିଲେ କେବଳ ଠିକ ସମୟରେ ବିଦ୍ୟାଳୟକୁ ଆସିବା ଏବଂ ଯିବାକୁ ବୁଝାଏ ନାହିଁ। ଏହା ସମୟାନୁବର୍ତ୍ତିର ଅଂଶକୁ ବୁଝାଇଥାଏ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କହିଥିଲେ |ୟୁଏସ୍ଆଇ ସଂଗଠକ ପ୍ରଶ୍ନ କୁମାର ଶତପଥୀ ବାର୍ତ୍ତା ଦେଇଥିଲେ ଯେ,ପ୍ରତ୍ୟେକ ମୂଲ୍ୟବାନ ସମୟକୁ ଠିକ ହିସାବରେ ବିନିଯୋଗ କରିବା ଦିଗରେ ଛାତ୍ରଛାତ୍ରୀ ମାନଙ୍କର ଦାୟିତ୍ୱ ରହିଛି, ଶିଶୁ ଟିଏ ଯେତେବେଳେ ବୁଝିପାରିବ ” ସମୟ ବଡ ମୂଲ୍ୟବାନ ” ସେତିକିବେଳେ ସେ ଜଣେ ଭଲ ଛାତ୍ରଛାତ୍ରୀ ସେହିଁ ଭଲ ମଣିଷ ଟିଏ ହୋଇ ନାଁ ଅର୍ଜନ କରି ଦେଶଜାତିର ଗୌରବମୟ ଜୀବନ ଅତିକ୍ରମ କରିପାରିବେ |ଶିକ୍ଷା ଏପରି ଏକ ସମ୍ପଦ ଯାହାକି କାହାକୁ ଦେଲେ ସରେ ନାହିଁ ବରଂ ଶିକ୍ଷାର ପ୍ରସାର ଅଧିକ ହୋଇଥାଏ। ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ ଉତ୍ତମ ବୁଝାମଣା ରହିଲେ ଶିକ୍ଷାର ବିକାଶ ନିଶ୍ଚିତ ବୋଲି ଶ୍ରୀ ଶତପଥୀ ବାର୍ତ୍ତା ଦେଇଥିଲେ|ବର୍ତ୍ତମାନର ଛାତ୍ର ଛାତ୍ରୀ ମାନଙ୍କୁ ସ୍କାର୍ଟ କରିବା ପାଇଁ ହେଲେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ମାର୍ଟ ହେବାକୁ ପଡିବ। ଗୁରୁମାନେ ଉପଯୁକ୍ତ ଶିକ୍ଷା ପ୍ରଦାନ କଲେ ପିଲାଙ୍କର ଶିକ୍ଷକ ପ୍ରତି ଭକ୍ତି ରହିଲେ ଶିକ୍ଷାର ବିକାଶ ସୁନିଶ୍ଚିତ ହେବ ବୋଲି ଅତିଥିମାନେ କହିଥିଲେ |ଉକ୍ତ ଉତ୍ସବରେ ୨୦୨୫ ଷ୍ଟୁଡେଣ୍ଟ୍ ଅଫ୍ ଦ୍ୟା ଇଅର ହରିପ୍ରିୟା ପାତ୍ର,୨୦୨୫ ର ଅନନ୍ୟା ପୂଜା ବାରିକ ଶିକ୍ଷକ ଦେବକିଶୋର କାଳନ୍ଦୀ ଘୋଷଣା ପୂର୍ବକ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରିବା ସହ ସମ୍ବର୍ଦ୍ଧନା ସହ ସମ୍ମାନ କରାଯାଇଛି |ପରେ କୃତି ବିଦ୍ୟାର୍ଥୀମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା |ସ୍ବାଗତନୃତ୍ୟ/ସ୍ବାଗତ ସଂଗୀତ-ବିଦ୍ୟାଳୟର ଛାତ୍ରୀ ବୈଶାଖୀ ନନ୍ଦ,ବର୍ଷା ନନ୍ଦ,ଆରତୀ ମୁର୍ମୁ,ଅଞ୍ଜଳୀ ହାଁସଦାଃ,ଲିପ୍ସା ମହାକୁଡ଼,ରଶ୍ମୀ ମହାକୁଡ଼,ଅନୁଶ୍ରୀ ଗିରି,ନିଶାମଣୀ ମହାକୁଡ଼,ପାର୍ବତୀ ତିରିଆ,ଡାଙ୍ଗୀ ସୋରେନ୍,ପୂଜା ପୂର୍ତ୍ତୀ,ବର୍ଷାରାଣୀ ବାରିକ୍,ଶୁଭଶ୍ରୀ ନନ୍ଦ ପ୍ରମୁଖ ନିଦ୍ୟାର୍ଥୀଗଣ ଅଂଶଗ୍ରହଣ କରିଥିଲେ |ଏହି ଉତ୍ସବରେ ପ୍ଲାଷ୍ଟିକ୍ ବର୍ଜନ କରିବା ,ବୃକ୍ଷ ରୋପଣ କରି ପରିବେଶର ସୁରକ୍ଷା କରିବା ସହ ସ୍ବଚ୍ଛ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା,କନ୍ୟାସନ୍ତାନ ର ସୁରକ୍ଷା କରିବା ଆଦି ବିଷୟରେ ଶିକ୍ଷୟତ୍ରୀ ରୋଜଲିନା ବେହେରା ବିଦ୍ୟାର୍ଥୀମାନଙ୍କୁ ପ୍ରବର୍ତ୍ତାଇଥିଲେ |ଅପରାହ୍ନରେ ବିଦ୍ୟାର୍ଥୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟମାନ ଓ କ୍ଷୁଦ୍ରନାଟକ ‘ପିତାମାତାଙ୍କ ଅବଦାନ’ ମଂଚସ୍ଥ ହୋଇଥିଲା |ଶିକ୍ଷୟତ୍ରୀ ରୋଜଲିନା ବେହେରା ଅତିଥି ପରିଚୟ ସହ ମଂଚ ପରିଚାଳନା ଓ ସାଧୁବାଦ ଅର୍ପଣ କରିଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୂଆପଡ଼ାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ l ଯୁବାବର୍ଗ ଚାକିରି ପଛରେ ନ ଗୋଡ଼ାଇ ଉଦ୍ୟୋଗୀ ହେବାକୁ ଜିଲ୍ଲାପାଳଙ୍କ ଆହ୍ବାନ 

Sunil Chandra Nayak

ଟ୍ରାଫିକ ବିଭାଗ କୋଅପରେଟିଭ ରେ ଅନିୟମିତା ଅଭିଯୋଗ

Sunil Chandra Nayak

ଶିକ୍ଷୟତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!