ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡା ବ୍ଳକର କୁସୁମିଡିହି ହର୍ଷା ପେଟ୍ରୋଲ ପମ୍ପ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ 

କୋଇଡା ବ୍ଳକର କୁସୁମିଡିହି ହର୍ଷା ପେଟ୍ରୋଲ ପମ୍ପ ପରିସରରେ ସାଧାରଣତନ୍ତ୍ର ଦିବସ ପାଳିତ 

କୋଇଡା- ୨୬/୦୧ // ସୁନ୍ଦରଗଡ଼ ଜିଲ୍ଲା ଲୌହଖଣି ଅଂଚଳ କୋଇଡା ବ୍ଳକ ଅନ୍ତର୍ଗତ କୁସୁମଡିହ ଗ୍ରାମ ନିକଟସ୍ଥ ହର୍ଷା ପେଟ୍ରୋଲ ପମ୍ପ ପରିସରରେ ଆନନ୍ଦ ଓ ଉଲ୍ଲାସର ସହିତ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।ଏଠାରେ ପେଟ୍ରୋଲ ପମ୍ପ ମାଲିକ ତଥା ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର ଗୁପ୍ତା,ମେନେଜର କ୍ରିଷ୍ନା ସାହୁ,ସମସ୍ତ କର୍ମଚାରୀ ଏବଂ କୁସୁମିଡିହି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।ଶ୍ରୀ ଦେବନାରାୟଣ ଗୁପ୍ତା ପତକା ଉତ୍ତୋଳନ କରିଥିଲେ । ସମସ୍ତେ ପତାକା ଉତ୍ତୋଳନ ପରେ କୁସୁମଡିହି ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା।ପରେ ଦେଶମାତୃକାର ସେବାପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କୁ ଜୀବନୀ ବିଷୟରେ ଉଦବୋଧନ ଦେଇଥିଲେ । ବନ୍ଦେ ମାତରଂ,ଭାରତ ମାତାକୀ ଜୟ, ମହାତ୍ମାଗାନ୍ଧୀଙ୍କ ଜୟ ଧାରାରେ ପ୍ରକମ୍ପିତ ହୋଇଥିଲା ଅଂଚଳ ।ସମସ୍ତେ ସମ୍ବିଧାକୁ ସମ୍ମାନ ଦେଇ କାର୍ଯ୍ୟ କରିବା ପାଇଁ କହିଥିଲେ । ପରେ ପିଲାମାନଙ୍କୁ ମିଷ୍ଟାନ୍ନ,ଫଳ,ବିସ୍କୁଟ ପ୍ରଦାନ କରାଯାଇଥିଲା ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଟକ ସଦର କିଶୋରନଗର ଅଂଚଳରେ ଦେବାର କଳା କାର୍ଯ୍ଯକ୍ରମ ଅନୁଷ୍ଟିତ 

masiha

ଶିଶୁ ମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ସବୁ ସ୍ତରରେ ନିୟମିତ ସମୀକ୍ଷା ହେବା ଆବଶ୍ୟକ 

masiha

ରାଉରକେଲା ନିଟ ରେ ବାଣପୁର ଝିଅ କୁମାରୀ ଶତାବ୍ଦୀ ନନ୍ଦ ର କୁର୍ତ୍ତିତ୍ୱ

Sunil Chandra Nayak

Leave a Comment

error: Content is protected !!