ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଷ୍ଟାଡିୟମ ପଡିଆରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ -୨୦୨୫ ମହାସମାରୋହ ରେ ପାଳିତ

ରାଇରଙ୍ଗପୁର ଷ୍ଟାଡିୟମ ପଡିଆରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ -୨୦୨୫ ମହାସମାରୋହ ରେ ପାଳିତ

ମୟୂରଭଞ୍ଜ ତା୨୬-୦୧-୨୦୨୫  // ଆଜି ମୟୂରଭଞ୍ଜ ଜିଲ୍ଲାର ଦିତୀୟ ବୃହତ୍ତମ ବାମନଘାଟି ଉପଖଣ୍ଡର ସଦରମହକୁମା ରାଇରଙ୍ଗପୁର ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି ।

ଏହି ପବିତ୍ର ଦିବସ ପାଳନ ଅବସରରେ ସକାଳ ଘ.୦୮-୩୦ ମିନିଟ ସମୟ ରେ ସ୍ଥାନୀୟ ଷ୍ଟାଡିୟମ ପଡିଆ ଠାରେ ଆୟୋଜିତ ଉପଖଣ୍ଡ ସ୍ତରୀୟ ଆନୁଷ୍ଠାନିକ ଉତ୍ସବ ରେ ବାମନଘାଟୀ ଉପଖଣ୍ଡ ର ସମ୍ମାନୀୟ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ପ୍ରଧାନ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରିଥିଲେ.।

ଏହି ଅବସରରେ ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ କହିଥିଲେ କି, ଆମ ଦେଶ ର ପୂର୍ବ ସୁରୀ ତଥା ମହାମନୀଷୀ ମାନଙ୍କ ଆତ୍ମବଳିଦାନ, ନିଃସ୍ୱାର୍ଥପର ସେବା ତଥା ସେମାନଙ୍କ ଉତ୍ସର୍ଗୀକୃତ ମନଭାବର ପ୍ରତିଫଳନ ସ୍ୱରୂପ ବିଶ୍ୱ ମାନଚିତ୍ର ରେ ଆମ ଦେଶ ଏକ ସାର୍ବଭୌମ, ଧର୍ମ ନିରପେକ୍ଷ ଗଣତନ୍ତ୍ର ରାଷ୍ଟ୍ର ରୂପେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଆମ ଦେଶର ସମ୍ବିଧାନ ସର୍ବବୃହତ ସମ୍ବିଧାନ ଏବଂ ସ୍ୱାଧୀନତା ପରେ ସମ୍ବିଧାନ ପ୍ରଣୟନ ହେବାଠାରୁ ଏବେ ପର୍ଯ୍ୟନ୍ତ ଆମ ଦେଶ ବହୁ କ୍ଷେତ୍ର ରେ ଉନ୍ନତି କରି ବିଶ୍ୱରେ ଏକ ବିକାଶଶୀଳ ରାଷ୍ଟ୍ର ରୂପେ ପରିଗଣିତ ହୋଇପାରିଛି। ମାତ୍ର ବର୍ତମାନର ଜଗତିକରଣ ସମୟରେ ଏହି ବିକାଶ ଆମ ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ସମସ୍ତଙ୍କ ସହଯୋଗ ତଥା ମିଳିତ ଉଦ୍ୟମ ରେ ଏହି ବିକାଶ ଧାରା କୁ ନିରନ୍ତର ଜାରି ରଖି ଆମ ଦେଶକୁ ବିଶ୍ୱରେ ଏକ ସର୍ବ ବୃହତ ଶକ୍ତିଶାଳୀ ଗଣତନ୍ତ୍ର ରାଷ୍ଟ୍ର ରୂପେ ଗଢିବା ପାଇଁ ଆଜିର ଏହି ପବିତ୍ର ଦିବସ ରେ ସଂକଳ୍ପବଦ୍ଧ ହେବାପାଇଁ ଆହ୍ୱାନ ଜଣାଇଥିଲେ ।

ଆଜିର ଅନୁଷ୍ଠିତ ପ୍ୟାରେଡ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଏନସିସି, ସ୍କାଉଟ -ଗାଇଡ଼, ରେଡ଼କ୍ରସ ଓ ସିଭିଲିଆନ ଦଳରୁ ମୋଟ ୨୭ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ଏବଂ ପ୍ୟାରେଡ ପରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସମାଜ କୁ ଶିକ୍ଷଣୀୟ ବାର୍ତ୍ତା ପହଞ୍ଚାଉଥିବା ବିଷୟବସ୍ତୁ ଉପରେ ଆଧାରିତ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା।

ଏହି ଅବସରରେ ପାଞ୍ଚ ଜଣ ସ୍ଵେଛାକୃତ ରକ୍ତଦାତା, ଦୁଇ ଜଣ ଏନସିସି ଛାତ୍ର-ଛାତ୍ରୀ ଏବଂ ବିଭିନ୍ନ କ୍ରୀଡା କ୍ଷେତ୍ରରେ ଜାତୀୟ ଓ ରାଜ୍ୟ ସ୍ତରରେ କୃତୀତ୍ୱ ହାସଲ କରିଥିବା କିଛି କୃତୀ କ୍ରୀଡ଼ାବିତ ଙ୍କୁ ଉପଖଣ୍ଡ ପ୍ରଶାସନ ତରଫରୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। 

ସେହିପରି ପ୍ୟାରେଡରେ ଅଂଶ ଗ୍ରହଣ କରିଥବା ଏନସିସି, ସ୍କାଉଟ-ଗାଇଡ-ରେଡକ୍ରସ ଓ ସିଭିଲିଆନ ଟ୍ରୁପମାନଙ୍କ ମଧ୍ୟରୁ ପ୍ରତ୍ୟେକ ବିଭାଗରୁ ଶ୍ରେଷ୍ଠ ବିବେଚିତ ପ୍ରଥମ ଓ ଦ୍ଵିତୀୟ ଟ୍ରୁପଙ୍କୁ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ଦଳ ମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଦଳଙ୍କୁ ପୁରସ୍କୃତ କରିବା ସହିତ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

ପରେ ପରେ ମୁଖ୍ୟ ଅତିଥି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ର ରୋଗୀ ମାନଙ୍କୁ ଏବଂ ରାଇରଙ୍ଗପୁର ଉପକାରାଗାରର ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ.ଉପଖଣ୍ଡ ପ୍ରଶାସନ ତରଫରୁ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମିଷ୍ଟlନ ବଣ୍ଟନ କରାଯାଇଥିଲା.।ଦିବସ ପାଳନ ଅବସରରେ ପ୍ରତ୍ୟୁଷ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜିଯନ୍ତ୍ର ଯୋଗେ ସହର ରେ ରାମଧଧୂନ ପରିବେଷଣ ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ପ୍ରଭାତଫେରୀ ଅନୁଷ୍ଠିତ ହୋଇଥିଲା.।

ଆଜିର ଅନୁଷ୍ଠିତ କାଯ୍ୟକ୍ରମ ରେ ରାଇରଙ୍ଗପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳା ନନ୍ଦ ସାହୁ, ରାଇରଙ୍ଗପୁର ଟାଉନ ଥାନା ଆଇ ଆଇ ସି, ଶ୍ରୀ ସୁଚନ୍ଦ୍ର ମହାଳିକ,ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ୱନାଥ ବିଶ୍ୱାଳ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପିତାମ୍ବର ନାୟକ ,ସହକାରୀ ଅଗ୍ନିଶମ ସେବା ଅଧିକାରୀ,ରାଇରଙ୍ଗପୁର ଡାକ ମଣ୍ଡଳର ଅଧିକ୍ଷକ, ବିଭିନ୍ନ ବିଭାଗୀୟ ପଦାଧିକାରୀ,ପୌରପାଳିକା ର ଅଧ୍ୟକ୍ଷ, ବିଭିନ୍ନ ୱାର୍ଡ ର କାଉଁନସିଲରବୃନ୍ଦ,ଅନ୍ୟାନ୍ୟ ଜନ ପ୍ରତିନିଧି, ସହର ର ମାନ୍ୟ ଗଣ୍ୟ ବ୍ୟକ୍ତି, ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ ଗଣ ମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ଥିଲେ. । ପରିଚାଳନାରେ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଂଜନ ମହାନ୍ତି ଏବଂ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଧର୍ମଗଡ କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ସହ ଅନ୍ୟାନ୍ୟ ସମସ୍ୟା ସଂପର୍କିତ ଦାବୀନେଇ ଆଜି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲା ଜଗନ୍ନାଥ ସେବା ସମିତି

Sunil Chandra Nayak

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପ୍ରାଥମିକ ପ୍ରସ୍ତୁତି ବୈଠକ ଆସନ୍ତା ୨ ରେ……

Sunil Chandra Nayak

ମର୍ମନୁଦ ସଡ଼କ ଦୁର୍ଘଟଣା, ଚାରି ମୃତ

masiha

Leave a Comment

error: Content is protected !!