ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳ ଥିଙ୍କର୍ସ୍ ଫୋରମର ପୂଜ୍ୟପୁଜା କାର୍ଯ୍ୟକ୍ରମ

 ଢେ଼ଙ୍କାନାଳ(ମ ସୀ ହା) ୨୬/୦୩_ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ଆଜି ପୂଜ୍ୟପୂଜା କାର୍ଯ୍ୟକ୍ରମ ଆରଂଭ କରାଯାଉଛି lଫୋରମର ସାମାଜିକ ଶାଖା ପ୍ରମୁଖ ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ପାଣି ଏବଂ ସହ ପ୍ରମୁଖ ଶ୍ରୀଯୁକ୍ତ ଅବିନାଶ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ, ବିନୋଦ ବିହାରୀ ମଲ୍ଲିକ, ଶ୍ରୀଯୁକ୍ତ ପ୍ରକାଶ କୁମାର ପରିଡା, ବିଭୁ ନାରାୟଣ ଦ୍ବିବେଦୀ, ବିବେକାନନ୍ଦ ଷଡ଼ଙ୍ଗୀ, ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ ଏବଂ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ ସକ୍ରିୟ ଭାବେ ସହଯୋଗ ପୂର୍ବକ ଢେଙ୍କାନାଳ ସହରରେ ଅବସ୍ଥାପିତ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଗୁଡିକ ପଂଚାମୃତରେ ଧୌତ ପୂର୍ବକ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ |ସମରକବି ବ୍ରଜନାଥଙ୍କ ପ୍ରତିମୂର୍ତ୍ତି ପାଖରୁ ଏହି ପବିତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇ ବାଳୁତ ଶହୀଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତି ପାଖରେ ଶେଷ ହୋଇଥିଲା |

ଫୋରମର ଏହି କାର୍ଯ୍ୟକ୍ରମରେ ମୁଗ୍ଧ ହୋଇ ରାଜ୍ୟ ସଂସ୍କୃତି ବିଭାଗର ଉପସଭାପତି ଶ୍ରୀଯୁକ୍ତ ଅବନୀ ମିଶ୍ର, ସମାଜ ସେବୀ ହୃଦୟା ନନ୍ଦ ମହାନ୍ତି ମଧ୍ୟ ସକ୍ରିୟ ଭାବେ ଯୋଗଦାନ କରିଥିଲେ |ଉତ୍ସାହର ବିଷୟ ଏହିକି ଯେ ଢେଙ୍କାନାଳ ପୋୖରାଞ୍ଚଳର ସ୍ୱଛତା କର୍ମଚାରୀ ରମେଶ ଭାଇ ମଧ୍ୟ ଅତି ଆଗ୍ରହ ର ସହ ପ୍ରତିମୂର୍ତ୍ତି ଗୁଡିକର ବେଢାକୁ ସଫା କରିବାରେ ସହଯୋଗ କରିଥିଲେ |

ଫୋରମର ନିଷ୍ପତ୍ତି ଅନୁଯାୟୀ ପ୍ରତି ମାସର ଚତୁର୍ଥ ରବିବାର ଦିନ ସକାଳ ସମୟରେ ସଦସ୍ୟ ସଦସ୍ୟା ମାନେ ସମାଜ କଲ୍ୟାଣ ପାଇଁ ଦୁଇ ତିନି ଘଣ୍ଟା ଶ୍ରମ ଦାନ କରିବେ | ଆଗାମୀ ଦିନରେ ସମାଜର ଅନ୍ୟମାନଙ୍କୁ ଏହି ଭଳି ପୁଣ୍ୟ କାର୍ଯ୍ୟରେ ସାମିଲ କରିବା ସହ ଏହି ପୂଜ୍ୟ ପୁଜା କାର୍ଯ୍ୟକ୍ରମ ଜାରି ରଖିବାକୁ ଫୋରମ୍ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ରିପୋର୍ଟ୍

Related posts

ରବୀନ୍ଦ୍ର ନାଥ ଟେଗୋରଙ୍କ ୧୬୫ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜାତୀୟ ସ୍ତରୀୟ ସଙ୍ଗୀତ ସମାରୋହ ପାଇଁ ସାମ୍ବାଦିକ ସମ୍ମିଳନୀ

ଜଳ ବିଭାଜିକାରେ ଅନିମିୟତା ଅଭିଯୋଗ   

Sunil Chandra Nayak

ସଙ୍କଟରେ ବୁଣାକାର ପରିବାର 

Sunil Chandra Nayak

Leave a Comment

error: Content is protected !!