ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜେନ୍ଦ୍ର ପଣ୍ଡାଙ୍କୁ ଉତ୍କଳ ଭାରତୀ ଶିଳାପଦ୍ମ ସମ୍ମାନ

ରାଜେନ୍ଦ୍ର ପଣ୍ଡାଙ୍କୁ ଉତ୍କଳ ଭାରତୀ ଶିଳାପଦ୍ମ ସମ୍ମାନ 

ରାଉରକେଲା: ରାଉରକେଲାର ଜଣାଶୁଣା ସମାଜସେବୀ ତଥା ସଂଗଠକ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଭୁବନେଶ୍ବର ଠାରେ ଉତ୍କଳ ଭାରତୀ ଶିଳାପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି। ଭୁବନେଶ୍ୱରର ଉତ୍କଳ ଭାରତୀ ବିଦୁଷ ସଭାର ଷଷ୍ଠ ତମ ବାର୍ଷିକ ଉତ୍ସବରେ ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସଭାପତି ଜ୍ୟୋତିର୍ମୟ ଦାସ ଓ ପ୍ରତିଷ୍ଠାତା ସମ୍ପାଦକ କଣ୍ଡୁରୀ ଚରଣ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦଘାଟକ, ପ୍ରାକ୍ତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗଦେଇ ରାଜେନ୍ଦ୍ର ଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଶ୍ରୀ ପଣ୍ଡାଙ୍କୁ ଏହି ସମ୍ମାନ ମିଳିବା ପରେ ଇସ୍ପାତ ନଗରୀ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଜାମଦା ବ୍ଲକ ; ମହିଷ କୁଦର- ରାଧା ନଗର ବାଲି ସୁଦୂରାପୋଲ  ଅଣଓସାରିଅ ପୋଲକୁ ଉଚ୍ଚ କରିବା ପାଇଁ ଦାବି

Sunil Chandra Nayak

ଜୁନାଗଡ଼ ରେ ରେଳ ବିକାଶ ନେଇ ରେଳଯାତ୍ରୀ ସଂଘର ଆଲୋଚନା

masiha

Leave a Comment

error: Content is protected !!