ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପନିପରିବା ଦର ବୃଦ୍ଧି ଚିନ୍ତାରେ ଖାଉଟି; ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଛାଟ 

ପନିପରିବା ଦର ବୃଦ୍ଧି ଚିନ୍ତାରେ ଖାଉଟି; ଗରିବ ଓ ମଧ୍ୟବିତ୍ତଙ୍କ ଉପରେ ଛାଟ 

ହିଞ୍ଜିଳିକାଟୁ,୨୪/୭ ରାଜ୍ୟର ବିଭିନ୍ନ ବଜାର ସହ ହିଞ୍ଜିଳିକାଟୁ ଅଞ୍ଚଳରେ ମଧ୍ୟ ଗତ କିଛି ଦିନ ହେବ ପନିପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ସାଧାରଣ ଖାଉଟିଙ୍କ ଚିନ୍ତା କାରଣ ପାଲଟିଛି । ଟମାଟୋ, ବିନ୍ସ, ପୋଟଳ, ଭେଣ୍ଡି, ବାଇଗଣ, କଲରା, କାକୁଡ଼ି, ଲଙ୍କା ଓ ଅନ୍ୟାନ୍ୟ ପନିପରିବାର ଦର ଦିନକୁ ଦିନ ବଢ଼ିବାରେ ଲାଗି ରହିଛି, ଘରୋଇ ବଜେଟ୍‌ ସମ୍ପୂର୍ଣ୍ଣ ଅସନ୍ତୁଳିତ ହୋଇପଡ଼ିଛି। ବିଶେଷକରି ଗରିବ, ଦୈନିକ ମଜୁରିଆ ଏବଂ ମଧ୍ୟବିତ୍ତ ପରିବାରଙ୍କ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିଛି। ପୂର୍ବରୁ ଯେଉଁ ପରିବାର ଏକାଧିକ ପ୍ରକାର ପନିପରିବା କିଣୁଥିଲେ, ବର୍ତ୍ତମାନ ସେମାନେ କମ୍ ପରିମାଣରେ କିମ୍ବା ଗୋଟିଏ ଦୁଇଟି ପରିବାରେ ହିଁ ସୀମିତ ରହୁଛନ୍ତି। ଅନେକ ପରିବାରରେ ପୌଷ୍ଟିକ ଖାଦ୍ୟ ତାଲିକା ମଧ୍ୟ ପ୍ରଭାବିତ ହୋଇଛି। ଅନ୍ୟପଟେ, ପରିବା ବ୍ୟବସାୟୀମାନେ ମଧ୍ୟ ଏହି ଦର ବୃଦ୍ଧିର ପ୍ରଭାବରୁ ମୁକ୍ତ ନୁହଁନ୍ତି। ଅଧିକ ଦରରେ ପରିବା କିଣି ବଜାରକୁ ଆଣୁଥିବା ବେଳେ ଖାଉଟିଙ୍କ କ୍ରୟ କ୍ଷମତା କମିଯାଇଥିବାରୁ ବିକ୍ରି ହ୍ରାସ ପାଉଛି। ଫଳରେ ଅନେକ ବ୍ୟବସାୟୀ ପରିବା ନଷ୍ଟ ହେବା ଓ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବଜାରରେ ପୂର୍ବଭଳି ଭିଡ଼ ଦେଖିବାକୁ ମିଳୁନଥିବା ବେଳେ ଅନେକ ଖାଉଟି କେବଳ ଦର ପଚାରି ଫେରିଯାଉଥିବା ବ୍ୟବସାୟୀମାନେ କହିଛନ୍ତି। ବ୍ୟବସାୟୀଙ୍କ କହିବା ଅନୁସାରେ, ଲଗାତାର ବର୍ଷା, ଚାଷ କ୍ଷତି, ଉତ୍ପାଦନ ହ୍ରାସ, ପରିବହନ ଖର୍ଚ୍ଚ ବୃଦ୍ଧି ଏବଂ ବଜାରକୁ କମ୍ ପରିମାଣରେ ପରିବା ଆସୁଥିବାରୁ ଦର ବଢ଼ିଛି। ଏହାର ସିଧାସଳଖ ପ୍ରଭାବ ସ୍ଥାନୀୟ ପରିବା ବଜାର ଉପରେ ପଡ଼ିଛି।ଖାଉଟିମାନେ ଦର ନିୟନ୍ତ୍ରଣ, ବଜାର ଉପରେ କଡ଼ା ନଜରଦାରି ଏବଂ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଯୋଗାଣ ସୁନିଶ୍ଚିତ କରିବାକୁ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି। ସେପଟେ ବ୍ୟବସାୟୀମାନେ ମଧ୍ୟ ବଜାର ସ୍ଥିତି ସ୍ୱାଭାବିକ ହେବା ଓ ଦର ସ୍ଥିର ରହିବାକୁ ଆଶା ପ୍ରକାଶ କରିଛନ୍ତି। ବର୍ତ୍ତମାନର ପରିସ୍ଥିତିରେ ପନିପରିବା ଦର ବୃଦ୍ଧି କେବଳ ଖାଉଟିଙ୍କ ପକେଟ୍‌ ଉପରେ ବୋଝ ବଢ଼ାଇନାହିଁ, ବରଂ ସମଗ୍ର ପରିବା ବଜାରର ବ୍ୟବସାୟ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ପଡ଼ିଛି।

Related posts

ଖଇରା ସ୍ବାଭିମାନ ମଞ୍ଚର ସମୀକ୍ଷା ବୈଠକ ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଘାଟିତ

Sunil Chandra Nayak

Eminent Social Worker Er.Bimal Chandra Das Felicitated.

Sunil Chandra Nayak

Leave a Comment

error: Content is protected !!