ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୈାତୁକ ନିର୍ଯ୍ୟାତନା ରେ ବଧୁ ହତ୍ୟାକୁ ନେଇ ପରିବାର ଲୋକେ ଏବଂ ସର୍ବଦଳୀୟ ନେତାଙ୍କ ସାମ୍ବାଦିକ ସମ୍ମିଳନୀ

ଯୈାତୁକ ନିର୍ଯ୍ୟାତନା ରେ ବଧୁ ହତ୍ୟାକୁ ନେଇ ପରିବାର ଲୋକେ ଏବଂ ସର୍ବଦଳୀୟ ନେତାଙ୍କ ସାମ୍ବାଦିକ ସମ୍ମିଳନୀ

କୋରାପୁଟ :- କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ଥାନା ଅଧିନସ୍ଥ ବେହେରାଗୁଡ଼ା ଗ୍ରାମରେ ଚଳିତ ମାସ ୩ ତାରିଖ ଦିନ ଜଣେ ବଧୁ ହତ୍ୟାକୁ ନେଇ ଗୁରୁବାର ଦିନ ଲକ୍ଷ୍ମୀପୁର ପି.ଡ଼୍ଲୁ. ଡି ବଙ୍ଗଳା ଠାରେ ଝିଅର ହତ୍ୟାକୁ ନେଇ ନ୍ୟାୟ ଓ ଗିରଫ କରିବା ଏବଂ ସେମିଲିଗୁଡ଼ା ଥାନା ଅଧିକାରୀ ମୃତ୍ୟୁ ଝିଅ ଶବ ସତ୍କାର ସମୟରେ ଆଇଆଇସି ଯେଉଁ ଭଳି ବ୍ୟବହାର କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ଝିଅର ବାପା ମାଆ ଓ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ ଇଂଜିନିୟ ବିଧାୟକ ପବିତ୍ର ସାଉଁନ୍ତା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ପୂର୍ବତନ ସାଂସଦ ଝିହ୍ନ ହିକକା, ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଓ କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ଏକତ୍ରିତ ମୃତ୍ୟୁ ପରିବାର ପ୍ରତି ନ୍ୟାୟ ପ୍ରଦାନ କରିବା ସହ ହତ୍ୟାରେ ସଂପୃକ୍ତ ଥିବା ସମସ୍ତଙ୍କୁ ଯଥା ଶୀଘ୍ର ଗିରଫ ଏବଂ ତୁରନ୍ତ ସେମିଲିଗୁଡ଼ା ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରି ସାମ୍ବାଦିକ ସମ୍ମିଳନୀ କରିବା ପରେ କୋରାପୁଟ ଜିଲ୍ଲା ଏସପି ଓ ଡ଼ିଆଇଜିଙ୍କୁ ଭେଟି ଆଇଆଇସିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଦାଦନ ଋତୁ ଆରମ୍ଭ ରୁ ବେଲପଡା ପୋଲିସ ଉଦ୍ଧାର କଲା ଦାଦନ ଶ୍ରମିକ 

masiha

ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ସରପଞ୍ଚ ସଂଘ

Sunil Chandra Nayak

ସ୍କୁଲ ପୋଷାକ ବଣ୍ଟନରେ ବ୍ୟାପକ ଦୁର୍ନୀତି , ଦୁର୍ନୀତିକୁ ଲୁଚାଇବାକୁ ସାମ୍ବାଦିକଙ୍କୁ ଦେଖାଉଛନ୍ତି ଲୋଭ

Sunil Chandra Nayak

Leave a Comment

error: Content is protected !!