ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରମ୍ଭ ହେଲା ଖଡ଼ିଆଲ ମହୋତ୍ସବ ୨୦୨୩

ନୂଆପଡା// , ନୂଆପଡା ଜିଲ୍ଲା ଖଡ଼ିଆଳ ମହୋତ୍ସବ ଉଦଘାଟିତ ଏହି ମହୋତ୍ସବ ଅତୀତର ଲୁପ୍ତ ସଂସ୍କୃତି, କଳା, ଐତିହ୍ୟ, ସାହିତ୍ୟକୁ ପୁନଃ ଜାଗରଣ ଓ ସ୍ମୃତି ପଟରେ ପୁନର୍ଜିବିତ କରିବା ପାଇଁ ଖଡିଆଳ ଜନସାଧାରଣଙ୍କ ସହଯୋଗ ଓ ସହଭାଗିତାରେ ୨୦୦୫ ମସିହାରୁ ପ୍ରବଳ ଉତ୍ସାହ ସହିତ କ୍ରମାଗତ ଭାବରେ ହୋଇ ଆସୁଥିବା ଖଡିଆଳ ମହୋତ୍ସବ ୨୦୨୩ ସତର ବର୍ଷରେ ପାଦ ଦେଇଛି । ଏହି ମହୋତ୍ସବ ସର୍ବୋପରି ସଂସ୍କୃତି, ସାହିତ୍ୟ, ଐତିହ୍ୟ କଳା ଆଦିର ଏନ୍ତୁଡିଶାଳ ଖଡିଆଳର ଏକ ସ୍ଵତନ୍ତ୍ରତା ରହିଅଛି । ଏ ଅବସର ଖଡ଼ିଆଳ ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି । ଅପରାହ୍ନ ତିନି ଘଣ୍ଟା ସମୟରେ ଯୋଗୀ ମଠରୁ ମଶାଲ ଯାତ୍ରା ଶୁଭାରମ୍ଭ ହୋଇ ଖଡ଼ିଆଳର ବଡଧିଦୀ ବାମନ ମନ୍ଦିର, ଠାକୁରାଣୀ ମନ୍ଦିର ଓ ସମଲେଶ୍ବରୀ ମନ୍ଦିରରେ ମଶାଲ ପୂଜା ପାଇ ବିଶାଳ ଶୋଭାଯାତ୍ରାରେ ଖଡ଼ିଆଳ ସହର ପରିକ୍ରମା ପରେ ମହୋତ୍ସବ ପେଣ୍ଡାଲକୁ ପହଞ୍ଚିବା ପରେ ଖଡ଼ିଆଳ ମହୋତ୍ସବ କମିଟିର ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଗ୍ରହଣ କରି ସ୍ଥାପନ କରିଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ହେମକାନ୍ତ ସାଏ ଯୋଗ ଦେଇ ମହୋତ୍ସବ ୨୦୨୩ କୁ ଉଦଘାଟନ କରିଥିଲେ । ଉଦଘାଟନୀ ସଭାରେ ଖଡ଼ିଆଳ ମହୋତ୍ସବ କମିଟିର ସଭାପତି ଜିତେନ୍ଦ୍ରନାଥ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ସଭାରେ ସଂମ୍ମାନିତ ଅତିଥି ଆର ଗୁଣ୍ଡାଲ ରେଡି ଆରକ୍ଷୀ ଅଧିକ୍ଷକ ନୂଆପଡା, ଡ ଜିତାମିତ୍ର ସିଂ ଦେଓ ରାଜା ସାହେବ ଖଡ଼ିଆଳ ସୁଶୀଲ କୁମାର ତ୍ରିପାଠୀ ବନଖଣ୍ଡ ଅଧିକାରୀ ଖଡ଼ିଆଳ, ଇଂ ଯୁଗଲ କିଶୋର ଖଟୁଆ ସି ସି ଇ ଲୋୟରଇନ୍ଦ୍ର ଜଳ ସେଚନ ପ୍ରକଳ୍ପ, ଇଂ ଅର୍ଜୁନ ଚରଣ ମୁଣ୍ଡା ଅଧିକ୍ଷଣ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଖଡ଼ିଆଳ, ସୁଧାଂଶୁ ଶେଖର ମିଶ୍ର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡା, ନକୁଳ ଶବର ପ୍ରଧାନ ଶିକ୍ଷକ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖଡ଼ିଆଳ, ମୁଖ୍ୟ ବକ୍ତା ଡ ପୁରୁଷୋତ୍ତମ ମିଶ୍ର ପ୍ରାଧ୍ୟାପକ ସୁବର୍ଣ୍ଣପୁର ମହାବିଦ୍ୟାଳୟ, ସଦୟ ଯୋଗାଇ ଖଡ଼ିଆଳ ମହୋତ୍ସବ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଡ ସୁଶାନ୍ତ କୁମାର ବିଶି, ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ଖଡ଼ିଆଳ ମହୋତ୍ସବ କମିଟିର ସମ୍ପାଦକ ସୁନୀଲ କୁମାର ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ ସବିତା ପଟ୍ଟନାୟକ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ।ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଖଡ଼ିଆଳ ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରୀ ମାନେ ଗାନ କରିଥିଲେ । ରାତ୍ରରେ ସଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ କଳାହାଣ୍ଡି କଲା କେନ୍ଦ୍ର ଭବାନୀପାଟଣା, ଘୁଡୁକା କୃଷ୍ଣ ପ୍ରିୟା ଘୁଡୁକା ନୃତ୍ୟ ତୁଷୁରା, ମଡୁଆ ଶାଳ ଚିନି ଚମ୍ପା ଅନୁଷ୍ଠାନ ବଲାଙ୍ଗୀର, ବଙ୍ଗାଳି ଲୋକ ନୃତ୍ୟ ବାଳକ କଲା କେନ୍ଦ୍ର କୋଲକାତା, କରମା ନୃତ୍ୟ ସଂସ୍କୃତି ନୃତ୍ୟ ଛତିଶଗଡ଼ ସରକାର, ବାଜା ସାଲ ଢୋଲ ମୁହୁରି କଲା ପରିଷଦ ବଲାଙ୍ଗୀର, ଲୋକ ନୃତ୍ୟ ଜୟ କିଷାନ ସରକାରୀ ହାଇ ସ୍କୁଲ ବରଗା ନିଜ ନିଜର କଲା ପ୍ରଦର୍ଶନ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଳାହାଣ୍ଡି ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Odisha Forest Department Sets Monthly Foot Patrolling Targets for Field Staff

Sunil Chandra Nayak

ମହିଳାଙ୍କ ଉପରେ ନିବେଶ କରନ୍ତୁ… ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ

masiha

Leave a Comment

error: Content is protected !!