ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ସରକାରୀ (ଏସ୍ ଏସ୍ ଡି )ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ଡାବୁଗାଁ ସରକାରୀ (ଏସ୍ ଏସ୍ ଡି )ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ଡାବୁଗାଁ, ୯/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବୁଧବାର ରାତ୍ରି ୭ ଘ. ସମୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସର ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଭାଗବାନ ମାଝୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ମୁଖ୍ୟ ବକ୍ତା ଭାବେ ଜିଲା ମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ସମ୍ମାନୀତ ଅତିଥି ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ ଓ ନିବେଦିତା ବିଶ୍ଵାଳ, ବରିଷ୍ଠ ନେତା ଏମ. ଆପା ରାଓ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ସୁବ୍ରତ ପରିଡା, ଅଧ୍ୟକ୍ଷା କିରଣ ବାଳା ତିର୍କୀ, ଡାବୁଗାଁ ବ୍ଳକ ମଙ୍ଗଳ ଅଧିକାରୀ ଆଦିତ୍ୟ କୁମାର ରଥ, ପାପଡାହାଣ୍ଡି ବ୍ଳକ ଦଲେଇଗୁଡା ଏସ୍ ଏସ୍ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ବେହେରା ପ୍ରମୂଖ ମଞ୍ଚାସୀନ ଥିଲେ | ସମସ୍ତ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ କରା ଯାଇଥିଲା l ସଭା କାର୍ଯ୍ୟ ଆରମ୍ଭରେ ଛାତ୍ରୀ ମାନଙ୍କ ଦ୍ଵାରା ସମବେତ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା | ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ଦାଶ ବାର୍ଷିକ ବିବରଣୀ ପାଠ କରି ସମସ୍ତ ଅତିଥିଙ୍କୁ ଅବଗତ କରାଇଥିଲେ l ବିଭିନ୍ନ କ୍ରୀଡ଼ାରେ କୃତିତ୍ଵ ଅର୍ଜନ କରିଥିବା ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | “ଦୁଃଖର ସାଥୀ ମୋବାଇଲ” ନାଟକ ଛାତ୍ରୀ ମାନଙ୍କ ଦ୍ଵାରା ବେଶ୍ ଆକର୍ଷଣୀୟ ହୋଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ କର୍ମଚାରୀ ଙ୍କ ସହଯୋଗରେ ବାର୍ଷିକ ଉତ୍ସବ ବେଶ ସରସ ସୁନ୍ଦର ହୋଇ ଉଠିଥିଲା l ସହକାରୀ ଶିକ୍ଷକ ମହେଶ୍ଵର ନାଥ ମଞ୍ଚ ପରିଚାଳନା କରିଥିଲେ l

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

“ପରିକ୍ରମା ” ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

masiha

ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ପଥପ୍ରାନ୍ତ କବିତା ପାଠୋତ୍ସବ, ଅଗଷ୍ଟ ୨୦ ମହା କନଭେନସନ କୁ ସଫଳ କରିବାକୁ ଆହ୍ୱାନ

Sunil Chandra Nayak

୧- ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଲୋପ ପାଇବାକୁ ବସିଛି ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଇକ ଆଖଡ଼ା ,୨- ଯନ୍ତାରିବୋଲ ସେବାଶ୍ରମ ଆବାସିକ ବିଦ୍ୟାଳୟ ର ପ୍ରାଧାନସେବକଙ୍କ କାର୍ଯ୍ୟାଧାରା ନେଇ ବିଦ୍ୟାର୍ଥୀ ଓ ଅଭିଭାବକ ଅସନ୍ତୋଷ ,୩ କାମାକ୍ଷାନଗର ରେ ଗଣେଶପୂଜା ଭସାଣି  ଡିଜେ ବନ୍ଦ ସତ୍ୱେ ଡିଜେ ବାଜିବାରୁ ଅସନ୍ତୋଷ , ୪- ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବାଇକ୍ ଲୁଟିନେଲେ ଦୁର୍ବୁତ୍ତ ,୫- ଦନ୍ତା ହାତୀ ଆକ୍ରମଣରେ ୧ ଗୁରୁତର , ୬- ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନରେ ପୂଜାର୍ଚ୍ଚନା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ , ୭-୭୬ ତମ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଚାରାରୋପଣ, ୮- କାମାକ୍ଷାନଗରରେ ବିଶ୍ୱକର୍ମା ପୂଜା ପାଳିତ , ୯- ସହରର ୨ ସପିଙ୍ଗ ମଲ ଉପରେ ଫାୟାର ସେପ୍ଟି ମେଜର ଯାଞ୍ଚ , ୧୦-ମୋଟର ସାଇକେଲ ଧକ୍କାରେ ସାଇକେଲ ଆରୋହୀ ମୃତ, ୧୧- ଗଣେଶ ପୂଜା ଭସାଣିରେ ଗାଡି ଧକ୍କାରେ ବୃଦ୍ଧାଙ୍କର ମୃତ୍ୟୁ, ୧୨- ଢେଙ୍କାନାଳର ବିଭିନ୍ନ ସ୍ଥାନରେ ପ୍ରଭୁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ପାଳିତ

Sunil Chandra Nayak

Leave a Comment

error: Content is protected !!