ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାଲଗୁମା ଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟିତ

କୋକସରା,୧୩/୫ -କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଥିବା ପ୍ରାଥମିକ କୃଷି ସମବାୟ ସମିତିର ନୂତନ ସମବାୟ ସମିତି ଡାଲଗୁମା ପେକ୍ସ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ପୂର୍ବରୁ ଡ଼ହଗାଁ ସମବାୟ ସମିତି ଅଧୀନରେ ଥିବା ବେଳେ ନୂତନ ଭାବେ ଡାଲଗୁମା ସମବାୟ ସମିତି ସ୍ୱତନ୍ତ୍ର ମାନ୍ୟତା ପାଇଛି । ଏଣିକି ଏହି ସମବାୟ ଅଧୀନର ଚାଷି ଡାଲଗୁମା ସମବାୟରେ କୃଷି ସମର୍କିତ ସମସ୍ତ କାରବାର କରିପାରିବେ। ଉଦଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଯୋଗଦେଇ ଆନୁଷ୍ଠାନିକ ଭାବେ ଡାଲଗୁମା ସମବାୟ ସମିତିକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଡାଲଗୁମା ସରପଞ୍ଚ ଯୋଗୀନ୍ଦ୍ର ପଟ୍ଟନାୟକ, ସମିତି ସଭ୍ୟ ଚିନ୍ତାମଣି ଚଣ୍ଡି, ନାଏବ ସରପଞ୍ଚ ରିତାଞ୍ଜଳି ଖର୍ସେଲ, ଡ଼ହଗାଁ ପେକ୍ସ ସଭାପତି ବ୍ରଜ କିଶୋର ନାଏକ, କୋକସରା କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ଇନ୍ଦ୍ରମଣି ଧ. ମାଝୀ, ରେଙ୍ଗାଳପାଲି ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ,ବି ଜେଡି ନେତା ପଞ୍ଚକ ପୋଢ଼ ମଞ୍ଚରେ ଉପସ୍ଥିତ ରହି ନୂତନ ଭାବେ ଡାଲଗୁମା ସମବାୟ ସମିତି ଖୋଲିଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଏହି ସମବାୟ ସମିତି ଖୋଲିବା ପରେ ଏହି ଅଞ୍ଚଳର ଚାଷି ମାନେ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନାରେ ସାମିଲ ହୋଇ ଉପକୃତ ହେବେ ବୋଲି ମତ ଦେଇଥିଲେ। ଏହି ଅବସରରେ ଡାଲଗୁମା ପେକ୍ସ ଅଧୀନରେ ଥିବା ଅନେକ ଚାଷି ଓ ଜନସାଧାରଣ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ କ୍ଷେତୁରାମ ମାଝୀ, ଭୁବନେଶ୍ୱର ମାଝୀ ପରିଚାଳନା କରିଥିବା ବେଳେଭକ୍ତିରାମ ପୋଢ଼, ମଜିନର ପୋଢ଼, ସମିତି ସଭାପତି ସୌମ୍ୟ ରଞ୍ଜନ ମାଝୀ, ଦିଗାମ୍ବର ନାଗ ପ୍ରମୁଖଙ୍କ ସହ ଗ୍ରାମବାସୀ ଉପସ୍ଥିତ ରହିଥିଲେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମହା ସମାରୋହରେ ପାଳିତ ହେଲା ନର୍ଲା ରେ ନୂଆଁଖାଇ ଭେଟ୍‌ ଘାଟ 

Sunil Chandra Nayak

ରାଇରଙ୍ଗପୁରରେ ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ,ବାମନଘାଟୀ ଶାଖାର କର୍ମଚାରୀଵୃନ୍ଦଙ୍କ ବିଭିନ୍ନ ଦାବିନେଇ କଳାବ୍ୟାଚ ପରିଧାନ 

masiha

ଓଡିଶା ଭିଜନ ୨୦୩୬ ଏବଂ ୨୦୪୭ ଉପରେ ଦିନିକିଆ କର୍ମଶାଳା 

masiha

Leave a Comment

error: Content is protected !!