ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିକମାଗିଲେ ବି ପେଟ ପୁରୁନି, ପର ବାରଣ୍ଡାରେ ବିତୁଛି ଜୀବନ

ଭିକମାଗିଲେ ବି ପେଟ ପୁରୁନି, ପର ବାରଣ୍ଡାରେ ବିତୁଛି ଜୀବନ 

ଚନ୍ଦାହାଣ୍ଡି (ଦିଲୀପ ଦାସ )ରହିବାକୁ ଘର ଖଣ୍ଡେ ନାହିଁ, ଜମିବାଡ଼ି କି ଘର ଡିହ ଖଣ୍ଡେ ନାହଁ।ପରିଶ୍ରମ କରି ପେଟକୁ ଦାନା ଗଣ୍ଡେ ଯୋଗେଇବା ପାଇଁ ସକ୍ଷମ ନାହିଁ ଆମର।ପୁଅ ଝିଅ ଆମକୁ କେହି ପଚାରୁ ନାହାନ୍ତି ।ଉପାୟ ନ ପାଇ ଶେଷରେ ବାଧ୍ୟ ହୋଇ ଭିକ ମାଗୁଛୁ।ହେଲେ ଭିକ ମାଗିଲେ ବି ଏଥିରେ ଆମ ଦୁଇ ପ୍ରାଣୀଙ୍କ ପେଟ ପୁରୁନି ବାବୁ ।ଅନେକ ସମୟରେ ଭୋକ ଉପାସରେ ଦିନ କାଟିବାକୁ ପଡୁଛି।ଏଭଳି କୋହଭରା କଣ୍ଠ ରେ କହିଛନ୍ତି ବୃଦ୍ଧ ଦମ୍ପତି।ଏମାନେ ହେଲେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଟିମନପୁର ପଞ୍ଚାୟତ ର ଚିଙ୍ଗରାଭଟା ଗାଁ ର କଛରୁ ବେଶ୍ରା(୬୫)ଓ ସ୍ତ୍ରୀ ମିଲନ୍ତି ଗୌଡ଼(୫୦) । ଏମାନେ ଦୀର୍ଘଦିନ ହେଲା ଚନ୍ଦାହାଣ୍ଡି ଅଂଚଳ ର ବିଭିନ୍ନ ଗାଁ ଗାଁ ବୁଲି ଭିକ ମାଗନ୍ତି ରାତି ହେଲେ କାହା ଦୋକାନ ବାରଣ୍ଡା ରେ ତ ସ୍କୁଲ, ଅଙ୍ଗନବାଡ଼ି ଗୃହ କିମ୍ବା କାହା ଘର ବାରଣ୍ଡାରେ ରାତି କାଟନ୍ତି। ସକାଳ ପାହିଲେ ପୁଣି ଭିକ ମାଗିବାକୁ ବାହାରି ପଡନ୍ତି l ବିଡ଼ମ୍ବନାର ବିଷୟ ୯ମାସ ହେଲା ଚାଉଳ ପାଉନାହାନ୍ତି। କଛରୁ ଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ ପରିଚୟ ପତ୍ର,ରାସନ କାର୍ଡ, କିମ୍ବା ଆଧାର କାର୍ଡ ବି ନାହିଁ। ଯାହାସବୁ ଥିଲା ହଜିଯାଇଛି । ରାସନ କାର୍ଡ ହଜିଯିବାରୁ ପଞ୍ଚାୟତରେ ଚାଉଳ ଦେବା ପାଇଁ ମନାକରିଦେଇଥିବା କହିଛନ୍ତି।ଅନେକ ଥର ପଂଚାୟତ କୁ ଯାଇ ଗୁହାରି କରିଛନ୍ତି ହେଲେ ତାଙ୍କ ଗୁହାରି କେହି ଶୁଣୁନଥିବା କ୍ଷୋଭ ର ସହ କହିଛନ୍ତି।କଛରୁ ଙ୍କ ଦୁଇ ପୁଅ ଓ ଗୋଟେ ଝିଅ ସମସ୍ତଙ୍କୁ ବିବାହ କରିଦେଇଛନ୍ତି।କଛରୁ ଓ ମିଲନ୍ତି ଙ୍କୁ ଘରୁ ତଡିଦେଇ ଦାଦନ ଖଟିବାକୁ ଦୁଇ ପୁଅ ମହାରାଷ୍ଟ୍ରକୁ ଯାଇଛନ୍ତି।ମିଲନ୍ତି ମାନସିକ ରୋଗରେ ଥିବା ବେଳେ ଶରୀରର ଡାହାଣ ହାତ ନିଆଁ ରେ ପୋଡି ଅକାମି ହୋଇଯାଇଛି। ସରକାର ଅସହାୟଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି।ହେଲେ କଛରୁ ଓ ମିଲନ୍ତି ସେ ସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି।ଆଜି ଯାଏଁ ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନି।ଏପରିକି ଭତା ଓ ଚାଉଳ ପାଇବାରୁ ବଞ୍ଚିତହେବା ନେଇ ସରକାରୀ ଅଧିକାରୀ ଓ ସ୍ଥାନୀୟ ନେତାଙ୍କ ପରିବାପଣିଆକୁ ନେଇ ପ୍ରଶ୍ନ ଉଠିଛି।ଉଭୟଙ୍କ ନା ରେ ରହିଛି ରାସନ କାର୍ଡ।ହେଲେ ଚାଉଳ କାର୍ଡ ହଜିଯିବାରୁ ୧୦କେଜି ଚାଉଳ ସେମାନେ ପାଉନାହାନ୍ତି। ୯ମାସ ହେଲା ଚାଉଳ ପାଇନାହାନ୍ତି କଛରୁ ଓ ମିଲନ୍ତି।ଭୋକ ଉପାସରେ ରହି ରହି କଣ୍ଟା ହୋଇଗଲେଣି ଉଭୟେ।ଜିଲ୍ଲା ପ୍ରଶାସନ ଉଭୟଙ୍କୁ ସହାୟତା ପ୍ରଦାନ ଲାଗି ତୁରନ୍ତ ପଦକ୍ଷେପ ନେବା ସହିତ ରାଇଘର ବ୍ଲକ ପ୍ରଶାସନ ତାଙ୍କୁ ନୂତନ ରାସନ କାର୍ଡ ଯୋଗାଇବା ଏବେ ଜରୁରୀ ହୋଇପଡିଛି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଉତ୍ତର ବାଲେଶ୍ୱର ଜିଲ୍ଲା ବିଜେପି ନେତ୍ରୀ ଅଳକା ଜେନାଙ୍କ ଦ୍ୱାରା ୩୦୦ ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମାଗଣା ସାନିଟାରୀ ପେଡ଼ ବଣ୍ଟନ

ଆଦିବାସୀ ଅଧ୍ୟୁଷିତ ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବ. ରାଜ୍ୟସଭା ସାଂସଦ ଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଙ୍କ ଚିଠି

Sunil Chandra Nayak

ନୂଆପଡାରେ ରାଜସ୍ୱ ବିଭାଗ ସମୀକ୍ଷା ବୈଠକ ଅନୁଷ୍ଠିତ l ପ୍ରଥମ ‘ରାଜସ୍ୱ ମିତ୍ର ପୁରସ୍କାର’ ରେ ସମ୍ମାନିତ ହେଲେ ଅନନ୍ତ ଶବର 

Sunil Chandra Nayak

Leave a Comment

error: Content is protected !!