କୋକସରା ଓ ଆମପାଣି ଥାନା ପକ୍ଷରୁ ସାଇବର ସଚେତନତା ଅଭିଯାନ
କୋକସରା,୯/୧୦ // ସାଇବର ଅପରାଧ ଆଜି ଦେଶରେ ବୃଦ୍ଧି ପାଇଛି। ପ୍ରଯୁକ୍ତି ବିଦ୍ୟା ବା ଟେକ୍ନୋଲୋଜି ଯେତେ ଆଗେଇଛି, ସାଇବର ଅପରାଧ ଓ ଅପରାଧିଙ୍କ ସଂଖ୍ୟା ମଧ୍ୟ ଦ୍ବିଗୁଣିତ
ହୋଇଛି। ସାଇବର ଅପରାଧିଙ୍କ ପ୍ରଲୋଭନରେ ପଡି କିଛି ମୁହୂର୍ତ୍ତରେ ଲୋକେ କଷ୍ଟ ଉପାର୍ଜିତ ଜମାପୁଞ୍ଜି ହରାଇ ମାନସିକ ଚାପରେ ରହୁଛନ୍ତି ଓ ଅନ୍ୟ କିଛି କ୍ଷେତ୍ରରେ ସାଇବର ଅପରାଧୀଙ୍କ ଡର ଓ ଭୟରେ ମଧ୍ୟ ନିଜ ଉପାର୍ଜିତ ଟଙ୍କାକୁ ଦେଇ ଦେଉଛନ୍ତି।
ଏହା ଆଜିର ଦିନରେ ଏକ ବଡ଼ ସମସ୍ୟା ରୁପେ ଦେଖାଦେଇଛି, ପ୍ରତିଦିନ କିଛି ନା କିଛି ସାଇବର ଅପରାଧ ନେଇ ଲୋକେ ଥାନାର ଦ୍ୱାରସ୍ଥ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ପୋଲିସ ପକ୍ଷରୁ ସାଇବର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି।
ସୋମବାର କୋକସରା ପୋଲିସ ପକ୍ଷରୁ ଥାନା ପରିସରରେ କୋକସରା ଥାନା ଆଇଆଇସି ରୋନିତା ପ୍ରଧାନଙ୍କ ତ୍ୱତ୍ବାବଧାନରେ ସାଇବର ସଚେତନତା ରଥକୁ ଜବାହାର ଉଚ୍ଚ ବିଦ୍ୟାଳୟର ସ୍କାଉଟ ଛାତ୍ରଛାତ୍ରୀ, ସଚେତନ ନାଗରିକ ମାନେ
ସ୍ୱାଗତ କରାଯିବା ପରେ ଅନୁଷ୍ଠିତ ସଚେତନତା ପଥପ୍ରାନ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ତହସିଲଦାର ଦେବବ୍ରତ କରାଟି, ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ଜେନା, ସାଇବର ସେଲ ଅଫିସର ବି. କେ. ନାୟକ ପ୍ରମୁଖ ଉପସ୍ଥିତ ରହି କେମିତି ଆମେ ସାଇବର
ଅପରାଧୀଙ୍କ ଠାରୁ ନିଜକୁ ସୁରକ୍ଷିତ କରିବା ସେନେଇ ଉପାଦେୟ ପରାମର୍ଶ ଦେଇଥିଲେ। ପୋଲିସ ଅଧିକାରୀ ହେମନ୍ତ ପାତ୍ର, ମନୋରଞ୍ଜନ ଆଚାର୍ଯ୍ୟ, ଭରତ ଅହିର, ଦାମୋଦର ନାଏକ, ଉଷା ହରିଜନ, ମମତା ଶବର, ସନ୍ତୋଷ ନାୟକ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଦସ୍ୟ ସଚେତନ ନାଗରିକ ଉପସ୍ଥିତ ଥିଲେ।
ପରେ କୋକସରା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ସାଇବର କ୍ରାଇମ ଉପରେ ଏକ କ୍ୱିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଯୁକ୍ତ ଦୁଇର ଛାତ୍ର ରୋହିତ ପଟେଲ ପ୍ରଥମ ସ୍ଥାନ ଓ ଡିଗ୍ରୀ କଲେଜର ଛାତ୍ର ଜିତେନ୍ଦ୍ର କୁମାର ରାଉତ ଦ୍ଵିତୀୟ ଓ ମଧୁସ୍ମିତା କର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପୁଷ୍ପରାଜ ମେହେର, ସମ୍ମାନିତ ଅତିଥି ଅଧ୍ୟାପକ ଐରି ନାସନ ଚିନ୍ଦା, ସୁବ୍ରତ ବେହେରା, ଅଶ୍ୱିନୀ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ଆମପାଣି ଥାନା ବଜାର ପଡ଼ିଆ ନିକଟରେ ସାଇବର ସଚେତନତା ଉପରେ ନାଟକ ଅଭିନୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ, ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆ, ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ସମାଜସେବୀ ଜିତେନ୍ଦ୍ର ପଣ୍ଡା, ମନୋରଞ୍ଜନ ବାଣୁଆ ସମେତ ଆମପାଣି ଅଞ୍ଚଳର ସଚେତନ ନାଗରିକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
ମସିହା ନିୟୂଜ୍ ସର୍ଭିସ୍


