ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୂରଭଞ୍ଜର ମୌଳିକ ସମସ୍ୟା ସମାଧାନ ଦାବିରେ ଭଞ୍ଜସେନାର ସ୍ମାରକପତ୍ର

ମୟୂରଭଞ୍ଜର ମୌଳିକ ସମସ୍ୟା ସମାଧାନ ଦାବିରେ ଭଞ୍ଜସେନାର ସ୍ମାରକପତ୍ର

ରାଇରଙ୍ଗପୁର, ୬/୧୦ — ମୟୂରଭଞ୍ଜ ଜିଲ୍ଲାର ମୌଳିକ ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଯୁବପିଢ଼ିର ଭବିଷ୍ୟତ ପାଇଁ ତୁରନ୍ତ ଓ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ ଦାବିରେ ଭଞ୍ଜସେନା ରାଇରଙ୍ଗପୁର ବ୍ଲକ ଶାଖା ପକ୍ଷରୁ ଆଜି ବ୍ଲକ ବିଡିଓଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସ୍ମାରକପତ୍ରରେ ଜିଲ୍ଲାରେ ବିଶୁଦ୍ଧ ଓ ନିରାପଦ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା, ସ୍ୱାସ୍ଥ୍ୟସେବାର ଉନ୍ନତି, ବାରିପଦାସ୍ଥିତ ପି.ଆର.ଏମ. ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଧିକ ସୁଦୃଢ଼ କରିବା, ଅଙ୍ଗନବାଡ଼ିଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥାର ଭିତ୍ତିଭୂମି ସୁଧାର, ଡ୍ରପ୍-ଆଉଟ୍ ହ୍ରାସ ଓ ଶିଶୁ ଶ୍ରମ ନିରାକରଣ ଦାବି କରାଯାଇଛି।

ସେହିପରି ବାଲ୍ୟ ବିବାହ ରୋକିବା, କିଶୋରୀମାନଙ୍କୁ ଉଚ୍ଚଶିକ୍ଷା ଓ କୌଶଳ ବିକାଶର ସୁଯୋଗ ଦେବା ସହ ମୟୂରଭଞ୍ଜର ଯୁବକ-ଯୁବତୀଙ୍କ ପାଇଁ ଜିଲ୍ଲା ମଧ୍ୟରେ ରୋଜଗାର ଓ ଜୀବିକାର ସୁଯୋଗ ସୃଷ୍ଟି କରିବାକୁ ଦାବି ହୋଇଛି।

ଭଞ୍ଜସେନା ପକ୍ଷରୁ କୁହାଯାଇଛି ଯେ, ମୟୂରଭଞ୍ଜର ଲୋକେ ଉନ୍ନତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ରୋଜଗାରର ସୁଯୋଗ ଚାହୁଁଛନ୍ତି। ଯୁବପିଢ଼ି ଯେପରି ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ପ୍ରବାସୀ ଶ୍ରମିକ ଭାବେ ଯିବାକୁ ନ ପଡ଼େ, ସେଥିପାଇଁ ସରକାର ଏକ ସମନ୍ୱିତ ଓ ଦୀର୍ଘମିଆଦୀ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ସଂଗଠନ ଦାବି କରିଛି।

ଏହି କାର୍ଯ୍ୟକ୍ରମରେ ରାଜୁ ଦାସ ସୋରେନ, ସତ୍ୟ ପ୍ରକାଶ ମାରାଣ୍ଡି, ହିମାଂଶୁ ଶେଖର ଜେନା, ଦେବାଶିଷ ପାତ୍ର ଓ ତନ୍ମୟ ମହାନ୍ତଙ୍କ ସମେତ ଭଞ୍ଜସେନାର ଯୁବ ଓ ଛାତ୍ର ସଂଗଠକମାନେ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ

Related posts

ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ବିଦୂତ ଆର୍ଥିଙ୍ଗ ରେ ଗାଇ ବାଛୁରୀ ମୃତ୍ୟୁ

masiha

ବନସୁରଭି ପ୍ରକାଶନ ପକ୍ଷରୁ ସାରସ୍ବତ ସମାରୋହ: ପ୍ରତିଭା ସମ୍ବର୍ଦ୍ଧନା ଓ କବିତା ପାଠୋତ୍ସବ

masiha

Leave a Comment

error: Content is protected !!