ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଙ୍କ ଦେହାନ୍ତ 

ଅବସର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଙ୍କ ଦେହାନ୍ତ 

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ରାଇତଳା ଗ୍ରାମ ପଞ୍ଚାୟତ ର ସିଙ୍ଗା ଗ୍ରାମ ର ଅବସର ପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଗଙ୍ଗାଧର ବେହେରା ଗତ ଡ଼ିସେମ୍ବର ମାସ ଚାରି ତାରିଖ ଦିନ ମଧୁମେହ ଓ ରକ୍ତଚାପ ରେ ପିଡୀତ ହୋଇ ୭୩ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ମରଶରୀରକୁ ଡିସେମ୍ବର ମାସ ୫ତାରିଖ ସକାଳେ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଥିଲା। ତାଙ୍କ ର ଏକମାତ୍ର ପୁତ୍ର ଶୁଭେନ୍ଦୁ ବେହେରା ଚିତାଗ୍ନି ଦେଇଥିଲେ।

ତାଙ୍କ ବିୟୋଗ ରେ ଖବର ପାଇ ଗଁଦିଆ ବ୍ଳକ ବିଶିଷ୍ଟ ସମାଜସେବୀ ତଥା ଗଁଦିଆ ସେବା ସମବାୟ ସମିତି ର ସଭାପତି ବିଶ୍ବନାଥ ଜେନା, ଅବସର ପ୍ରାପ୍ତ ପ୍ରାକ୍ତନ ବିଚାରପତି ସିବିଆଇ ବିଚାରପତି ଭିକାରୀ ଚରଣ ରାଉତ ବିଶିଷ୍ଟ ପରିବେଶବିତ୍ ଉପେନ୍ଦ୍ର କୁମାର ରାଉତ, ଶିକ୍ଷାବିତ୍ ଅନନ୍ତ ଚରଣ ଶତପଥୀ , ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ତାଙ୍କ ବାସଭବନକୁ ଯାଇ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ। ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ। ତାଙ୍କ ବିୟୋଗ ରେ ଗଁଦିଆ ବ୍ଳକ୍ ରେ ଶୋକର ଛାୟା ଖେଳିଯାଇଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି କୈବର୍ତ୍ତ ସମାଜର ୧୪ତମ ଚଇତି ପର୍ବ ପାଳିତ

masiha

ମୋଟରସାଇକେଲ ଧକ୍କାରେ ଯୁବକ ମୃତ

masiha

ଅତିରିକ୍ତ ଜିଲ୍ଲପାଳଙ୍କ ସହ ବିଜେପି ପ୍ରତିନିଧି ମଣ୍ଡଳୀଙ୍କ ଆଲୋଚନା ପରେ ଆହାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ.

masiha

Leave a Comment

error: Content is protected !!