ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ବିଜ୍ଞାନ ଶିକ୍ଷକ ବିପ୍ଳବ ବେହେରାଙ୍କ ପରଲୋକ

ଯୁବ ବିଜ୍ଞାନ ଶିକ୍ଷକ ବିପ୍ଳବ ବେହେରାଙ୍କ ପରଲୋକ

ଜୁନାଗଡ଼, ତା ୧୭/୯, (ମନୀସ)ଉଦୀୟମାନ ଯୁବବିଜ୍ଞାନ ଶିକ୍ଷକ ବିପ୍ଲବ ବେହେରାଙ୍କ ଶବ ଶୈଭାଯାତ୍ରା ଓ ଦାହ ସଂସ୍କାର ବୁଢୀପଦର ଗ୍ରାମର ଭତ୍ରଯୋର ତୀରବର୍ତ୍ତୀ ଶସ୍ମାନଘାଟରେ ସହସ୍ରାଧିକ ପ୍ରିୟ ପରିଜନଙ୍କ କୋହଲୁହର ଅର୍ଘ୍ୟରେ ଶ଼ର୍ଦ୍ଧାଞଳି ଅର୍ପଣ ପୂର୍ବକ ସମ୍ପନ୍ନ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର ବିଶିଷ୍ଟ ସମାଜସେବୀ ଦାମୋଦର ବେହେରା ଓ ସ୍ବାସ୍ୟକର୍ମୀ ବିଦୁଲତା ବେହରାଙ୍କ ଏକମାତ୍ର ପୁତ୍ର ବିପ୍ଲବ ମାଲ ଗାଁ ଉଚ୍ଚବିଦ୍ୟାଳୟରେ ଶିକ୍ଷାଦାନ ସାରି ଫେରୁଥିବା ବେଳେ ୨୬ ନମ୍ବର ଜାତୀୟ ରାଜପଥ କନ୍ଧବାନ୍ଦୋପଲା ନିକଟରେ ତା ୧୯/୦୮ ରେ ଏକ ଇନୋଭା ଗାଡ଼ି (OD 33 E 9090) ଦ୍ବାରା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶିକାର ହୋଇ ଭୁବନେଶ୍ବର କିମସ୍ ରେ ଚିକତ୍ସିତ ହେଉଥିଲେ। ମାତ୍ର ଡାକ୍ତରମାନଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଗତ ତା ୧୪/୦୯ରେ ତାଙ୍କର ମୃତ୍ୟୃ ହୋଇଥିଲା। ପ୍ରତ୍ୟୁଷରୁ ପ୍ରିୟପରିଜନମାନେ ବୁଢୀପଦର ଗ୍ରାମରେ ସମବେତ ହୋଇ ଦିବଂଗତ ଆତ୍ମାର ସଦଗତି ପ୍ରାର୍ଥନା ସହ ଶ୍ରୀମତୀ ଓ ଶ୍ରୀଯୁକ୍ତ ବେହେରା ଏବଂ ଏକମାତ୍ର କନ୍ୟା ଦୀପ୍ତିମୟୀକୁ ଶାନ୍ବନା ପ୍ରଦାନ କରିଥିଲେ। ମୁଖାଗ୍ନି ପ୍ରଦାନ କରିଥିଲେ ବିପ୍ଲବର ଶିଶୁ ଭଣଜା ସ୍ବତନ୍ତ୍ର ବେହେରା-ମାମୁଁ ଶିବ ପ୍ରସାଦ ବେହେରା ସହଯୋଗ ରେ।ଏହି ହୃଦୟ ବିଦାରକ ଶବ ସଂସ୍କାର କାର୍ଯ୍ୟକ୍ରମରେ ସିପିଆଇ ରାଜ୍ୟ ସମ୍ପାଦକ ପ୍ରଶାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତ ଦାସ, କର୍ତ୍ତବ୍ୟ ପ୍ରମୁଖ ଅଶୋକ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ କୈଳାସ ରାଉତ, ଯୁବ ଆଡଭୋକଟ ହିମାଂଶୁ ବରାଡ, ସମାଜସବୀ ଉଦ୍ଧବ ସାହୁ, ଶିକ୍ଷା ବିକାଶ ସମିତିର ସମ୍ପାଦକ ବିଶ୍ବନାଥ କର ଗାଳ୍ପିକ ମନୋଜ ମହାନ୍ତି, କବି ସୁଧୀର ମେହେର, ଅଜୟ ଦାସ, ନୀଳାଚଳ ମେହେର, ମଧୁସୂଦନ ପଣ୍ଡା, ବଢ଼ି ଚାଲିଥିବା ସଡକ ଦୁର୍ଘଟଣାରେ ବିପୁଳ ଜୀବନ ଯାଉଥିବାରୁର ଚିନ୍ତାବ୍ୟକ୍ତକରି ଥିଲେ। ନୀରଞ୍ଜନ ସାହାଣୀ, ନବଘନ ସାହୁ, ଚନ୍ଦ୍ର ଶେଖର ସିଂହ, ସଞ୍ଜିବ ଦାସ, ବାନାମ୍ବର ମେହେର ଉପସ୍ଥିତ ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ତହସିଲ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ

masiha

ଖଡ଼ିଆଲ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ , ଝୁମିଳେ ମନ୍ତ୍ରୀ

Sunil Chandra Nayak

ଇଭିଏମ ଏବଂ ଭି. ଭି. ପାଟ୍ ଗୋଦାମର ତ୍ରୈମାସିକ ଯାଞ୍ଚ ସମ୍ପନ୍ନ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତି 

Sunil Chandra Nayak

Leave a Comment

error: Content is protected !!